• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Police Officer
ସ୍ୱିମିଂ ପୁଲ୍‌ରେ ମହିଳା କନଷ୍ଟେବଲଙ୍କ ସହ ଡିଏସ୍‌ପିଙ୍କ ଅଶ୍ଲୀଳ କାରନାମା,ଭିଡିଓ ଭାଇରାଲ୍‌ ପରେ ଗିରଫ

ମହଙ୍ଗା ପଡ଼ିଲା ସ୍ୱିମିଂ ପୁଲ୍‌ରେ ମହିଳା କନଷ୍ଟେବଲଙ୍କ ସହ ପୋଲିସ୍‌ ବାବୁଙ୍କ ଅଶ୍ଲୀଳ କାରନାମା। ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ରାଜସ୍ଥାନ ଉଦୟପୁରର ଏକ ରିସର୍ଟରୁ ଡିଏସ୍‌ପି ହୀରାଲାଲ୍‌ଙ୍କୁ ଗିରଫ କରାଯାଇଛି।

petroll
ତେଲ ଦେବା ବେଳେ ଆପଣଙ୍କୁ ଏମିତି ଠକିଥାନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ

ଅନେକ ସମୟରେ ଦେଖାଯାଏ ପମ୍ପ କର୍ମଚାରୀମାନେ ମିଟର କଂଟାରେ ଏପଟ ସେପଟେ କରିଦିଅନ୍ତି। ଆଉ ଫଳ ସ୍ୱରୂପ ୧୦୦ ଟଙ୍କାରେ ପେଟ୍ରୋଲ ପକାଇଲେ ବି ସେତିକି ଟଙ୍କାରେ ଆପଣ ତେଲ ପାଇନଥାନ୍ତି। ତେଣୁ ଆପଣମାନେ ଧ୍ୟାନର ସହ ଦେଖନ୍ତୁ ଆପଣ ଯେତିକି ଟଙ୍କାରେ ତେଲ ଭରିବା ଲାଗି କହିଛନ୍ତି କର୍ମଚାରୀ ସେତିକି ପରିମାଣରେ ତେଲ ମିଟର୍‌ କଂଟାରେ ସେଟ୍‌ କରୁଛନ୍ତି କି ନାହିଁ?

BRICS summit
ବ୍ରିକ୍ସ ସମ୍ମିଳନୀରେ ଆହ୍ୱାନ- ଶାନ୍ତିପୂର୍ଣ୍ଣ ଉପାୟରେ ଆଫଗାନିସ୍ତାନରେ ପରିସ୍ଥିତିରେ ସୁଧାର ଅଣାଯାଉ

ଶାନ୍ତିପୂର୍ଣ୍ଣ ଉପାୟରେ ଆଫଗାନିସ୍ତାନରେ ପରିସ୍ଥିତିରେ ସୁଧାର ଆଣିବା ଲାଗି ବ୍ରିକ୍ସ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି। ଗତକାଲି ବିଶ୍ୱର ୫ ଦେଶକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ୧୩ ତମ ବ୍ରିକ୍ସ ସମ୍ମିଳନୀରେ ଏହି  ଆହ୍ୱାନ ଦିଆଯାଇଛି।

Rair Child
ନିଜ ପିଲାକୁ ସୈତାନର ପିଲା କହିଲା ବାପା। ମାଆ ଓ ପୁଅଙ୍କୁ ଘରୁ ବାହାର କରିଦେଲା…

ଆଶ୍ଚର୍ଯ୍ୟ। ପିଲାଟିଏ ଜନ୍ମ ହେବା ପରେ ସୈତାନର ଛୁଆ କହି ଛାଡ଼ିଦେଲା ବାପା। ଆଉ ବାପା ଛାଡ଼ି ଦେବା ପରେ ଏବେ ପିଲାଟିର ଲାଳନପାଳନ ଏକାକୀ କରୁଛନ୍ତି ମାଆ। ଖବର ଅନୁଯାୟୀ, ଆଫ୍ରିକୀୟ ରୁୱାଣ୍ଡା ଦେଶରେ ଜଣେ ମହିଳା 'ବିରଳ' ସନ୍ତାନ ଜନ୍ମ ଦେଇଥିଲେ।

CPI MLA
୫୧ ଲିଟର୍‌ ତେଲ ପକାଇଲେ ବିଧାୟକ। ହେଲେ ଗାଡ଼ି ଗଲା ମାତ୍ର ୫୦୦ ମିଟର

ପ୍ରତିଦିନ ଦେଶରେ ପେଟ୍ରୋଲ ପମ୍ପରେ ଦୁର୍ନୀତି ଓ ଠକାମୀ ମାମଲାର ଚିତ୍ର ସାମ୍ନାକୁ ଆସୁଛି। ଆଉ ଏଭଳି ଅଭିଯୋଗ ଦେଶର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସାଧାରଣ କଥା ନୁହେଁ

