maharashtra
ଗଡ଼ଚିରୋଲି : ପୋଲିସ୍ ଏନକାଉଣ୍ଟରରେ ୮ ମାଓବାଦୀ ନିପାତ । ଶନିବାର ମହାରାଷ୍ଟ୍ରର ଗାଡଚିରୋଲିରେ ପୋଲିସ ଏନକାଉଣ୍ଟରରେ ୮ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି । ଆଜି ସକାଳେ ଗଡଚିରୋଲିର ଗ୍ୟାରବତୀ ଜଙ୍ଗଲୀ ଅଞ୍ଚଳର ଧନୋରା ଠାରେ ଏହି ଏନକାଉଣ୍ଟର ହୋଇଛି । ଏହି ସ୍ଥାନ ମୁମ୍ବାଇ ଠାରୁ ପ୍ରାୟ ୯୨୦ କିଲୋମିଟର ଦୂରରେ ଅବସ୍ଥିତ ।
ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ ପାଇଁ ପୋଲିସ ଟିମକୁ ସେହି ସ୍ଥାନକୁ ପଠାଯାଇଥିଲା । ଆଉ ଏହି ସମୟେର ସେଠାରେ ଲୁଚି ରହିଥିବା ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାର ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇବା ଆରମ୍ଭ କରିଥିଲା । ଏହି ଗୁଳିରେ ୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ମଧ୍ୟ ଏନକାଉଣ୍ଟର ଜାରି ରହିଥିବା ପୋଲିସ ଅଧିକାରୀ କହିଛନ୍ତି ।
ସୂଚନାଯୋଗ୍ୟ ସାରା ଦେଶରେ ମାଓବାଦୀଙ୍କ ବିରୋଧରେ ଅଭିଯାନ ତୀବ୍ର ହୋଇଛି । ଏହି କ୍ରମେର ମାଓବାଦୀଙ୍କୁ ଶୁକ୍ରବାର ଦିନ କିଛି ମାଓବାଦୀଙ୍କୁ ଝାଡ଼ଖଣ୍ଡରେ ଗିରଫ କରାଯାଇଛି । ଏଥିସହିତ ନିକଟରେ ଅନେକ ମାଓବାଦୀମାନେ ଛତିଶଗଡରେ ଆତ୍ମସମର୍ପଣ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)