/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724724486.jpg)
Kolkata Horror
ଅଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ମହା ବିକ୍ଷୋଭ। ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ଛାତ୍ର ସଂଗଠନ । ଆଜି କୋଲକାତାରେ ବିଶାଳ ଜନ ସମାବେଶର ଡାକରା ଦେଇଛି ଛାତ୍ର ସମାଜ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ 'ନବାନ୍ନ' ଘେରାଉ କରିବେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ। ବିନା କୌଣସି ରାଜନୈତିକ ବ୍ୟାନରରେ ଏହି ବିକ୍ଷୋଭର ଡାକରା ଦିଆଯାଇଛି। ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକେ ମମତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇବେ। ଯାହାର ପ୍ରଭାବ ଏବେଠୁ ଦେଖା ଦେଲାଣି।
ଅଧିକ ପଢ଼ନ୍ତୁ: କୋଲକତା ଅଭୟା କାଣ୍ଡ ! ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଭିଡିଓ...
କୋଲକାତାକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ ସିଲ୍ କରି ଦିଆଗଲାଣି। ଏହାର ସିଧା ପ୍ରଭାବ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ଉପରେ ପଡ଼ିଛି। କାରଣ କୋଲକାତାରୁ ରାତିରେ ଓଡ଼ିଶାକୁ ବସ୍ ଆସୁଛି ଓ ସକାଳେ ଓଡ଼ିଶା ପଟୁ ବସ୍ କୋଲକାତା ଯାଉଛି । ଟ୍ରାଫିକ ଜାମ୍ ହେବା ଫଳରେ ଲୋକେ ଘଣ୍ଟା ଘଣ୍ଟା ଧରି ଫସିବା ଆଶଙ୍କା ଦେଖାଦେଇଛି।
ଏପଟେ ସସ୍ପେନ୍ସରେ ସେମିନାର ହଲର ସତ । ପ୍ରକୃତରେ ସେଇଠି ଅପରାଧ ଘଟିଥିଲା ନା ଦିଆଯାଇଥିଲା କ୍ରାଇମ୍ ସ୍ପଟ୍ର ରୂପ । ଛାତ୍ରଛାତ୍ରୀଙ୍କ ସନ୍ଦେହ, ଏହି ରହସ୍ୟକୁ ଆହୁରି ବଢାଇ ଦେଇଛି। ପିଲାଙ୍କ ଅଭିଯୋଗ, ମେଡିକାଲ କଲେଜର ତୃତୀୟ ମହଲାରେ ଥିବା ସେମିନାର୍ ହଲ୍ ପ୍ରକୃତରେ କ୍ରାଇମ ସ୍ପଟ୍ ନୁହେଁ। ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ସେଠି ମୃତଦେହ ଆଣି ରଖାଯାଇ ଥାଇପାରେ। କାରଣ, ଘଟଣା ଦିନ ସକାଳେ ସେମିନାର୍ ହଲ୍ର ଦୃଶ୍ୟ, ସେଠି ଅପରାଧ ଘଟିଲା ଭଳି ନଥିଲା। ଏକଦମ୍ ସଫା ସୁତୁରା, ବ୍ୟବସ୍ଥିତ ଥିଲା ହଲ୍।
ଅନ୍ୟପଟେ ଘଟଣାର କିଛି ସମୟ ପରେ ହିଁ ସେମିନାର୍ ହଲ୍ ସାମ୍ନାରେ ଆରମ୍ଭ ହୋଇଯାଇଥିଲା ଭଙ୍ଗାରୁଜା। ପ୍ରଶ୍ନ ଉଠୁଛି, ସେଠି ଅପରାଧ ଘଟାଇ ମୃତଦେହକୁ ପାଖ ସେମିନାର ହଲରେ ରଖାଯାଇନଥିଲା ତ ? ଜାଣିଶୁଣି ପ୍ରମାଣ ନଷ୍ଟ କରାଯାଇନି ତ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)