Sukhoi Su-30 MKI fighter aircraft
ପାକ୍ ସୀମାରେ ଭାରତର ରନୱେ : ଜାତୀୟ ରାଜପଥରେ ପ୍ରଥମ ଥର ପାଇଁ ଅବତରଣ କଲା ସୁଖୋଇ, ଜାଗୁଆର

ରାଜସ୍ଥାନ ଜାଲୋରରେ ବାଡମେର୍ ହାଇୱେରେ ଏହି ଏୟାରଷ୍ଟ୍ରିପର ଆରମ୍ଭ ହୋଇଛି । ଏନେଇ ଏକ ସ୍ୱତନ୍ତ୍ର କର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପାକିସ୍ତାନ ସୀମାରେ ତିଆରି ହୋଇଥିବା ଏୟାରଷ୍ଟ୍ରିପରେ ସୁଖୋଇ ଓ ଜାଗୁଆର ବିମାନ ଦମ୍ ଦେଖାଇବା ସହ ହାଇୱେରେ ଅବତରଣ କରିଛନ୍ତି ।

Corona Vaccination
ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୩ ହଜାର ଚିହ୍ନଟ ହେଲେ ଆକ୍ରାନ୍ତ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨ ଘଂଟାରେ ଦେଶରେ ୪୩,୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ଦେଶରେ ୩୩୮ ଜଣଙ୍କ କରୋନାରେ ପ୍ରାଣ ଯାଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୧,୩୯,୯୮୧ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୪୧,୭୪୯ରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢିଛି।

IISc Bangalore
IISc ଶ୍ରେଷ୍ଠ ୟୁନିଭରସିଟି, JNU ଦ୍ୱିତୀୟ

କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୨୦୨୧ ଶିକ୍ଷାବର୍ଷର NIRF Ranking ଜାରି କରିଛନ୍ତି । ବେଙ୍ଗଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସକୁ ଶ୍ରେଷ୍ଠ ୟୁନିଭରସିଟିକୁ ମାନ୍ୟତା ମିଳିଛି । ସେହିପରି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭରସିଟି ଏହି ତାଲିକାରେ ଦ୍ୱିତୀୟରେ ରହିଛି । ସେହିପରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି ।

Vikram Batra
ପରମବୀର ଚକ୍ର ବିଜେତା ସହିଦ ବିକ୍ରମ ବାତ୍ରା : ରିୟଲ୍ ’ଶେରଶାହ’ଙ୍କ ବୀରତ୍ୱର ଗାଥା

ଆଜି ତାଙ୍କ ଜନ୍ମତିଥିରେ ମନେପଡ଼େ ସହିଦ ବୀର ଯବାନଙ୍କ ବୀରତ୍ୱର ଗାଥା । କାରଗିଲ୍ ଯୁଦ୍ଧରେ ତାଙ୍କର କୋଡ୍ ଥିଲା ’ଶେରଶାହ’ । ଶତ୍ରୁର ଘନଘନ ଗୁଳିବର୍ଷା ଭିତରେ ମୁକ୍ତିର ରଙ୍ଗକୁ ସେ ଫିକା ପଡ଼ିବାକୁ ଦେଇନଥିଲେ । ଦେଶମାତୃକା ଆଉ ସମାଜ ପାଇଁ କାରଗିଲ ହିରୋ ନିଜ ଜୀବନକୁ ଅର୍ଘ୍ୟ ଦେଇ ଦେଇଥିଲେ

marriage
ଟସ୍‌ ପଡ଼ିଲା ପରେ ସ୍ଥିର ହେଲା ବାହାଘର: ଚର୍ଚ୍ଚାରେ କର୍ଣ୍ଣାଟକର ବାହାଘର

ଭଲ ପାଇବା କିଛି ଖରାପ ନୁହେଁ କିନ୍ତୁ ଭଲ ପାଇବା ଯଦି ତ୍ରିକୋଣୀୟ ହୋଇଥାଏ,ତେବେ ମାମଲାଟି ଗମ୍ଭୀର ହୋଇଯାଏ। ଏଭଳି ତ୍ରିକୋଣୀୟ ସଂପର୍କରେ ସମସ୍ତଙ୍କୁ ଖୁସି ରଖିବା ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ।

