• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅନନ୍ତନାଗ : ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ବଡ଼ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀମାନେ ଜଣେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆକ୍ରମଣର ତୁରନ୍ତ ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସ୍ୱାମୀସ୍ତ୍ରୀଙ୍କୁ ମୃତ ଘୋଷିତ କରିଥିଲେ । ସହରର ଲାଲ ଚୌକ ନିକଟରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ଆତଙ୍କବାଦୀ ।

ସ୍ପଷ୍ଟ ଦିବାଲୋକରେ ବିଜେପି ନେତାଙ୍କୁ ହତ୍ୟା କରିବା ଘଟଣା ସାଧାରଣରେ ଭୟ ବଢ଼ାଇଛି । ଦଳର ନେତାଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିଜେପି ତୀବ୍ର ପ୍ରତିକ୍ରିୟା ଦେଇଛି । ଗୁଲାମ ରସୁଲ ଦାର ବିଜେପିର ଜଣେ ଟାଣୁଆ ନେତା ଥିବା ସହ ସରପଞ୍ଚ ଥିଲେ । କିଛି ଦିନ ପୂର୍ବରୁ ସେ ପଞ୍ଚାୟତ ନିର୍ବାଚନରେ ​​ନିର୍ବାଚିତ ହୋଇଥିଲେ । ଆତଙ୍କବାଦୀ ଆକ୍ରମଣରେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଘଟଣା ପରେ ଟୁଇଟ୍ କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏହି ସୂଚନା ଦେଇଛନ୍ତି ।

ଏହି ଆତଙ୍କବାଦୀ ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଏହି ଆକ୍ରମଣ ରାଜ୍ୟରେ ଧାରା ୩୭୦ ରଦ୍ଦ ହେବାର ଦ୍ୱିତୀୟ ବାର୍ଷିକୀ ସହିତ ଏହି ଆକ୍ରମଣର ସମ୍ପର୍କ ରହିଛି ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଚାରି ଦିନ ପୂର୍ବେ ଅଗଷ୍ଟ ୫ରେ ରାଜ୍ୟରୁ ଧାରା ୩୭୦ ରଦ୍ଦ ହେବାର ଦ୍ୱିତୀୟ ବାର୍ଷିକୀ ଅନୁଷ୍ଠିତ ଥିଲା ।