• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇନ୍ଦୋର : ରୋଜଗାରର ରାସ୍ତା ଦେଖାଇଲା ୟୁଟ୍ୟୁବ୍ । ଲକ୍ଷପତି କରାଇଲା ଜିଆ ଖତ ବ୍ୟବସାୟ । ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଆଉ ଏହାକୁ ପ୍ରମାଣିତ କରିଛନ୍ତି ୩୩ ବର୍ଷିୟ ଯୁବତୀ । ୱେବ୍ ଡିଜାଇନର୍ ଚାକିରି ଛାଡି ଭର୍ମିକମ୍ପୋଷ୍ଟର ବ୍ୟବସାୟ ଆରମ୍ଭ କରିଥିଲେ ଇନ୍ଦୋରର ପୂଜା ଯାଦବ । ସେ ଗତ ଦୁଇ ବର୍ଷ ଧରି ଜିଆ ଖତ ପ୍ରସ୍ତୁତ କରି ମଧ୍ୟପ୍ରଦେଶ, ରାଜସ୍ଥାନ ତଥା ସମଗ୍ର ଦେଶକୁ ଯୋଗାଉଛନ୍ତି । ଏହା ସହିତ କୃଷକମାନଙ୍କୁ ତାଲିମ ମଧ୍ୟ ଦିଅନ୍ତି । ବର୍ତ୍ତମାନ ସେ ବାର୍ଷିକ ୬ ଲକ୍ଷ ଟଙ୍କାର କାରବାର କରୁଛନ୍ତି ।

୩୩ ବର୍ଷୀୟ ପୂଜା ପାଠପଢ଼ା ଶେଷ କରିବା ପରେ ମୁମ୍ବାଇରେ ୬ ବର୍ଷ କାମ କରିଛନ୍ତି । ହେଲେ ହଠାତ୍ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଚାକିରି ଛାଡ଼ି ତାଙ୍କୁ ନିଜ ସହରକୁ ଫେରିବାକୁ ପଡ଼ିଥିଲା । କିଛି ଦିନ ଖାଲି ବସିବା ପରେ ପରିବାର ପୂଜା ବ୍ୟବସାୟରେ ଯୋଗ ଦେଇଥିଲେ । ସେ ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ପିତାଙ୍କ ବ୍ୟବସାୟ ବୁଝାବୁଝି କରୁଥିଲେ । ଆଉ ଏହାପରେ ତାଙ୍କର ବିବାହ ହୋଇଗଲା । ବିବାହର ଦୁଇ ବର୍ଷ ପରେ ପୂଜାଙ୍କର ଏକ ପିଲା ଜନ୍ମ ହେଲା । ଆଉ ତା’ପରେ ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଲା । ମାନସିକ ବିଷାଦଗ୍ରସ୍ତ ହୋଇଗଲେ ପୂଜା । ଚିଡ଼ଚିଡ଼୍ ସ୍ୱଭାବ ଯୋଗୁଁ ତାଙ୍କୁ ମଧ୍ୟ ଭଲଲାଗୁ ନଥିଲା, କୌଣସି କାମକୁ ଭଲରେ କରପାରୁନଥିଲେ । ସେପଟେ ପୁଣି ଥରେ ୯ରୁ ୫ ଚାକିରି କରିବାକୁ ଇଚ୍ଛା ନଥିଲା । ସେଥିପାଇଁ ନିଜେ କିଛି ବ୍ୟବସାୟ କରିବା କଥା ଚିନ୍ତା କରିଥିଲେ ।

