• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

UPSC ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଅନ୍ୟତମ । UPSC ପାଇଁ ପ୍ରସ୍ତୁତ କରୁଥିବା ପରୀକ୍ଷାର୍ଥୀଙ୍କ ଏକ ଖୁସି ଖବର । ସିଭିଲ ସର୍ଭିସ୍‌ ଅଶାୟୀଙ୍କ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ । ଏହି ନୂଆ ଯୋଜନା ଆଧାରରେ UPSC ମେନ୍ସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ତେଲେଙ୍ଗାନାର ପରୀକ୍ଷାର୍ଥୀଙ୍କୁ ସରକାର ୧ ଲକ୍ଷ ଟଙ୍କା ପ୍ରଦାନ କରିବେ । ଯାହାଦ୍ୱାରା ପରୀକ୍ଷାର୍ଥୀମାନେ ସାକ୍ଷାତକାର ପାଇଁ ଭଲ ଭାବେ ପ୍ରସ୍ତୁତି କରିପାରିବେ ।

ତେଲେଙ୍ଗାନାର ସ୍ଥାୟୀ ବାସିନ୍ଦାମାନେ ହିଁ ସରକାର ଘୋଷଣା କରିଥିବା ଏହି ନୂଆ ଯୋଜନାର ଲାଭ ଉଠାଇ ପାରିବେ । ଏହା ବ୍ୟତୀତ ଜଣେ ପରୀକ୍ଷାର୍ଥୀ ନିଶ୍ଚିତ ଭାବରେ UPSC ପ୍ରିଲିମସ୍ ଏବଂ ମେନ୍‌ସ ପରୀକ୍ଷା ପାସ୍‌ କରିଥିବା ଆବଶ୍ୟକ । ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଚେଷ୍ଟା କରୁଥିବା ପରୀକ୍ଷାର୍ଥୀମାନଙ୍କୁ କେବଳ ଥରେ ହିଁ ଆର୍ଥିକ ସହାୟତା ମିଳିପାରିବ । ସେହିପରି କେନ୍ଦ୍ରୀୟ କିମ୍ବା ରାଜ୍ୟ ସରକାରଙ୍କ ଅଧିନରେ ସ୍ଥାୟୀ ପଦବୀରେ କାର୍ଯ୍ୟ କରୁଥିବା ପରୀକ୍ଷାର୍ଥୀମାନେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ କହିଛନ୍ତି ଯେ ତାଙ୍କ ସରକାର ୯୦ ଦିନରେ ୩୦ ହଜାର ଚାକିରୀ ଦେଇଛନ୍ତି । ଆଗକୁ ଆଉ ୩୫ ହଜାର ଚାକିରି ଦିଆଯିବ । ଯୁବକମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ ପାଇଁ ସରକାର 'ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି' ପ୍ରତିଷ୍ଠା କରୁଛନ୍ତି । ଆନନ୍ଦ ମହିନ୍ଦ୍ରା ନୂତନ ଦକ୍ଷତା ବିଶ୍ୱବିଦ୍ୟାଳୟର ସଭାପତି ହେବେ । ସୂଚନା ଅନୁସାରେ UPSC ପ୍ରତିବର୍ଷ ସିଭିଲ ସର୍ଭିସ୍ ପରୀକ୍ଷା କରିଥାଏ । ଏହି ପରୀକ୍ଷା ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା ଏବଂ ଭାରତୀୟ ପୋଲିସ ସେବା ସମେତ ଅନ୍ୟ ସମସ୍ତ ସେବା ପାଇଁ ଅଧିକାରୀମାନଙ୍କୁ ଚୟନ କରାଯାଇଥାଏ ।

OTV is now on Whatsapp

Join and get latest news update delivered to you via whatsapp

Join Now