delhi
ନୂଆଦିଲ୍ଲୀ : ଲକଡାଉନ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ । ବାୟୁ ପ୍ରଦୂଷଣ ରୋକିବାକୁ ରାଜଧାନୀ ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ୍ ଲଗାଇବା ପାଇଁ ପ୍ରସ୍ତୁତ ଥିବା ସୁପ୍ରିମକୋର୍ଟରେ କହିଛନ୍ତି ଦିଲ୍ଲୀ ସରକାର । ସତ୍ୟପାଠ ଦାଖଲ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏକଥା ଜଣାଇଛନ୍ତି ଦିଲ୍ଲୀ ସରକାର । NCR ଅଞ୍ଚଳରେ ବି ଲକଡାଉନ୍ କରିବାକୁ ଦିଲ୍ଲୀ ସରକାର ପରାମର୍ଶ ଦେଇଛନ୍ତି । ପଡ଼ୋଶୀ ରାଜ୍ୟ NCR ଅଞ୍ଚଳରେ ଲକଡାଉନ୍ ଲାଗୁ ହେଲେ ଆହୁରି ଫଳପ୍ରଦ ହେବ ।
ସେପଟେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରାରେ ସାମାନ୍ୟ ସୁଧାର ଆସିଛି । ତଥାପି ବିଷ ବଳୟରେ ରହିଛି ଦିଲ୍ଲୀ । ସ୍ଥିତି ଏପରି ହୋଇଛି ଯେ, ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି । ସକାଳୁ ସକାଳୁ ମର୍ଣ୍ଣିଂ ଓ୍ୱାର୍କ ହେଉ ଅବା ଅଫିସ ଯିବା କି କାମ ସନ୍ଧାନରେ ଘରୁ ବାହାରିବା କଷ୍ଟକର ହେଉଛି । ଏହା ସିଧାସଳଖ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଥିବା ଲୋକେ ଅଭିଯୋଗ କରୁଛନ୍ତି । ଆଜି ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ AQI ମାନ ୩ଶହରୁ ଅଧିକ ରେକର୍ଡ ହୋଇଛି । ଗତକାଲି ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୩୦ ରେକର୍ଡ ହୋଇଥିଲା । ଗତ ଶନିବାର ଦିନ AQI ମାନ ୪୩୭ ରେକର୍ଡ ହୋଇଥିଲା ।
ସୂଚନାଯୋଗ୍ୟ ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଗତ ୧୩ ତାରିଖରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ ଘୋଷଣା ହୋଇଗଲା । ଆଜି ଠାରୁ ସପ୍ତାହେ ପାଇଁ ସ୍କୁଲ୍ ବନ୍ଦ କରିଥିବା ନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ କେଜରିୱାଲ। ସେହିପରି ନଭେମ୍ବର ୧୪ରୁ ୧୭ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାଇଭେଟ ଅଫିସରମାନଙ୍କୁ ମଧ୍ୟ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଥିଲା । ସପ୍ତାହେ ପାଇଁ ସରକାରୀ କର୍ମଚାରୀ ଘରେ ରହି କାର୍ଯ୍ୟ କରିବାକୁ କୁହାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)