• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଯେତେ ତିକ୍ତ ଥିଲେ ମଧ୍ୟ ଉତ୍ସବ ବେଳେ ମିଠା ଦିଆ-ନିଆ ହୋଇଥାଏ । ତେବେ ଠିକ ସେହିଭଳି ଆଜି ପାକିସ୍ତାନର ସ୍ୱାଧିନତା ଦିବସ ଉପଲକ୍ଷେ ଉଭୟ ଦେଶ ମଧ୍ୟ ମିଠା ଦିଆ-ନିଆ ହୋଇଛି ।

Indian-Army

ଭାରତୀୟ ସେନା ପକ୍ଷରୁ ସୀମାରେ ପାକିସ୍ତାନ ସୈନ୍ୟମାନଙ୍କୁ ମିଠା ବଣ୍ଟାଯାଇଛି ।

ଭାରତୀୟ ସେନା, ଜାମ୍ମୁ-କାଶ୍ମୀରର ପୁଞ୍ଚ ଏବଂ ମେଣ୍ଢର ସୀମାରେ ମୁତୟନ ଥିବା ପାକିସ୍ତାନୀ ଯବାନଙ୍କୁ ମିଠା ଦେଇ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ, ଏବେ ବି ଭାରତ-ପାକିସ୍ତାନ ମଧ୍ୟରେ ବିଭିନ୍ନ ସମୟରେ ଗୁଳିବିନିମୟ ହେଉଛି । ପାକିସ୍ତାନ ପକ୍ଷରୁ ସୀମାରେ ବାରମ୍ବାର ଅସ୍ତବିରତୀ ନିୟମ ଉଲଂଘନ କରାଯାଉଛି । ଯାହାର ଜବାବରେ ଭାରତୀୟ ଯବାନ ମାନେ ମଧ୍ୟ ଗୁଳି ଚଳାଉଛନ୍ତି । ଏହାଦ୍ୱାରା ଉଭୟ ପକ୍ଷରୁ ଅନେକଙ୍କ ମୃତ୍ୟୁ ହେଉଛି ।

Indian Army

ଗତ ସପ୍ତାହକ ମଧ୍ୟରେ ପାକିସ୍ତାନ ସହ ଲିଙ୍କ୍‌ ରଖିଥିବା ଆତଙ୍କବାଦୀ ସଂଗଠନ ପକ୍ଷରୁ ଜାମ୍ମୁ-କାଶ୍ମୀରରେ ଏକାଧିକ ଥର ଯବାନମାନଙ୍କ ଉପରକୁ ଆକ୍ରମଣ କରାଯାଇଛି । ଏଥିରେ ଭାରତୀୟ ଯବାନମାନେ ସହିଦ ହୋଇଥିବା ବେଳେ ଅନେକ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି ।

India-Pakistan Army