Advertisment

ଟ୍ରେନ୍‌ ଭିତରୁ ମିଳିଲା କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ; ଡାଏରୀକୁ ନେଇ ବଢ଼ିଲା ସସ୍‌ପେନ୍ସ

ଗୁଜରାଟରେ ଟ୍ରେନ୍‌ କୋଚ୍‌ ଭିତରୁ ଜଣେ ୧୮ ବର୍ଷୀୟ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ରହସ୍ୟ ସୃଷ୍ଟି ହୋଇଛି। ଏହାସହ ଯୁବତୀଙ୍କ ଡାଏରୀକୁ ନେଇ ସସ୍‌ପେନ୍ସ ମଧ୍ୟ ବଢ଼ିଛି।

author-image
Rajalaxmi Sahoo
Girl Found Hanging In Train Coach

Girl Found Hanging In Train Coach

ଭଦୋଦରା: ଟ୍ରେନ୍‌ କୋଚ୍‌ ଭିତରୁ ମିଳିଲା ଜଣେ ୧୮ ବର୍ଷୀୟ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ପୋଲିସ୍‌ ସନ୍ଦେହ କରୁଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ିନି। ନଭେମ୍ବର ୪ରେ ଗୁଜରାଟର ଭସ୍‌ଲାଦ୍‌ରେ ଗୁଜରାଟ କ୍ୱିନ୍‌ ଏକ୍ସପ୍ରେସ୍‌ରୁ ସମ୍ପୃକ୍ତ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। କାର୍ଯ୍ୟକ୍ଷେତ୍ରରୁ କାର୍ଯ୍ୟ ସାରି ହଷ୍ଟେଲ ଫେରୁଥିବା ବେଳେ ଭଦୋଦରାରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ପୋଲିସ୍‌ ସନ୍ଦେହ କରୁଛି। ହେଲେ ଏହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ।

Advertisment

ମୃତ କଲେଜ ଛାତ୍ରୀଙ୍କ ଘର ଦକ୍ଷିଣ ଗୁଜରାଟର ନଭ୍‌ସାରିରେ। ସେ ଭଦୋଦରାରେ ରହି ଏକ NGOରେ କାମ କରୁଥିଲେ। ମୃତ ଯୁବତୀଙ୍କ ବ୍ୟାଗ୍‌ରୁ ଏକ ଡାଏରୀ ମିଳିଛି। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ, NGOରେ କାମ ସାରି ହଷ୍ଟେଲ୍‌ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଛି। ତାଙ୍କ ଆଖିରେ ପଟି ବାନ୍ଧି ଭଦୋଦରାରେ ୨ ଜଣ ଯୁବକ ଅଟୋରିକ୍ସାରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ। 

ଯୁବତୀ ଜଣକ ଡାଏରୀରେ ଆହୁରି ଲେଖିଥିଲେ, ସମ୍ପୃକ୍ତ ୨ ଯୁବକ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ। ହେଲେ ସେଠାରେ ଜଣେ ବସ୍‌ ଡ୍ରାଇଭର ପହଞ୍ଚି ଯିବାରୁ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାପରେ ଯୁବତୀ ଜଣକ ସାଙ୍ଗଙ୍କ ଘରେ ପହଞ୍ଚିବା ପାଇଁ ଡ୍ରାଇଭରଙ୍କ ସହାୟତା ଲୋଡ଼ିଥିଲେ।

Advertisment

ତେବେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଛି ନା ନାହିଁ କି ଯୌନ ନିର୍ଯାତନା ଦିଆଯାଇଛି କି ନାହିଁ, ସେ ସମ୍ପର୍କରେ ଯୁବତୀ ଜଣକ ଡାଏରୀରେ କିଛିବି ଉଲ୍ଲେଖ କରି ନାହାନ୍ତି। ହେଲେ ୨ ଜଣ ଯୁବକ କିଭଳି ଭାବରେ ତାଙ୍କୁ ଅପହରଣ କରି ଏକ ଅଜ୍ଞାତ ସ୍ଥାନକୁ ନେଇଗଲେ ସେସମ୍ପର୍କରେ ସେ ଡାଏରୀରେ ଉଲ୍ଲେଖ କରିଛନ୍ତି। ତେଣୁ ଏଥିରୁ ଜଣାପଡ଼ୁଛି, ତାଙ୍କ ସହ ଗଣଦୁଷ୍କର୍ମ ହୋଇଥାଇପାରେ ବୋଲି ପୋଲିସ୍‌ କହିଛି। ଏନେଇ ପୋଲିସ୍‌ ତଦନ୍ତ ଚଳାଇଛି। 

ସେପଟେ, ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଯୁବତୀଙ୍କ viscera ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହେବ।

ଅନ୍ୟପକ୍ଷେ, ରାଜ୍ୟ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା ନା ନାହିଁ ତଦନ୍ତ କରିବାସ ଅଭିଯୁକ୍ତଙ୍କୁ ଧରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ତଦନ୍ତ ପାଇଁ ପୃଥକ ପୃଥକ ଭାବେ ପାଖାପାଖି ୨୫ଟି ଟିମ୍‌ ଗଠନ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍‌ କଲ୍‌ ଡାଟା ରେକର୍ଡସ୍‌, ଇଲେକ୍ଟ୍ରୋନିକ୍‌ ସର୍ଭେଲାନ୍ସ ଇତ୍ୟାଦି ବ୍ୟବହାର କରି ଛାନ୍‌ଭିନ୍‌ କରୁଛି। 

Gujarat Girl Found Hanging
Advertisment
Advertisment