/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724830361.jpg)
Chief Justice DY Chandrachud
ଠକେଇର ନୂଆ ନୂଆ ତରିକା ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି । ସାଇକର ଠକେଇ ମଧ୍ୟ ବଢିବାରେ ଲାଗିଛି । କିନ୍ତୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଣ୍ଚର୍ଯ୍ୟ ଚକିତ ହେବେ । CJIଙ୍କ ନାଁରେ ଠକେଇ । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ସତ । ଜାଣନ୍ତୁ ପୂରା ଘଟଣା କଣ...
‘ହେଲୋ, ମୁଁ CJI କହୁଛି, କଲିଜିୟମ୍ରେ ଜରୁରୀ ବୈଠକ ଅଛି, ମୁଁ କନ୍ନଟ ପ୍ଲେସ୍ରେ ଫସି ଯାଇଛି । ମୋତେ କାର୍ ଭଡ଼ା ୫୦୦ ଟଙ୍କା ପଠାଇ ପାରିବ ? କୋର୍ଟରେ ପହଞ୍ଚିବା ପରେ ତୁମକୁ ଟଙ୍କା ଫେରାଇ ଦେବି।’ ଏପରି ଏକ ମେସେଜ ପାଇ ଜଣେ ବ୍ୟକ୍ତି ହଠାତ୍ ନିଜକୁ ବିଶ୍ୱାସ କରିପାରିଲେନି। ମାତ୍ର ପରେ ଖୋଳତାଡ଼ କରୁ କରୁ ଏହା ସାଇବର ଠକଙ୍କ କାରସାଦି ବୋଲି ଜାଣିବାକୁ ମିଳିଥିଲା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ତେବେ ସବୁଠୁ ବଡ଼ କଥା ହେଲା ମେସେଜ ଆସିଥିବା ନମ୍ବରରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦଚୂଡ଼ଙ୍କ ଫଟୋ ଲାଗିଥିଲା । ତେବେ ଘଟଣା ସମ୍ପର୍କରେ ସୂଚନା ଦେଇ ଜଣେ ୟୁଜର୍ସ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ।
Supreme Court of India on instructions of CJI DY Chandrachud registers a cyber crime complaint in the case where a scammer impersonated CJI Chandrachud, and asked for ₹500 for a cab #SupremeCourtpic.twitter.com/ZsG89bM4bj
— Debayan Roy (@DebayonRoy) August 27, 2024
ଏପରି ମାମଲା ସାମ୍ନାକୁ ଆସିବା ପରେ ସୁପ୍ରିମ କୋର୍ଟ ପକ୍ଷରୁ ସାଇବର ସେଲ୍ରେ ଅଭିଯୋଗ ହୋଇଛି। ଏହି ମାମଲାର ଯାଞ୍ଚ ଚାଲିଥିବା ବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସାଇବର ସେଲ୍ ଅଧିକାରୀ କହିଛନ୍ତି ।
ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ ଉତ୍ତରପ୍ରଦେଶରେ ଗତବର୍ଷ ସବୁଠୁ ଅଧିକ ୨ ଲକ୍ଷରୁ ଅଧିକ ଲୋକ ସାଇବର ଠକେଇର ଶିକାର ହୋଇଛନ୍ତି । ସାଇବର ଠକ ଉତ୍ତରପ୍ରଦେଶରୁ ୭୨୧.୧ କୋଟି ଠକି ନେଇଛନ୍ତି । ଏହାପରେ ମହାରାଷ୍ଟ୍ର ଓ ଗୁଜରାଟରୁ ଅଧିକ ଠକେଇ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)