Advertisment

ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଛି ସୁନାର ଦାମ୍ । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୮୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯,୦୦୦ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୬,୨୦୦ ଟଙ୍କା ଓ ୫୦,୨୮୦ ଟଙ୍କା ରହିଛି । ତେବେ ରୁପା ମୂଲ୍ୟ ଆଜି କିନ୍ତୁ ହ୍ରାସ ପାଇଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Gold rate today

Gold rate today

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୮୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯,୦୦୦ ଟଙ୍କା ରହିଥିବା ଜଣାଯାଇଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି ।

Advertisment

ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୮,୦୫୦ ଟଙ୍କା ଓ ୫୨,୪୨୦ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୮,୨୯୦ ଟଙ୍କା ଓ ୪୯,୨୯୦ ଟଙ୍କା ଥିବା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୨୦୦ ଟଙ୍କା ଓ ୫୦,୨୮୦ ଟଙ୍କା ହୋଇଛି ।

Gold NecklaceGold Necklace

ଦେଶର ପ୍ରମୁଖ ସହରରେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮,୫୫୦ ଟଙ୍କା ଓ ୫୧,୨୫୦ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୫୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୭୯୦ ଟଙ୍କା ଥିବା ରେକର୍ଡ ହୋଇଛି। ସେପଟେ ରୁପା ମୂଲ୍ୟ ଆଜି କିନ୍ତୁ ହ୍ରାସ ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧୦୦ ଟଙ୍କା କମି ୬୭,୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Rate Today
Advertisment
Advertisment