MSP in Rabi Crops
ଚାଷୀଙ୍କୁ କେନ୍ଦ୍ର ସରକାରର ଉପହାର : ରବି ପସଲରେ ବଢିଲା ଏମ୍ଏସ୍‌ପି

ଚାଷୀଙ୍କୁ କେନ୍ଦ୍ର ସରକାରର ଉପହାର। କେନ୍ଦ୍ର କ୍ୟାବିନେଟ୍ ୨୦୨୨-୨୩ ପାଇଁ ରବି ଫସଲ ଉପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମ୍ଏସ୍‌ପି)କୁ ବୃଦ୍ଧି କରିଛି। କୃଷି ଆଇନକୁ ନେଇ ଚାଷୀମାନେ କରୁଥିବା ଆନ୍ଦୋଳନ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।

Central Cabinet
ବିଶ୍ୱ ଚାମ୍ପିୟାନ୍‌ ହେବେ ଭାରତୀୟ କମ୍ପାନୀ

କରୋନା ସଙ୍କଟ ମଧ୍ୟରେ ଅନେକ ଅସୁବିଧାର ସାମ୍ନା କରିଛି ଟେକ୍ସଟାଇଲ କ୍ଷେତ୍ର। ତେବେ ଏହାରି ମଧ୍ୟରେ ଆଜି ବୟନ ଶିଳ୍ପ ପାଇଁ PLI ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Chhattisgarh CM’s father arrested
ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କ ହାତରେ ହାତକଡ଼ି : ଜାତିଆଣ ମନ୍ତବ୍ୟ ଦେଇ ବନ୍ଧା ହେଲେ ଭୂପେଶ ବଘେଲଙ୍କ ବାପା

ଜେଲ ଗଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ । ଜାତିଆଣ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ ପରେ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପ୍ଟେମ୍ବର ୨୧ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମଙ୍ଗଳବାର ଦିନ ନନ୍ଦ କୁମାର ବଘେଲଙ୍କ ଜାମିନ ପାଇଁ କୌଣସି କାଗଜପତ୍ର ଉପସ୍ଥାପନ କରାଯାଇ ନାହିଁ

Mahendra Singh Dhoni
କ୍ରିକେଟ୍, କୃଷି ପରେ ଗୋପାଳନରେ ହିଟ୍ ଧୋନୀ : ପ୍ରତିଦିନ ୫୦୦ ଲିଟର କ୍ଷୀର ବିକ୍ରି କରୁଛନ୍ତି କ୍ୟାପଟେନ୍ କୁଲ୍

ଧୋନିଙ୍କ ଆଉଟଲେଟରେ ବର୍ତ୍ତମାନ ତିନି ପ୍ରକାରର ଦୁଗ୍ଧ ବିକ୍ରି ହେଉଛି । ହୋଜନ ଫ୍ରିଗେନର କ୍ଷୀର ଲିଟର ପିଛା ୫୫ ଟଙ୍କା, ସାହିୱାଲ ପ୍ରଜାତି ଗାଈର କ୍ଷୀର ଲିଟର ପିଛା ୯୦ ଟଙ୍କା ଓ ଗୁଜରାଟର ସ୍ୱର୍ଣ୍ଣଗିରି ପ୍ରଜାତିର ଗାଇର କ୍ଷୀର ଲିଟର ପିଛା ୧୩୦ ଟଙ୍କାରେ ବିକ୍ରି ହେଉଛି । ଏଥିମଧ୍ୟରୁ ଗୁଜୁରାଟର ସ୍ୱର୍ଣ୍ଣଗିରି ଗାଈର କ୍ଷୀର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱଚ୍ଛ ବୋଲି ବିବେଚନା କରାଯାଏ

Kashmir
ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନର ନୂଆ ପ୍ଲାନ୍ : ଉତ୍ତର କାଶ୍ମୀରରେ ଅନୁପ୍ରବେଶ କରିଛନ୍ତି ବିଦେଶୀ ଆତଙ୍କୀ

LoC ସେପାରିରୁ ମେ ରୁ ଅଗଷ୍ଟ ମଧ୍ୟରେ ବହୁ ସଂଖ୍ୟକ ବିଦେଶୀ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ଆଗାମୀ ସମୟରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ଅନେକ ସମ୍ଭାବନା ରହିଛି । ଭାରତକୁ ଧୋକାରେ ପଶିଥିବା ଆତଙ୍କବାଦୀଙ୍କ ଟାର୍ଗେଟରେ ସୁରକ୍ଷା ବାହିନୀ, ସ୍ଥାନୀୟ ନେତା ତଥା ସରପଞ୍ଚ ରହିପାରନ୍ତି ବୋଲି କୁହାଯାଉଛି ।

