• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଥିଲା ଦେହବେପାର । ମେଡିକାଲକୁ ଆସୁଥିଲେ ସୁନ୍ଦରୀ ସୁନ୍ଦରୀ ଦେହଜୀବୀ । ପର୍ଣ୍ଣ ଭିଡିଓ ସୁଟିଂ ହେଉଥିଲା । ଆଉ ସେଥିରୁ ରୋଜଗାର ହେଉଥିଲା ଲକ୍ଷ ଲକ୍ଷ ଟଙ୍କା । ଦିନ ଯେତିକି ଯେତିକି ଗଡ଼ୁଛି, ପାପର ପେଡ଼ି ସେତିକି ସେତିକି ଖୋଲିବାର ଲାଗିଛି ।

ସାମ୍‌ନାକୁ ଏବେ କେବଳ ନରହନ୍ତା ସଞ୍ଜୟ ନୁହେଁ RG କର ମେଡିକାଲ କଲେଜର ତତ୍କାଳୀନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଗୁମର ଖୋଲିବାରେ ଲାଗିଲାଣି । ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଇସାରାରେ ବାହାରୁ ମେଡିକାଲକୁ ଆସୁଥିଲେ ଯୁବତୀ । ହସ୍ପିଟାଲରେ ଖାଲି ରୋଗୀ ନୁହେଁ, ସୁନ୍ଦର ସୁନ୍ଦର ଯୁବତୀଙ୍କ ଦେହ ସୁଖର ବି ମିଳୁଥିଲା ସୁବିଧା ।

ଆଉ ସେସବୁ କଳାକାରନାମାର ଆଗରେ ଥିଲେ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସବୁକାଳେ ତାଙ୍କ ଇସାରାରେ ହେଉଥିଲା । ପର୍ଣ୍ଣ ଭିଡିଓ ସୁଟିଂ ପାଇଁ କ୍ୟାମେରା, ଟ୍ରାଇପଟ୍‌ ଓ ସ୍ୟାଡୋ କାଟିବା ପାଇଁ ସ୍ୱତନ୍ତ୍ର ଲାଇଟ୍‌ର ବି ବ୍ୟବସ୍ଥା କରାଯାଇଥିଲା ।

ଖାଲି ସେତିକି ନୁହେଁ, ମେଡିକାଲରେ ମୃତଦେହ ସହ ମଧ୍ୟ ସେକ୍ସ କରାଯାଇ ଭିଡିଓ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ମୃତ ମହିଳାଙ୍କ ମୁହଁକୁ ଏଡିଟିଂ କରାଯାଇ କଲେଜର ସୁନ୍ଦରୀ ସୁନ୍ଦରୀ ଯୁବତୀଙ୍କ ମୁହଁକୁ ସେଥିରେ ଲଗାଯାଇଥିଲା ।

ଏପରି ଅନେକ ସଂଘାତିକ କଥାର ଗୋଟିଏ ଗୋଟିଏ ଫର୍ଦ୍ଦ ଏବେ ଲେଉଟିବାକୁ ଲାଗିଲାଣି । ସେପଟେ RG କର ମେଡିକାଲ କଲେଜର ସେତେବେଳର ଉପ-ଅଧୀକ୍ଷକ ଅଖତାର ଅଲ୍ଲୀ ଓଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ତତ୍କାଳୀନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ କଳା କାରନାମା ।

କ୍ୟାମେରା ଆଗରେ ସେ ଯାହା କହିଛନ୍ତି ଶୁଣିଲେ ଆପଣ ବିଶ୍ୱାସ ମଧ୍ୟ କରିପାରିବେନି । ମେଡିକାଲ କଲେଜରେ ଚାଲୁଥିଲା ସେକ୍ସ ରାକେଟ୍ । ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ । ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ।

ସେତେବେଳର ଡେପୁଟି ଅଧକ୍ଷ ଅଖତର୍ ଅଲ୍ଲୀ ଗତବର୍ଷ ପ୍ରଥମେ ସନ୍ଦୀପ ଘୋଷଙ୍କ ଗୁମର ଖୋଲିଥିଲେ । ହେଲେ ଏମିତି କିଛି ବଡ଼ବଡିଆଙ୍କ ହାତ ସନ୍ଦୀପଙ୍କ ଉପରେ ଥିଲା, ଯେମିତି ତାଙ୍କୁ ସୁରକ୍ଷା ମିଳୁଥିଲା । ହସ୍ପିଟାଲରେ ଅଙ୍ଗ ଚାଲାଣ କରାଯାଏ । ବାୟୋ ୱେଷ୍ଟକୁ ବାଂଲାଦେଶ ଚାଲାଣ ଭଳି ଅନେକ କାମ ସନ୍ଦୀପ ଘୋଷ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଅଖତାର ଅଲ୍ଲୀ ।

OTV is now on Whatsapp

Join and get latest news update delivered to you via whatsapp

Join Now