Advertisment

ଦିଲ୍ଲୀରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ

ସ୍ଥିତି ସୁଧାରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସଂପର୍କରେ ଜାଣିବାକୁ ଚାହିଁଛନ୍ତି କୋର୍ଟ। ଦୁଇ ଦିନ ପାଇଁ ଲକଡାଉନ ଘୋଷଣା ଦ୍ୱାରା ସ୍ଥିତି ସୁଧୁରିପାରିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

author-image
Chandan Shishu
Delhi Pollution

Delhi Pollution

ନୂଆଦିଲ୍ଲୀ: ଦିଲ୍ଲୀରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ ଘୋଷଣା। ଆସନ୍ତା ସୋମବାରରୁ ସପ୍ତାହେ ପାଇଁ ସ୍କୁଲ୍ ବନ୍ଦ କରାଯାଇଥିବା ନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ। ନଭେମ୍ବର ୧୪ରୁ ୧୭ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଇଭେଟ ଅଫିସରମାନଙ୍କୁ ମଧ୍ୟ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି। ସପ୍ତାହେ ପାଇଁ ସରକାରୀ କର୍ମଚାରୀ ଘରେ ରହି କାର୍ଯ୍ୟ କରିବେ। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି।

Advertisment

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ପ୍ରଦୂଷଣ ହ୍ରାସ ଲାଗି ସୋମବାର ସୁଦ୍ଧା ଜରୁରୀକାଳୀନ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକରଙ୍କୁ କୋର୍ଟ କହିଛନ୍ତି। ସପ୍ତାହେ ହେଲା ସ୍ଥିତି ଏପରି ହୋଇଛି ଯେ, ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି ବୋଲି ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଏନ୍. ଭି. ରମନ୍ନା କହିଛନ୍ତି।

ସ୍ଥିତି ସୁଧାରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସଂପର୍କରେ ଜାଣିବାକୁ ଚାହିଁଛନ୍ତି କୋର୍ଟ। ଦୁଇ ଦିନ ପାଇଁ ଲକଡାଉନ ଘୋଷଣା ଦ୍ୱାରା ସ୍ଥିତି ସୁଧୁରିପାରିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ତା ଛଡ଼ା ଏୟାର କ୍ୱାଲିଟି ଇଣ୍ଡେକ୍ସ କମ୍ କରିବା ଲାଗି ସରକାରଙ୍କ ପାଖରେ କି ଯୋଜନା ରହିଛି, ତାହା ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଏବେ ଯାହା ସ୍ଥିତି, ଦୈନିକ ୨୦ଟି ସିଗାରେଟ୍ ପିଇବା ସହ ସମାନ ବୋଲି ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇଛନ୍ତି।

Advertisment

କମାଇବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କୋର୍ଟକୁ କେନ୍ଦ୍ର ସରକାର କହିଛନ୍ତି। ସପ୍ତାହେ ହେଲା ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସାଂଘାତିକ ବିପଜ୍ଜନକ ସ୍ତରରେ ରହୁଛି। ଏହାକୁ ନେଇ ଦିଲ୍ଲୀର ଜଣେ ଛାତ୍ର ଆଦିତ୍ୟ ଦୁବେ ସୁପ୍ରିମକୋର୍ଟରେ ମାମଲା କରିଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନ୍ନା, ଜଷ୍ଟିସ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।

ସେପଟେ ପ୍ରତ୍ୟେକ ଦିନ ହ୍ରାସ ପାଉଥିବା ବାୟୁର ମାନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ ଓ ଦିଲ୍ଲୀବାସୀ।  ସକାଳୁ ସକାଳୁ ମର୍ଣ୍ଣିଂ ଓ୍ୱାର୍କ ହେଉ ଅବା ଅଫିସ ଯିବା କି କାମ ସନ୍ଧାନରେ ଘରୁ ବାହାରିବା କଷ୍ଟକର ବ୍ୟାପାର ହେଲାଣି।  ଏହା ସିଧାସଳଖ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଥିବା ଲୋକେ କହିଛନ୍ତି।

New Delhi Pollution
Advertisment
Advertisment