Passenger Reservation Sysem
ଟ୍ରେନ୍ ଟିକେଟ୍ ବାତିଲ୍ କଲେ ସହିବାକୁ ପଡ଼ିବନି କ୍ଷତି

ବହୁ ସମୟରେ ନିୟମରେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ। ଯଦି କୌଣସି କାରଣରୁ ଆପଣଙ୍କର ଯାତ୍ରା ତାରିଖ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ନୂଆ ରେଳ ନିୟମ ଅନୁଯାୟୀ, ନିଶ୍ଚିତ/ଆରଏସି/ ଅପେକ୍ଷା ତାଲିକା ଟିକେଟକୁ ବାତିଲ୍ ନକରି, ତାରିଖ ପରିବର୍ତ୍ତନ କରି ଯାତ୍ରାକୁ ସମ୍ପୂର୍ଣ୍ଣ କରନ୍ତୁ। କିନ୍ତୁ ଏହି ସୁବିଧା କେବଳ ଥରେ ହିଁ ଉପଲବ୍ଧ।

Mamata Banerjee
କାଲିଠୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଦିଦି

ଉଠୁଛି ପଡ଼ୁଛି କଲିକତା। ଉପନିର୍ବାତନ ତାରିଖ ଘୋଷଣା ହେବା ପରେ ଜନମତ ସମର୍ଥନ କରିବାକୁ ଲାଗି ପଡ଼ିଛନ୍ତି ବିଜେପି-ଟିଏମ୍‌ସି ନେତା। ଆଉ ଏହାରି ମଧ୍ୟରେ ଭବାନୀପୁର ଆସନରେ ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏଠାରେ ସ୍ପଷ୍ଟ କରୁଛୁ କି ଆସନ୍ତା ୩୦ ତାରିଖରେ ଭବାନୀପୁର ଆସନରେ ନିର୍ବାଚନ ହେବା ପାଇଁ ଯାଉଛି।

Gold Price fall
ପୁଣି ଶସ୍ତା ହେଲା ସୁନା-ରୂପା

କ୍ରମାଗତ ଦ୍ୱିତୀୟ ଦିନ ଭାରତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଏଥି ସହିତ ଆଜି ରୂପା ମଧ୍ୟ ଶସ୍ତା ହୋଇଛି। ଦୁର୍ବଳ ବିଶ୍ୱସ୍ତରୀୟ ସୂତ୍ର ଯୋଗୁଁ ସୁନା-ରୂପା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଆଜି, MCX ଉପରେ ସୁନା ମୂଲ୍ୟ ୦.୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୭,୪୦୬ ଟଙ୍କା ହୋଇଛି। ଏଥି ସହିତ ରୂପା ୦.୧୯ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୬୫,୨୦୮ ଟଙ୍କା ହୋଇଛି।

Anissa Bano
ଲୋକେ କରୁଥିଲେ ଉପହାସ, ଖାତିର ନ କରି ହେଇଗଲେ ଷ୍ଟେଟ୍ ଲେବଲ ଖେଳାଳି

ଉପହାସ କରୁଥିଲେ ଗାଁ ଲୋକେ । ହେଲେ ନିଜ ଲକ୍ଷ୍ୟ ପଥରୁ ଓହରି ନ ଥିଲେ । ଫଳରେ ଆଜି ସେ ସଫଳତା ସ୍ୱାଦ ଚାଖିବାକୁ ଯାଉଛନ୍ତି। ପ୍ରଥମ ମହିଳା କ୍ରିକେଟ ଖେଳାଳିଭାବେ ଏବେ ଜିଲ୍ଲା ପାଇଁ ଖେଳିବେ। ସେ ରାଜସ୍ଥାନ ବାଡମେରର ଏକ ଛୋଟ ଗାଁ କାନାସରର ଅନୀସା ବାନୋ ମେହତ । ଗତ ଅଗଷ୍ଟ ୨୭ ତାରିଖରେ ଜୟପୁରରେ ହେଉଥିବା ସବାଇ ମାନ ସିଂ ଷ୍ଟାଡିୟମରେ ଖେଳାଯାଉଥିବା ଟ୍ରାଏଲ ମ୍ୟାଚ୍‌ରେ ଅନୀସାଙ୍କୁ ଭଲ ବୋଲର ଭାବେ ଚୟନ କରାଯାଇଛି ।

ମାନବିକତା ଦେଖାଇଲା ନାଗପୁର ପୋଲିସ
ନାଗପୁର ପୋଲିସର ଉଦାରତା: ଅଟୋ ଡ୍ରାଇଭରର ଜୋରିମାନା ଭରିଲା ପୋଲିସ