ଗୁଗୁଲରେ ଭର୍ମିକମ୍ପୋଷ୍ଟ ବିଷୟରେ ପଢ଼ାପଢ଼ି ଆରମ୍ଭ କଲେ

ବାରମ୍ବାର ଦେହ ଖରାପ ହେଉଥିବାରୁ ପରିବାର ଲୋକ ଅର୍ଗାନିକ ଫୁଡ଼୍ ଖାଇବା ଉପରେ ଧ୍ୟାନ ଦେଉଥିଲେ । ଫଳେର କିଛି ନିଜ ବାଡ଼ିରେ କିଛି ପନିପରିବା ଲଗାଇଲେ ପୂଜା । ପ୍ରାକୃତିକ ପରିବେଶ ତଥା ଗୋବର ଖତ ଓ ବିନା ସାରରେ ପନିପରିବା ଭଲ ହେଲା । ଆଉ ତା’ପରେ ପୂଜା ଗୋବର ଖତ ସମ୍ପର୍କରେ ଗୁଗଲ କରିଥିଲେ । ତେବେ ଗୁଗଲରୁ ଜାଣିବାକୁ ପାଇଲେ ଜିଆଖତ ଅଧିକ ଲାଭକାରୀ । ଆଉ ତା’ ପରେ ସେ ଭର୍ମିକମ୍ପୋଷ୍ଟ ସମ୍ପର୍କରେ ସର୍ଚ୍ଚ କଲେ । ପ୍ରାୟ ଏକ ମାସ ପର୍ଯ୍ୟନ୍ତ ପଢ଼ାପଢ଼ି କରିବା ପରେ ଜିଆଖତ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଲେ ।

ଜିଆଖତ ସମ୍ପର୍କୀତ ସମସ୍ତ ସୂଚନା ସଂଗ୍ରହ କରିବା ପରେ ୨୦୧୯ ରେ ବ୍ୟବସାୟ ଆରମ୍ଭ କରିଥିଲେ ପୂଜା । ପ୍ରଥମ ଥର କରୁଥିବାରୁ ଏକ ଛୋଟ ଜାଗାରୁ ଆରମ୍ଭ କଲେ । ହେଲେ ତାଙ୍କୁ ପ୍ରଥମରୁ ହିଁ ଭଲ ଫଳ ମିଳିଥିଲା । ଏକ ମାସରେ ଜିଆ ଗୁଡ଼ିକ ଦୁଇ ଗୁଣ ହୋଇଗଲେ । ପ୍ରଥମରୁ ସଫଳତା ମିଳିବା ପରେ ସାହସ ଆସିଲା । ଆଉ ବ୍ୟବସାୟକୁ ବଢ଼ାଇବାକୁ ଚିନ୍ତା କରିଥିଲେ ପୂଜା । ଏକରୁ ଦୁଇ, ଦୁଇରୁ ଚାରି, ଆଉ ଚାରିରୁ ଆଠ, ଏହି ପରି ସ୍ଥାନ ବୃଦ୍ଧି କରିବାରେ ଲାଗିଲେ । ଅନ୍ୟପଟେ ଲୋକମାନେ ଲୋକମାନେ ଧୀରେ ଧୀରେ ଜିଆ ଖତର ଉପକାରିତା ସମ୍ପର୍କରେ ଜାଣିପାରିଲେ । ଆଉ ଭର୍ମିକମ୍ପୋଷ୍ଟ କିଣି ଚାଷ ଆରମ୍ଭ କଲେ । ଏବେ ନିଜେ ଭଲ ଦୁଇ ପଇସା ରୋଜଗାର କରିବା ସହ ଅନ୍ୟଙ୍କୁ ତାଲିମ୍ ଦେଉଛନ୍ତି ।

କିପରି ତିଆରି ହୁଏ ଜିଆ ଖତ ?

ଜିଆ ଖତ ତିଆରି ପାଇଁ ଗୋବର, ଘୋଡାଦଳ, କଦଳୀ ଗଛର ଶୁଖିଲାଅଂଶ, ପଚା ଛଣ ପିଡିଆ ଓ ଜିଆ ଆବଶ୍ୟକ । ଅଳ୍ପ ସ୍ଥାନରେ ଏହି ଚାଷ ବେଶ୍ ସୁବିଧାରେ କରିହେବ । ସଠିକ ଭାବେ ଏହି ଚାଷ କରିପାରିଲେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବ । କେବଳ ପ୍ରଥମ ଥର ଜିଆ କିଣିପାରିବେ । କୁଣ୍ଡରେ ରଖି କେବଳ ଦୈନିକ ଦୁଇଥର ପାଣି ଦେବାକୁ ପଡ଼ିବ । ଚାଷରେ ଲାଭକ୍ଷତି ଅଛି ହେଲେ ଜିଆ ଖତ ଚାଷରେ କ୍ଷତିର ଆଶଙ୍କା ନାହିଁ । ଏଥିପାଇଁ କେବଳ ଭଲ ଭାବରେ ମାର୍କେଟିଂର ଆବଶ୍ୟକତା ରହିଛି ।