ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ଅଜବ ନିୟମ । ତାଙ୍କୁ ଭେଟିବାକୁ ହେଲେ ଆଧାର କାର୍ଡ଼ ନେଇ ଆସିବାକୁ ପଡ଼ିବ ବୋଲି କହିଛନ୍ତି କଙ୍ଗନା । ଯାହା ସସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଅରବିନ୍ଦ କେଜ୍ରିୱାଲଙ୍କୁ ମିଲିଲା ଅନ୍ତରୀଣ ଜାମିନ । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ ।
କେନ୍ଦ୍ର ସରକାରଙ୍କ ଏ ଘୋଷଣା ପରେ ବିଏସଏଫ, ସିଆଇଏସଏଫ୍ ଏବଂ ଆରପିଏଫ ପକ୍ଷରୁ ଅଗ୍ନିବୀରଙ୍କ ଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।
ବିଦେଶ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ବଜେଟ ପ୍ରସଙ୍ଗରେ ବୈଠକ କରିଛନ୍ତି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ ।
ସାମ୍ନାକୁ ଆସିଥିବା ହ୍ୱାଟ୍ସଆପ୍ ଚାଟ୍ରେ ସେ ଅଧିକାରୀ ଜଣଙ୍କୁ କହୁଛନ୍ତି ଯେ, ‘ମୁଁ ଜୁନ୍ ୩ରେ ଯୋଗଦେବା ପୂର୍ବରୁ ଦୟାକରି କ୍ୟାବିନ୍ ଓ ଗାଡ଼ି ବ୍ୟବସ୍ଥା କର । ପରେ ସମୟ ମିଳିବ ନାହିଁ ।
ତେଲେଙ୍ଗାନାର ଏକ ମାମଲାର ବିଚାର ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ। ଛାଡ଼ପତ୍ର ପରେ ସ୍ତ୍ରୀକୁ ଭରଣ ପୋଷଣ ଦେବାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପରିବାରରେ ଗୃହିଣୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶିଷ୍ଟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ସହ ରାଷ୍ଟ୍ରପତି ଭବନରେ ଖେଳୁଥିବା ଦେଖିବାକୁ ମିଳିଛି। ହାତରେ ରାକେଟ୍ ଧରି ସାଇନାଙ୍କ ସହ ବେଶ୍ କିଛି ସମୟ ପେଷାଦାର ଖେଳାଳି ଭଳି ଖେଳିଥିଲେ ରାଷ୍ଟ୍ରପତି।
ଗତକାଲି ଭିଏନାରୁ ବିଶ୍ୱ ସମୁଦାୟଙ୍କୁ ଆହ୍ୱାନ ଦେଇ ମୋଦି କହିଛନ୍ତି, ଭାରତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ବିଶ୍ୱାସ ରଖେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଶିଷ୍ଟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ସହ ରାଷ୍ଟ୍ରପତି ଭବନରେ ଖେଳୁଥିବା ଦେଖିବାକୁ ମିଳିଛି।
NPS ଅନୁସାରେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ସେମାନଙ୍କ ଶେଷ ଦରମାର ୫୦ ପ୍ରତିଶତ ଅର୍ଥ ପେନସନ ଆକାରରେ ମିଳିବ।
ତାଜୁବ କଲା ଛତିଶଗଡ଼ ଆବୁଝମାଡ଼ ଜଙ୍ଗଲରେ ମାଓ ବିରୋଧୀ ଅପରେସନରେ ସାମିଲ ସୁରକ୍ଷାକର୍ମୀଙ୍କ ସଂଘର୍ଷର ଚିତ୍ର। ଝିପି ଝିପି ବର୍ଷାରେ ପଲିଥିନ୍ ଘେରେଇ ସଂଗ୍ରହ କରୁଛନ୍ତି ପିଇବା ପାଣି ।
ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏକ ଛାଡପତ୍ର ମାମଲାର ଶୁଣାଣି କରି ସୁପ୍ରିମ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ଦେବାକୁ ସ୍ବାମୀ ବାଧ୍ୟ। ସ୍ୱାମୀଙ୍କୁ ଏହି ଅର୍ଥ ରାଶି ଦେବାକୁ ପଡିବ ।
ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ବର୍ତ୍ତମାନ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଜଣେ ରାଜସ୍ୱ ସେବା ଅଧିକାରୀଙ୍କୁ (IRS) ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମିଳିଛି ।