ପୋଲିସ ଅଟୋକୁ ଜବତ କରି ଜରିମାନା ଟଙ୍କା ଜମା କରିବାକୁ କହିଥିଲେ। ଡ୍ରାଇଭର ପାଖରେ ନିର୍ଦ୍ଧାରିତ ଟଙ୍କା ନଥିବାରୁ ଘରୁ ନିଜ ପୁଅର ସଞ୍ଚିତ କୁମ୍ପିକୁ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲା। ଏହାକୁ ଦେଖି ବରିଷ୍ଠ ଥାନା ଅଧିକାରୀ ଚକିତ ହୋଇ ପଡିଲେ ଏବଂ କୁମ୍ପିକୁ ଥାନାକୁ ଆଣିବାର କାରଣ ପଚାରିଲେ।

Corona Vaccination
କରୋନା ଟିକା ଅସଲି ନା ନକଲି ଜାଣିବେ କେମିତି?

କରୋନାର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଥିବା ବେଳେ ଏବେ ନକଲି ଟିକାକୁ ନେଇ ଲୋକମାନେ ଅଡୁଆରେ ପଡିଛନ୍ତି । ଦକ୍ଷିଣ-ପୂର୍ବ ଏସିଆ ଓ କେତେକ ଆଫ୍ରିକୀୟ ଦେଶରେ ଠାବ ହୋଇଛି ନକଲି କୋଭିସିଲ୍ଡ ଟିକା

Red Ladyfinger That Costs
ଆଶ୍ଚର୍ଯ୍ୟ ହେଲେ ବି ସତ ! ଲାଲ୍‌ ଭେଣ୍ଡି କିଲୋକୁ ୮ ଶହ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ

ବଜାରର ଚାହିଦାକୁ ଦେଖି ଚାଷ । ଯେଉଁ ଜମିରେ ଚାଷ କରି ପରିବାର ପୋଷିବା କଷ୍ଟକର ହୋଇପଡିଥିଲା ସେହି ଜମିରେ ଚାଷ କରି ଭଲ ରୋଜଗାର କରିଛନ୍ତି ଭୋପାଳର ଚାଷୀ । ଆଉ ଏହି ଚାଷ ହେଉଛି ନାଲି ଭେଣ୍ଡି

  • Tuesday, 07 September 2021
  • MP
  • India
corona virus
ଦେଶରେ କମୁଛି ସଂକ୍ରମଣ। ୨୪ ଘଂଟାରେ ୩୧ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୩୧,୨୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ମହାମାରୀରେ ୨୯୦ ଜଣଙ୍କ ପ୍ରାଣ ଯାଇଛି

forest department team frees baby monkey
ବନ ବିଭାଗ ଛଡାଇନେଲା ପୋଷା ମାଙ୍କଡ; ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି

 ଗ୍ରେଟର ନୋଏଡାରେ ବନବିଭାଗ ଟିମ୍ ଏକ ପୋଷା ମାଙ୍କଡ ଛୁଆକୁ ଉଦ୍ଧାର କରିଛି । ଆଇନ ପାଠ ପଢେଇ ବନବିଭାଗ ମାଙ୍କଡ଼ଟିକୁ ସିନା ନେଇଗଲା, ହେଲେ ପୋଷା ମାଙ୍କଡକୁ ଝୁରି ଝୁରି ଉକ୍ତ ପରିବାର ଲୋକଙ୍କ ଅବସ୍ଥା ଏବେ ବେହାଲ। ସେମାନଙ୍କ ଆଖିରୁ ଲୁହର ଧାର ଶୁଖୁନି।

Karnal Kisan Mahapanchayat
ଆଜି କର୍ଣ୍ଣାଲ ସମେତ ପାଞ୍ଚଟି ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା, ୧୪୪ ଧାରା ଲାଗୁ

ଅଗଷ୍ଟ ୨୮ରେ କୃଷକଙ୍କ ଉପରେ ପୋଲିସର ଲାଠି ଚାର୍ଜ ଅଭିଯୋଗ ବିରୋଧରେ କର୍ଣ୍ଣାଲରେ ମଙ୍ଗଳବାର ଦିନ ଏକ ମହାପହଞ୍ଚାୟତ ଡକାଯାଇଛି । ଏଥି ସହିତ କୃଷକମାନେ 'ଲଘୁ ସଚିବାଳୟ'କୁ ଘେରିବା ଜିଦରେ ଅଟଳ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଭାବରେ ୧୪୪ ଧାରା ଲାଗୁ କରିଛି