Advertisment

ଚର୍ମର ସଂକେତ କହିବ ମଧୁମେହର ଲକ୍ଷଣ

ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ଆଜି ସାରା ବିଶ୍ୱରେ ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୀବନରେ ଚାପ ଏବଂ ବେପରୁଆ ଖାଇବା ଅଭ୍ୟାସ ହେତୁ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ସାଧାରଣ ଜୀବନର ଏକ ଅଂଶ ପାଲଟିଗଲାଣି। ଯୁବବର୍ଗ ମଧ୍ୟ ଏଥୁରୁ ମୁକୁଳୁ ନାହାନ୍ତି। ସେମାନେ ବି ମଧୁମେହ ରୋଗରେ ପୀଡିତ ହେବା ଆରମ୍ଭ କରିଛନ୍ତି। ମଧୁମେହ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରେ।

author-image
Pramod Behera
ଚର୍ମର ସଂକେତ କହିବ ମଧୁମେହର ଲକ୍ଷଣ

Diabetes

ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ଆଜି ସାରା ବିଶ୍ୱରେ ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୀବନରେ ଚାପ ଏବଂ ବେପରୁଆ ଖାଇବା ଅଭ୍ୟାସ ହେତୁ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ସାଧାରଣ ଜୀବନର ଏକ ଅଂଶ ପାଲଟିଗଲାଣି। ଯୁବବର୍ଗ ମଧ୍ୟ ଏଥୁରୁ ମୁକୁଳୁ ନାହାନ୍ତି। ସେମାନେ ବି ମଧୁମେହ ରୋଗରେ ପୀଡିତ ହେବା ଆରମ୍ଭ କରିଛନ୍ତି। ମଧୁମେହ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରେ। ଏହି ବ୍ୟାଧି ହେତୁ ଶରୀରର ଅନେକ ଅଂଶ ନଷ୍ଟ ହେବାକୁ ଲାଗେ, ଯେଉଁଥିରେ ଚର୍ମ ମଧ୍ୟ ଅନ୍ତର୍ଭୁକ୍ତ। ଚର୍ମର ଏପରି ଅନେକ ସଂକେତ ଅଛି ଯାହା ଜଣେ ବ୍ୟକ୍ତିର ସୁଗାର ସ୍ତର ସ୍ୱାଭାବିକ ନୁହେଁ ବୋଲି ସୂଚାଇ ଦିଏ।

Advertisment

ମଧୁମେହ ଆଖିର ଦୁର୍ବଳତା, ହୃଦୟ ସମସ୍ୟା, କିଡନୀ କାର୍ଯ୍ୟରେ ବାଧା ଏବଂ ଚର୍ମ ସମେତ ଅନ୍ୟ ଅଙ୍ଗଗୁଡ଼ିକର ସମସ୍ୟା ସୃଷ୍ଟି କରେ। ଏହା ଏପରି ଏକ ବ୍ୟାଧି ଯାହା ଅନେକ ରୋଗର କାରଣ ହୋଇଥାଏ ବୋଲି କୁହାଯାଏ। ସଠିକ ସମୟରେ ଏହାର ନିରାକରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶରୀରରେ ସୁଗାର ସ୍ତର ବୃଦ୍ଧି ହେବାର ଲକ୍ଷଣ ଚର୍ମରେ ମଧ୍ୟ ସ୍ପଷ୍ଟ ଦେଖାଯାଏ ।

Advertisment

ଶରୀରରେ ସୁଗାର ସ୍ତର ବୃଦ୍ଧି ହେତୁ ଜଣେ ବ୍ୟକ୍ତିକୁ ବାରମ୍ବାର ପରିସ୍ରା ଲାଗେ। ମଧୁମେହ ହେତୁ ରୋଗୀର ଶରୀରରେ ଜଳ ସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗେ, ଯାହା ଡିହାଇଡ୍ରେସନ୍ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଏହି ଡିହାଇଡ୍ରେସନ୍ ଯୋଗୁଁ ରୋଗୀର ଚର୍ମ ଉପରେ ସିଧାସଳଖ ପ୍ରଭାବ ପଡିଥାଏ ଏବଂ ଚର୍ମରେ ଶୁଷ୍କତା ଦେଖାଯାଏ।

ଏଗୁଡିକ ବ୍ୟତୀତ ଶରୀରର ଚର୍ମରେ ଏପରି ସଂକେତ ଦେଖାଯିବା ଆରମ୍ଭ କରେ, ଯେଉଁ କାରଣରୁ ମଧୁମେହ ହୋଇଥିବା ଜଣାପଡେ। ଏସବୁକୁ ପୂର୍ବ ମଧୁମେହ ଲକ୍ଷଣ କୁହାଯାଏ। ତେଣୁ ଏହିପରି ସଂକେତ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ୍, ନଚେତ୍ ପରିସ୍ଥିତି ଗୁରୁତର ହୋଇପାରେ।

ଅନେକ ମଧୁମେହ ରୋଗୀଙ୍କ ଚର୍ମରେ କଳା ଦାଗ ଦେଖାଯିବା ଆରମ୍ଭ ହୁଏ। ବିଶେଷକରି ବେକ ଏବଂ ବାହୁରେ ଏଭଳି ଦାଗ ଦେଖାଯାଏ। ଏହି ସ୍ଥାନକୁ ଛୁଇଁଲେ ଭେଲଭେଟକୁ ଛୁଇଁଲା ପରି ଲାଗେ। ଏହା ମଧ୍ୟ ଏକ ପୂର୍ବ-ମଧୁମେହ ଲକ୍ଷଣ ଯାହାକୁ ମେଡିକାଲ ଭାଷାରେ ଆକାଣ୍ଟୋସିସ୍ ନିଗ୍ରିକାନ୍ କୁହାଯାଏ। ଏହା ଦର୍ଶାଏ ଯେ ଶରୀରରେ ସୁଗାର କିମ୍ବା ଇନ୍‌ସୁଲିନ୍‌ର ପରିମାଣ ବୃଦ୍ଧି ପାଇଛି।

ଏହା ବ୍ୟତୀତ ଚର୍ମରେ ଲାଲ, ହଳଦିଆ ଏବଂ ବାଦାମୀ ଦାଗ ମଧ୍ୟ ବହୁତ କିଛି କହିପାରେ। ଏହି ଦାଗଗୁଡ଼ିକ ପୂର୍ବ-ମଧୁମେହ ଲକ୍ଷଣକୁ ସୂଚିତ କରେ। ଏହା ଦ୍ୱାରା ଚର୍ମ କୁଣ୍ଡେଇ ହୁଏ ଏବଂ ଯନ୍ତ୍ରଣା ଦିଏ। ଡାକ୍ତରୀ ଭାଷାରେ ଏହାକୁ ନେକ୍ରୋବାୟୋସିସ୍ ଲିପୋଡିକା କୁହାଯାଏ ଯାହାକି ଅନ୍ୟ ଏକ ମଧୁମେହ ରୋଗର ଲକ୍ଷଣ। ଯଦି ଏପରି ଲକ୍ଷଣ ଦେଖାଯାଏ, ତୁରନ୍ତ ସୁଗାର ଚେକ୍ କରିବା ଉଚିତ।

Health Diabetes Skin Sign
Advertisment
Advertisment