କେନ୍ଦ୍ର ସରକାର ନିର୍ବାଚନୀ ନିୟମ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ମତଦାନ କେନ୍ଦ୍ରଗୁଡ଼ିକର ସିସିଟିଭି ଫୁଟେଜ୍ ସାର୍ବଜନୀନ ହେବ ନାହିଁ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ଫୁଟେଜ ସର୍ବସାଧାରଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ଏହି ପରିବର୍ତ୍ତନକୁ ବିରୋଧ କରିବା ସହ ଏହା ନିର୍ବାଚନ ସ୍ୱଚ୍ଛତା ବିରୋଧରେ ବୋଲି କହିଛି।
ବିବାଦୀୟ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ବଡ଼ ଝଟକା। ପୂଜାଙ୍କୁ ତତ୍କାଳ ଭାବେ ଆଇଏଏସ୍ ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର।
ୟୁନିଫାଏଡ୍ ପେନସନ୍ ସ୍କିମ୍କୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ UPIକୁ ଅନୁମୋଦନ ମିଳିଛି।
ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର।
ବିଳମ୍ବରେ ଅଫିସରେ ପହଞ୍ଚିଲେ ପଡ଼ିପାରେ ମହଙ୍ଗା । କର୍ମଚାରୀଙ୍କ ପ୍ରତି କଠୋର ହେଲେ କେନ୍ଦ୍ର ସରକାର । ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି ।
ବର୍ଣ୍ଣଭିଟା ହେଲ୍ଥ ଡ୍ରିଙ୍କ ତାଲିକାଭୁକ୍ତ ହୋଇପାରିବ ନାହିଁ। ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ସମସ୍ତ ଇ-କମର୍ସ ୱେବସାଇଟ୍ ନିଜ ନିଜର ପ୍ଲାଟଫର୍ମରୁ ବର୍ଣ୍ଣଭିଟା ସହ ଅନ୍ୟ ସମସ୍ତ ପାନୀକୁ ହେଲ୍ଥ ଡ୍ରିଙ୍କ ଶ୍ରେଣୀରୁ ତୁରନ୍ତ ହଟାଇ ଦିଅନ୍ତୁ।
ପୂର୍ବରୁ ଲାଗୁ ହୋଇଥିବା ୭ମ ବେତନ କମିଶନ ତୁଳନାରେ ୮ମ ବେତନ କମିଶନରେ ଅନେକ କିଛି ପରିବର୍ତ୍ତନ ହୋଇପାରେ ।
ବଢିଲା ED ଓ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ନେଇ ଆଜି ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର । ଅଧ୍ୟାଦେଶରେ ଉଭୟଙ୍କ କାର୍ଯ୍ୟକାଳ ୫ ବର୍ଷ ଯାଏଁ ବୃଦ୍ଧି କରାଯାଇଛି ।
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ମହଙ୍ଗା ଭତ୍ତା ୨୮%ରୁ ୩୧%କୁ ବୃଦ୍ଧି କରିବାକୁ କ୍ୟାବିନେଟର ନିଷ୍ପତ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ ।
ସାର ଯୋଗାଣରେ ଅବହେଳା ଅଭିଯୋଗ ନେଇ ବିଜୁ କୃଷକ ଜନତା ଦଳର ପ୍ରତିବାଦ। ରାଜଭବନ ଆଗରେ ବିଜୁ କୃଷକ ଜନତା ଦଳର କେନ୍ଦ୍ର କରୁଥିବା ଅବହେଳା ଅଭିଯୋଗରେ ବିକ୍ଷୋଭ।