• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋଲକାତା ଅଭୟା କାଣ୍ଡ ମାମଲାରେ ଆଜି ଚଢ଼ାଉକୁ ଆହୁରି ଜୋରଦାର କରିବ କି ସିବିଆଇ ? ଗତକାଲି RG କର୍ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘର ସମେତ ୧୫ଟି ସ୍ଥାନରେ ସିବିଆଇ ରେଡ୍ ହୋଇଥିଲା । ଆଉ ଏଥିରୁ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ ହୋଇଥିବା ସୂଚନା ମିଳିଛି ।

ରେଡ୍ ବେଳେ କିଛି ଠୋସ ପ୍ରମାଣ ମିଳିଛି କି ବୋଲି ଗଣମାଧ୍ୟମର ପ୍ରଶ୍ନରେ ସିବିଆଇ ଅଧିକାରୀ କହିଛନ୍ତି- ବହୁତ କିଛି ମିଳିଛି । ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ସନ୍ଦୀପ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇର ଆଣ୍ଟି କରପ୍ସନ ୱିଙ୍ଗ । ଏହାପରେ ଗତକାଲି ୧୨ ଘଣ୍ଟା ଧରି କୋଲକାତା ବେଲେଘାଟରେ ଥିବା ସନ୍ଦୀପ ଘୋଷଙ୍କ ଘର, ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢାଉ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ମେଡିକାଲ କଲେଜର ପୂର୍ବତନ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ସଞ୍ଜୟ ବଶିଷ୍ଠଙ୍କ ଘର, ହସ୍ପିଟାଲ ପରିଚାଳନା ଓ ରୋଗୀ ସେବା ପାଇଁ ସାମଗ୍ରୀ ଯୋଗାଉଥିବା ସଂସ୍ଥାର କାର୍ଯ୍ୟାଳୟ ଏବଂ କର୍ମଚାରୀମାନଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି । ଆଜି ସିବିଆଇ ପୁଣି କିଛି ସ୍ଥାନରେ ରେଡ୍ କରିପାରେ ବୋଲି କୁହାଯାଉଛି ।

ସେପଟେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରାୟର ଗତକାଲି ପଲିଗ୍ରାଫ ଟେଷ୍ଟ କରାଯାଇଛି । କୋଲକାତା ପ୍ରେସିଡେନ୍ସୀ ଜେଲରେ ହୋଇଛି ସଞ୍ଜୟର ପଲିଗ୍ରାଫ୍ ଟେଷ୍ଟ। ଆଜି ସଞ୍ଜୟର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ ଏବଂ ସିବିଆଇକୁ ଦେଇଥିବା ବୟାନକୁ ମେଳ କରାଯାଇପାରେ ।

ସେପଟେ ସାରା ଦେଶ ଅଭୟାଙ୍କୁ ନ୍ୟାୟ ଦାବିରେ ଏକଜୁଟ ହୋଇଥିବା ବେଳେ, କୋଲକାତା ସଡ଼କରେ ଅହରହ ଚାଲିଛି ପ୍ରତିବାଦ ପ୍ରଦର୍ଶନ ଓ ବିକ୍ଷୋଭ ଶୋଭାଯାତ୍ରା । କିଏ ନିଜ ଅଞ୍ଚଳର ଝିଅ ପାଇଁ, ଆଉ କିଏ ନିଜ ବନ୍ଧୁ ପାଇଁ ନ୍ୟାୟ ଦାବିରେ ଦୁଇ ସପ୍ତାହ ହେଲା ଲଢ଼େଇ କରୁଛି । ଅଭୟାଙ୍କ ପଡ଼ୋଶୀ, ସାହି ଲୋକେ, ଅଭୟାଙ୍କ ବନ୍ଧୁ ମାନେ ରାସ୍ତାରେ ଓହ୍ଲାଇ ନ୍ୟାୟ ମାଗୁଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now