Advertisment

ଶବ ବ୍ୟବଚ୍ଛେଦ ଗାଇଡଲାଇନ ସଂଶୋଧନ କଲା କେନ୍ଦ୍ର

ସୂର୍ଯ୍ୟାସ୍ତ ପୂର୍ବରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହସ୍ପିଟାଲରେ ପୋଷ୍ଟମର୍ଟମ ହୋଇପାରୁଥିଲା। ଆଉ ଏବେ କଣ ହେବ, ସେନେଇ ଗାଇଡଲାଇନ୍‌ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର।

author-image
Chandan Shishu
Post Mortem Guidelines

Post Mortem Guidelines

ନୂଆଦିଲ୍ଲୀ: ଏଣିକି ରାତିରେ ବି ହୋଇ ପାରିବ ଶବ ବ୍ୟବଚ୍ଛେଦ। ଶବ ବ୍ୟବଚ୍ଛେଦ ଗାଇଡଲାଇନରେ ସଂଶୋଧନ କରି ଆଜି କେନ୍ଦ୍ର ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟୁଇଟ କରି କହିଛନ୍ତି ଯେ, ବର୍ଷ ବର୍ଷ ଧରି ଚାଲିଥିବା ବ୍ରିଟିଶ ଅମଳର ପୁରୁଣା ବ୍ୟବସ୍ଥା ଆଜି ଶେଷ ହୋଇଛି। ଏଣିକି ରାତି ଦିନ ଯେକୌଣସି ସମୟରେ ପୋଷ୍ଟମର୍ଟମ ହୋଇପାରିବ।

Advertisment

ଏହାଦ୍ୱାରା ମୃତକଙ୍କ ସମ୍ପର୍କୀୟଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି। ଅଙ୍ଗଦାନ ଓ ପ୍ରତିରୋପଣ କ୍ଷେତ୍ରରେ ବି ଏହା ବିଶେଷ ଲାଭଦାୟକ ହୋଇପାରିବ। ସ୍ବାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ରାତିରେ ଯେଉଁ ହସ୍ପିଟାଲରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବ, ସେଠାରେ ପୋଷ୍ଟମର୍ଟମ ହୋଇପାରିବ। ତେବେ ଗଣହତ୍ୟା, ଆତ୍ମହତ୍ୟା, ଦୁଷ୍କର୍ମ ଏବଂ ନଷ୍ଟ ହୋଇଯାଇଥିବା ମରଶରୀରର ପୋଷ୍ଟମର୍ଟମ ରାତିରେ ହୋଇପାରିବ ନାହିଁ।

ଏସବୁ କ୍ଷେତ୍ରରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡିବା ସମ୍ଭାବନା ଥିବାରୁ ଶବ ବ୍ୟବଚ୍ଛେଦ ରାତିରେ ହୋଇପାରିବ ନାହିଁ। ରାତିରେ ହେଉଥିବା ସମସ୍ତ ଶବ ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ କରାଯିବ। ଏବେ ସୂର୍ଯ୍ୟାସ୍ତ ପୂର୍ବରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହସ୍ପିଟାଲରେ ପୋଷ୍ଟମର୍ଟମ ହୋଇପାରୁଥିଲା। 

Advertisment
New Delhi Post-mortem
Advertisment
Advertisment