ମମତାଙ୍କ ଗଡ଼ରେ ମହାବିକ୍ଷୋଭ । ପଶ୍ଚିମବଙ୍ଗ ଇତିହାସରେ ସବୁଠୁ ବଡ଼ ଜନ ଆକ୍ରୋଶ ରାଲି । ଅଭୟା କାଣ୍ଡ ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ ନବାନ୍ନ ଘେରାଉ ପାଇଁ ସ୍ୱତଃସ୍ଫୂର୍ତ୍ତ ଭାବେ ଏକାଠି ହୋଇଥିଲେ ହଜାର ହଜାର ଛାତ୍ରଛାତ୍ରୀ । ହାତରେ ପ୍ଲାକାର୍ଡ, ମୁହଁରେ ଏକମାତ୍ର ନାରା, ଜଷ୍ଟିସ୍ ଫର୍ ଅଭୟା । ତେବେ ବିନା କୌଣସି ରାଜନୈତିକ ଦଳର ସମର୍ଥନରେ ନୀରିହ ଛାତ୍ରଛାତ୍ରୀଙ୍କ ଏହି ପ୍ରତିବାଦକୁ ଚପାଇ ଦେବାକୁ ଅଭେଦ୍ୟ ଦୁର୍ଗ ଠିଆ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
Published By: Satyendu Shekher Mishra
Last updated: 27 August 2024, 10:22 PM IST
କଳ୍ପନା ସୋରେନ୍। ଦିନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ଭାବେ ଲୋକେ ତାଙ୍କୁ ଜାଣୁଥିଲେ। ଏବେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଟପ୍ ଲିଡର। ବିଧାନସଭା ନିର୍ବାଚନରେ JMM ପାଇଥିବା ବଡ଼ ବିଜୟର ଶ୍ରେୟ ଦିଆଯାଉଛି କଳ୍ପନାଙ୍କୁ। ଏପରିକି ଗାଣ୍ଡେ ଆସନରୁ ଜିତି ବିଧାୟିକା ବି ହୋଇଛନ୍ତି ଏହି ଓଡ଼ିଆ ଝିଅ।