• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପକ୍କା ସୈତାନ ସନ୍ଦୀପ ଘୋଷ ! ଅପରାଧର ପୃଷ୍ଠ ଭୂମିରେ କରିଥିଲା ଘର । ଡେଲି ଡେଲି ସୁନ୍ଦରୀଙ୍କ କରୁଥିଲା ସଉଦା । ହେଲେ କିଏ ଏ ସନ୍ଦୀପ ଘୋଷ ? କେମିତି କଲା ଏତେ ବଡ଼ ଅପରାଧର ସାମ୍ରାଜ୍ୟ ? ମେଡିକାଲ କଲେଜର ଅଧ୍ୟକ୍ଷ ହୋଇ ବି ଏତେ ସାହସ ପାଉଥିଲେ କେଉଁଠୁ ଆସନ୍ତୁ ଜାଣିବା ।

ପଶ୍ଚିମବଙ୍ଗର ଏକ ଛୋଟ ସହର ବାଙ୍ଗାଓଁରେ ସୈତାନ ସନ୍ଦୀପ ଘୋଷର ଘର । ଯେଉଁଠୁ ତା’ର ପାଠ ପଢ଼ା ଆରମ୍ଭ ହୋଇଥିଲା । ପାଠ ପଢ଼ୁଥିଲେ ସତ, ହେଲେ ମୁଣ୍ଡରେ ଚାଲିଥିଲା ସୈତାନୀ ବୁଦ୍ଧି । ୧୯୮୯ରେ ସନ୍ଦୀପ ବୋନଗାଓନ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ ।

ପରେ ୧୯୯୪ ମସିହାରେ ଆର.ଜି କାର୍ ମେଡିକାଲ୍ କଲେଜରେ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ । ଆଉ ତା’ ପରେ ସେ ଚଢ଼ି ଚାଲିଥିଲା ଗୋଟିଏ ଉପରେ ଗୋଟିଏ ସିଡ଼ି । ଆର.ଜି କର ମେଡିକାଲ କଲେଜରେ ଯୋଗଦେବା ପୂର୍ବରୁ ସନ୍ଦୀପ ଘୋଷ କଲିକତା ନ୍ୟାସନାଲ ମେଡିକାଲ କଲେଜରେ ଉପାଧ୍ୟକ୍ଷ ଥିଲେ ।

ଜଣେ ଅର୍ଥୋପେଡିକ୍ ପ୍ରଫେସର ତଥା ସର୍ଜନ ହୋଇଥିଲେ ମଧ୍ୟ ବୃତ୍ତିଗତ ଅନିୟମିତତା ହେତୁ ସେ ଏହି କ୍ଷେତ୍ରରେ ସେମିତି ସଫଳତା ପାଇପାରିନଥିଲା । ହେଲେ ମନ୍ଦ ବୁଦ୍ଧି ଯୋଗୁ ୨୦୨୧ରେ ଆରଜି କର ମେଡିକାଲ କଲେଜ ଆଣ୍ଡ ହସପିଟାଲରରେ ତାଙ୍କୁ ନିଯୁକ୍ତି ମିଳିଥିଲା । ପରେ ପରେ ସେ ଅଧ୍ୟକ୍ଷ ହୋଇଥିଲା ।

ଜୁନ୍ ୨୦୨୩ରେ, ମେଡିକାଲ କଲେଜ୍‌ରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସନ୍ଦୀପ ଘୋଷ ବିବାଦରେ ଛନ୍ଦି ହୋଇଯାଇଥିଲେ । ଫଳରେ ଆର୍ଥିକ ହେରଫେର ଏବଂ ଟେଣ୍ଡର କାରବାର ଅଭିଯୋଗରେ ତାଙ୍କୁ ଅସ୍ଥାୟୀ ଭାବେ ମୁର୍ସିଦାବାଦ ମେଡିକାଲ କଲେଜକୁ ବଦଳି କରାଯାଇଥିଲା ।

ହେଲେ ମାତ୍ର କିଛି ଦିନ ମଧ୍ୟରେ ପୁଣି ଆର.ଜି କର ମେଡିକାଲ କଲେଜରେ ପୁନଃ ନିଯୁକ୍ତି ମିଳିଥିଲା । ସେହିପରି ସନ୍ଦୀପଙ୍କୁ ୨ଥର ପାଇଁ ବଦଳି କରାଯାଇଥିଲେ ମଧ୍ୟ ପୁଣି ଥରେ ଆରଜି କର ମେଡିକାଲ କଲେଜକୁ ଫେରି ନିଜର ଅପରାଧ ସାମ୍ରାଜ୍ୟ ଚଳାଇଥିଲା ସନ୍ଦୀପ ।

ଅଗଷ୍ଟ ୯ ତାରିଖରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ତା’ର ଠିକ୍‌ ୩ ଦିନ ପରେ ଅର୍ଥାତ୍ ୧୨ ତାରିଖରେ ସନ୍ଦୀପ ଘୋଷ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲା । ହେଲେ ସବୁଠାରୁ ବଡ଼ କଥା ହେଉଛି ତା’ ମାତ୍ର କିଛି ଘଣ୍ଟା ପରେ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ତାକୁ ଦିଆଯାଇଥଲା । ଏଥିରୁ ସ୍ପଷ୍ଟ ଯେ, ତୃଣମୂଳ ସରକାରରେ ସନ୍ଦୀପ ଘୋଷ ହିଁ ଥିଲେ ଗେହ୍ଲାପୁଅ । ଯାହାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ ।

OTV is now on Whatsapp

Join and get latest news update delivered to you via whatsapp

Join Now