ଜେଇଇ ମେନରେ ଓଡିଶାର ଏକ ନମ୍ବର ହୋଇଛନ୍ତି ଗୌତମ ଦାସ । ସେ ୯୯.୯୯ ପରସେଣ୍ଟ ରଖି ସାରା ଦେଶରେ ୨୮ତମ ରାଙ୍କରେ ରହିଛନ୍ତି ।
ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି JEE (ମେନ୍)-୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ।
ଜାତୀୟ ଗଣାମାଧ୍ୟମ ଇଣ୍ଡିଆ ଟୁଡ଼େକୁ ଏକ ସାକ୍ଷାତ୍କାର ଦେଇ ସେ କହିଛନ୍ତି ଯେ, ମୁଁ ଇଞ୍ଜିନିୟରିଂ କରିବା ପାଇଁ ଇଚ୍ଛା କରୁନାହିଁ ବରଂ ଅନୁସନ୍ଧାନ ସମ୍ପର୍କିତ ପାଠ୍ୟକ୍ରମ ପାଇଁ ମୋର ଅଧିକ ଆଗ୍ରହ ରହିଛି। ଏହାସହ IISc ବେଙ୍ଗାଲୁରୁରେ ଗଣିତ ଉପରେ ଅଧ୍ୟୟନ କରିବା ପାଇଁ ମୋର ଇଚ୍ଛା ରହିଛି ଏବଂ ସେଥିଲାଗି ମୁଁ ପ୍ରସ୍ତୁତି ମଧ୍ୟ କରୁଛି।
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ Joint Entrance Examination(JEE Main 2021)। ଚଳିତବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୪ଟି sessionsରେ ପରୀକ୍ଷା ହେବ। ପ୍ରଥମ ସେସନ୍ ଆଜିଠୁ ଅର୍ଥାତ୍ ଫେବୃଆରୀ ୨୩ରୁ ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ମଧ୍ୟ ପରୀକ୍ଷା ହେବ। ୪ଟି ସେସନ୍ ପାଇଁ ଚଳିତ ଥର ଦେଶରୁ ମୋଟ ୨୨ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବେଷ୍ଟ ରାଙ୍କ୍ ଆଧାରରେ […]