• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ମମତାଙ୍କ ଗଡ଼ରେ ମହାବିକ୍ଷୋଭ । ପଶ୍ଚିମବଙ୍ଗ ଇତିହାସରେ ସବୁଠୁ ବଡ଼ ଜନ ଆକ୍ରୋଶ ରାଲି । ଅଭୟା କାଣ୍ଡ ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ ନବାନ୍ନ ଘେରାଉ ପାଇଁ ସ୍ୱତଃସ୍ଫୂର୍ତ୍ତ ଭାବେ ଏକାଠି ହୋଇଥିଲେ ହଜାର ହଜାର ଛାତ୍ରଛାତ୍ରୀ । ହାତରେ ପ୍ଲାକାର୍ଡ, ମୁହଁରେ ଏକମାତ୍ର ନାରା, ଜଷ୍ଟିସ୍ ଫର୍ ଅଭୟା । ତେବେ ବିନା କୌଣସି ରାଜନୈତିକ ଦଳର ସମର୍ଥନରେ ନୀରିହ ଛାତ୍ରଛାତ୍ରୀଙ୍କ ଏହି ପ୍ରତିବାଦକୁ ଚପାଇ ଦେବାକୁ ଅଭେଦ୍ୟ ଦୁର୍ଗ ଠିଆ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ମୁତୟନ କରିଥିଲେ ୧୫ରୁ ୨୦ ହଜାର ପୋଲିସ ଓ ଫୋର୍ସ । ନଛୋଡ଼ବନ୍ଧା ଛାତ୍ରଛାତ୍ରୀ ବ୍ୟାରିକେଡ୍ ଡେଇଁ ଆଗକୁ ବଢିବାକୁ ଉଦ୍ୟମ କରିବା ବେଳେ ଉଗ୍ର ପୋଲିସ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଥମେ ପାଣି ମାଡ ଏବେ ପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏତିକିରେ ବି ଶାନ୍ତ ପଡିନଥିଲା ପ୍ରଶିମବଙ୍ଗ ପୋଲିସ । ଆନ୍ଦୋଳନକାରୀଙ୍କ ଉପରେ ଆରମ୍ଭ କରିଦେଇଥିଲା ଲାଠିଚାର୍ଜ। 

ପ୍ରଶ୍ନ ଉଠୁଛି, ଆନ୍ଦୋଳନ ଓ ପ୍ରତିବାଦକୁ ଦିଦିଙ୍କ ଏତେ ଡର କାହିଁକି? କିଛି ଦିନ ତଳେ ନିଜେ ମମତା, ଅଭୟା ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡାଦେଶ ଦାବିରେ ପ୍ରତିବାଦକୁ ଓହ୍ଲାଇଥିଲେ । ହେଲେ ଆଜି ଯେତେବେଳେ ଛାତ୍ରଛାତ୍ରୀ ପ୍ରତିବାଦ କଲେ, କୋଲକାତାରେ ଅଘୋଷିତ 

କର୍ଫ୍ୟୁ ଜାରି କରିଦେଲେ ରାଜ୍ୟ ସରକାର । ଜୋର ଜବରଦସ୍ତ ଦୋକାନ ବନ୍ଦ କରିଦିଆଗଲା। ଆନ୍ଦୋଳନକାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ନିଆଗଲା । ତ୍ରିରଙ୍ଗା ଧରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ପିଲାଙ୍କ ଉପରେ କୋଲକାତା ପୋଲିସର ବର୍ବରତା ସୀମା ଟପିଥିଲା । 

ଛାତ୍ର ସମାଜର ଆକ୍ରୋଶ ରାଲି ପାଇଁ କୋଲକାତାରେ କଡା ପୋଲିସ ପହରା । ମହାନଗରକୁ ପ୍ରବେଶ କରୁଥିବା ସବୁ ରାସ୍ତା ସିଲ୍, ସବୁ ଏଣ୍ଟ୍ରି ପଏଣ୍ଟ ବ୍ଲ କ୍। ନବାନ୍ନ ତ ଯେପରି ପାଲଟିଥିଲା ସୁରକ୍ଷାର ଦୁର୍ଗ । ଓଟିଭି କ୍ୟାମେରା ଲେନ୍ସରେ କଏଦ ହୋଇଛି ସୁରକ୍ଷା ବ୍ୟବସ୍ଥାର ଟିକନିଖ୍ ଦୃଶ୍ୟ । କେହି ବି ଯେପରି ନବାନ୍ନର ଆଖପାଖରେ ପଶି ପାରିବେନି ସେଥିପାଇଁ ୩ ଏଡିଜି, ୧୦ ବରିଷ୍ଠ ଆଇପିଏସ୍ ଏବଂ ୭ ପ୍ଲାଟୁନ୍ ଫୋର୍ସ କେବଳ ନବାନ୍ନକୁ ଜଗି ରହିଥିଲେ । 

ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଦମନଲୀଳାକୁ ଜୋରଦାର ପ୍ରତିବାଦ କରିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଦିଦିଙ୍କ ପଶ୍ଚିମବଙ୍ଗରେ ମହିଳାଙ୍କ ସୁରକ୍ଷା ଦାବି କରିବା ଏକ ଅପରାଧ । ଏଠାରେ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ସହଯୋଗୀଙ୍କୁ  ଗୁରୁତ୍ବ ଦିଆଯାଉଛି। ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି କରିଛି ବିଜେପି । ଏପରିକି ପ୍ରତିବାଦରେ ଆସନ୍ତାକାଲି ଦଳ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଦେଇଛି ।

ସେପଟେ ମାମଲାରେ ଏମ୍ସ ଏକ୍ସପର୍ଟଙ୍କ ମତାମତ ନେବ ସିବିଆଇ । ଘଟଣାରେ କେବଳ ସଞ୍ଜୟ ରୟ ନା ଆଉ କିଏ ସଂପୃକ୍ତ ସେନେଇ ମଜବୁତ୍ ପ୍ରମାଣ ପାଇଁ ଡିଏନଏ ଏବଂ ଫରେନସିକ୍ ତଥ୍ୟ ବାବଦରେ ବିଶେଷଜ୍ଞଙ୍କ ସହାୟତା ଲୋଡାଯାଇଛି । 

OTV is now on Whatsapp

Join and get latest news update delivered to you via whatsapp

Join Now