ଲାଇସେନ୍ସ ସସପେଣ୍ତ ହେବା ପରେ ପତଞ୍ଜଳି ନିଜର ୧୪ଟି ସାମଗ୍ରୀକୁ ବନ୍ଦ କରିଛି।
ଋଷରେ ଗୁଞ୍ଜରଣ ହେଲା ଜୟ ଜଗନ୍ନାଥ । ମୋସ୍କୋରେ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟଙ୍କୁ ଅଭିବାଦନ ଜଣାଇ କହିଛନ୍ତି, ‘ମୁଁ ଏକୁଟିଆ ଆସି ନାହିଁ, ମୋ ସହ ଅନେକ କିଛି ଆଣିଛି। ମୁଁ ଭାରତର ମାଟିର ସୁଗନ୍ଧ ଆଣିଛି। ମୁଁ ମୋ ସହ ୧୪୦ କୋଟି ଦେଶବାସୀଙ୍କ ପ୍ରେମ ଓ ଭଲ ପାଇବା ନେଇ ଆସିଛି। ’
ସଂସାର ଉଜାଡି ଦେଲା ପ୍ରଧାନମନ୍ତ୍ରୀ ଆବାସ ଟଙ୍କା। ଆବାସ ଯୋଜନାର ପ୍ରଥମ କିସ୍ତି ପାଇବା ପରେ ୧୧ଜଣ ମହିଳା ସେମାନଙ୍କର ସ୍ୱାମୀଙ୍କୁ ଛାଡି ପ୍ରେମିକଙ୍କ ସହ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।
ଉଭୟ ନେତା ପ୍ରାଇଭେଟ୍ ଡିନର କରିବା ସହିତ ଅନୌପଚାରିକ ଭାବେ କିଛି ସମୟ ଆଲୋଚନା କରିଥିଲେ। ଏହି ଅବସରରେ ମୋଦିଙ୍କୁ ଇଲେକ୍ଟ୍ରିକ୍ କାର୍ ରେ ବସାଇ ନୋଭୋ ଓଗାରିୟୋଭୋ ପରିସର ବୁଲାଇଥିଲେ ପୁଟିନ୍। ନିଜେ ପୁଟିନ୍ ଡ୍ରାଇଭ୍ କରୁଥିବା ଦେଖିବାକୁ ମିଳିଥିଲା ।
କଠୁଆରେ ସେନା ଗାଡି ଉପରେ ଅତର୍କିତ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୫ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।
କାଶ୍ମୀରରେ ଆତଙ୍କବାଦୀଙ୍କ କଳା କାହାଣୀର ଆଉ ଏକ ଫର୍ଦ୍ଦ। ଘର ଆଲମାରୀ ଭିତରେ ସୁଡ଼ଙ୍ଗ ବନାଇ ଲୁଚି ରହୁଥିଲେ ଆତଙ୍କବାଦୀ। ମାସ ମାସ ଧରି ଏହି ବଙ୍କର ପାଲଟିଥିଲା ସେଫ୍ ହେଭେନ୍।
ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରର ବଙ୍କର..ଲୁଚି ଲୁଚି ରଚୁଥିଲେ ଦେଶ ବିରୋଧୀ ଷଡ଼ଯନ୍ତ୍ର। ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଚକମା ମାରୁଥିଲେ।
ଜିକା ଭାଇରସ୍ ସଂକ୍ରମଣକୁ ନେଇ ବଢିଲା ଚିନ୍ତା । ବଢୁଥିବା ସଂକ୍ରମଣକୁ ନେଇ ଏବେ ରାଜ୍ୟଗୁଡିକୁ ସତର୍କ କରିଛନ୍ତି କେନ୍ଦ୍ର ସରକାର । ତେବେ ଜିକା ଭାଇରସ୍ କଣ ? ଜାଣନ୍ତୁ...
ସମ୍ପ୍ରତି ବିହାର ଏବଂ କେରଳରେ ମହିଳାମାନଙ୍କୁ ଋତୁସ୍ରାବ ଛୁଟି ମିଳୁଛି। ୧୯୯୨ରେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହିଳା କର୍ମଚାରୀଙ୍କ ପାଇଁ ଦୁଇ ଦିନିଆ ମାସିକ ଛୁଟିର ନିୟମ ଆରମ୍ଭ କରିଥିଲେ। ନିକଟରେ, ଜାନୁଆରୀ ୧୯ରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଛାତ୍ରୀମାନଙ୍କ ପାଇଁ ତିନି ଦିନିଆ ମାସିକ ଛୁଟି ଘୋଷଣା କରିଛନ୍ତି।
ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଆକଳନ ଅନୁଯାୟୀ ଯଦି ଏହି ପ୍ରସ୍ତାବ ଅନୁମୋଦିତ ହୁଏ ତେବେ ବାର୍ଷିକ ଅତିରିକ୍ତ ୧୨୦୭୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସୂତ୍ରରୁ ମିଳିଥିବା ଖବର ଅନୁୟାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ AB-PMJAY ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଆଲୋଚନା ହେଉଛି।
୨୦୧୯ରେ ଶେଷ ଥର ରୁଷ ଗସ୍ତରେ ଯାଇଥିଲେ ମୋଦି। ୯ ତାରିଖରେ ମସ୍କୋରୁ ଅଷ୍ଟ୍ରିଆ ଗସ୍ତ କରିବେ। ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଏହା ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି।