୨୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, ସକାଳରୁ ସଞ୍ଜ ହେଲା, ପୁଣି ସକାଳ ହେଲା, କିନ୍ତୁ ପୋଲିସ ନଆସିବାରୁ ହୋଇପାରୁନି ଶବ ବ୍ୟବଚ୍ଛେଦ। ଏବେ ବି ମୃତଦେହ ସେମିତି ହସ୍ପିଟାଲ୍ରେ ପଡ଼ି ରହିଛି।
୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା।
ନିଜକୁ ଫିଟ୍ ରଖିବା ପାଇଁ ଆବଶ୍ୟକତାରୁ ଅଧିକ ଏକ୍ସରସାଇଜ୍ ବି ହାର୍ଟ ଆଟାକ୍ର ପ୍ରମୁଖ କାରଣ ପାଲଟୁଛି କିି? କାହିଁକି ନା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ୍ ଜିମ୍ରେ ବ୍ୟାୟାମ କରିବା ସମୟରେ ହିଁ ହୃଦ୍ଘାତର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ।
ଦାରୁଣ ଦୃଶ୍ୟ...ଭୋକରେ ପେଟ ପୋଡିଯାଉଛି, କିଛି ଖାଇବାକୁ ମିଳୁନି। ଭୋକ ଏତେ ମାତ୍ରାରେ ହେଉଛି ଯେ, ରାସ୍ତାରେ ଥିବା ଡଷ୍ଟବିନରୁ ପଚା ଖାଦ୍ୟ ଖାଇଯାଉଛି ମଣିଷ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ସ୍ତ୍ରୀର ମାନ୍ୟତା ଦାବି କରି ଧାରଣାରେ ପ୍ରାୟ ୧୦ ଦିନ ହେଲା ବସି ରହିଛନ୍ତି ଦୀପିକା ।
ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା କର୍ମଚାରୀ ହଠାତ୍ ମଝିରୁ ଗାଏବ ହୋଇଯାଇଛନ୍ତି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ତାଙ୍କ ପତ୍ତା ମିଳୁନି ।
ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ଗେଟ୍ ଖୋଲାଯାଇଛି।
ପୋଷ୍ଟ ମାଷ୍ଟର ଆଧାର କାର୍ଡ ଲୋକଙ୍କୁ ନ ଦେଇ କିଛି ଆଧାର କାର୍ଡକୁ ମାଟିରେ ପୋତି ଦେବା ସହ ଆଉ କିଛି ଆଧାର କାର୍ଡକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମୋ ପରିବାରକୁ ବଞ୍ଚାଇ ଦିଅ। ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଏମିତି କାନି ପାତି କାନ୍ଦୁଛି ସ୍ତ୍ରୀ। ଅପରେସନ୍ ହେଲେ ସ୍ୱାମୀ ବଞ୍ଚିବେ...ହେଲେ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନାହିଁ। ଭେଣ୍ଡିଆ ପୁଅକୁ ଦେଖି ମାଆ ଆଖିରୁ ବି ଲୁହ ଶୁଖୁନି। ପରିବାରର ଗୋଟିଏ ଗୁହାରି, ଆମକୁ ସାହାଯ୍ୟ କର...ଅକ୍ଷୟଙ୍କୁ ବଞ୍ଚାଇ ଦିଅ
ବର୍ଷେ ନୁହେଁ ଦୁଇ ବର୍ଷ ନୁହେଁ ବରଂ ୨୦ ବର୍ଷ ପରେ ଘରକୁ ଫେରିଲା ଭାଇ... ଆଜି ମିଠା ଖୁଆଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ
ଏଇଟା ଟ୍ରେଲର, ଫିଲ୍ମ ଦେଖିବ ରୁହ । ଝାରପଡ଼ାକୁ ନେବ ତ? ଆଲୋ ଆଲୋ...ଇଏ କଣ? ସୁରଙ୍କୁ କଣ ଏମିତି ଟେକିନେଲା ପୋଲିସ? ନାରଣ ଭିଆଇପି ଗାଡ଼ି କୋଉଟା କିରେ?
ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ପରେ ଗତକାଲି ବାବା ଲିଙ୍ଗରାଜଙ୍କ କୌଣସି ବି ନୀତିକାନ୍ତି ହୋଇନି। ଫଳରେ ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ଉଠି ପାରିନି ମହାଦୀପ।
ଯେଉଁ ଆପ୍ ବ୍ୟବହାର କରି ଲୋକେ ନିଜ ପାଇଁ ପାର୍ଟନର୍ ଖୋଜନ୍ତି ସେହି ଆପ୍ରୁ ଜଣେ ପୁଅ ତାଙ୍କ ପାଇଁ ୨ ଭଉଣୀ ଯୋଗାଡ କରି ନେଇଛନ୍ତି। ଧୂମ୍ଧାମ୍ରେ ପାଳିବେ ରାଖୀ ପୂର୍ଣ୍ଣିମା।
ବର୍ଷା ଦେଲା ଧୋକା। ଠିକ୍ ସମୟରେ ବର୍ଷା ହେଲାନି କି କେନାଲରେ ପାଣି ଆସିଲାନି। ଜମି ଫାଟି ଆଁ କଲାଣି। କେମିତି ଚାଷ କରିବ, କେମିତି ଋଣ ସୁଝିବ ସେଇ ଚିନ୍ତାରେ ଚାଷୀ।
ରାତି ଅଧରେ ଘର ଭାଙ୍ଗିଦେଲା ଦନ୍ତା। ଝୋ ଝୋ ବର୍ଷାରେ କୁଆଡେ ଯିବେ ପରିବାର? କିଛି ବୁଦ୍ଧିବାଟ ପାଇଲେନି...ସିଧା ରେଂଜରଙ୍କ କାର୍ଯ୍ୟାଳୟ ସାମ୍ନାରେ ବସିଲେ। କହିଲେ, ଆମକୁ ଘର ଦେବ ତ ଆମେ ଯିବୁ, ନହେଲେ ଏଇଠି ରହିବୁ। ସେପଟେ ପରିବାରକୁ ଦେଖି ଅଫିସ୍ରେ ତାଲା ପକାଇ ପଳାଇଲେ କର୍ମଚାରୀ।
ବର୍ଷାରୁ ରକ୍ଷା ପାଇଁ ଷ୍ଟାଡିୟମ ଛାତରେ ପଡ଼ିଥିଲା ଜରି ପାଲ । ଅନ୍ତର୍ଜାତୀୟ ଇଭେଣ୍ଟ ମାନ୍ୟତାପ୍ରାପ୍ତ ସ୍ଥଳର ବିଳକ ଚିତ୍ରକୁ ନେଇ ବଢୁଛି କ୍ଷୋଭ ।
କଳିଙ୍ଗନଗରରେ ଷ୍ଟିଲ ଓ ସିପିପି ପ୍ଲାଣ୍ଟ କରିବ ଓଡ଼ିଶା ଆଲୟଜ୍ ଷ୍ଟିଲ୍ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣ ନିଯୁକ୍ତି ପାଇବେ ।
ଏବେ ସୁଦ୍ଧା ଏହି ୯ ଜଣଙ୍କୁ ମିଶାଇ ୧୭୩ ଅଧିକାରୀଙ୍କ ପ୍ରତି ହେଲାଣି କାର୍ଯ୍ୟାନୁଷ୍ଠାନ ।
ଦିନେ ମୂଲମଜୁରୀ ଲାଗୁଥିଲେ, ଦାଦନ ବି ଯାଉଥିଲେ। କିନ୍ତୁ ଏମାନଙ୍କ ଜୀବନ ବଦଳାଇ ଦେଲା କଣ୍ଢେଇ...ଏମିତି ସୁନ୍ଦର ସୁନ୍ଦର କଣ୍ଢେଇ ତିଆରି କରି ମାସକୁ ରୋଜଗାର କରୁଛନ୍ତି ୨୦ ହଜାର
ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଏତିକି ଦିନ ମଧ୍ୟରେ ୭୦ ଲକ୍ଷ ହିତାଧିକାରୀଙ୍କ କଟିଯିବ ରାସନ କାର୍ଡ। ଜାଣନ୍ତୁ ଆପଣଙ୍କ କାର୍ଡ ସୁରକ୍ଷିତ କି ନାହିଁ...
କୁଆଡ଼େ ଗଲେ ଜିଆରଏସ୍ ? ଖୋଜି ଖୋଜି ନୟାନ୍ ହୋଇଗଲେଣି ତାଙ୍କ ପତ୍ନୀ ।
ବାଜା ବଜାଇ, ବାଣ ଫୁଟାଇ ବିଡ଼ିଓଙ୍କୁ କାନ୍ଧରେ ବସାଇ ଲୋକେ ଲୋକେ ବିଦାୟ ଦେଇଛନ୍ତି ।
କଟକ ସିଡିଏ ସ୍ଥିତ ବାସଭବନରେ ୬୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।
ମାସେ ନୁହେଁ କି ଦୁଇ ମାସ ନୁହେଁ। ବରଂ ୨ ବର୍ଷ ହେଲାଣି ଦରମା ନେଉନାହାନ୍ତି ମୁକେଶ ଅମ୍ବାନୀ। ଜାଣନ୍ତୁ କଣ ରହିଛି କାରଣ।
ଇରେ ଦେଖ୍। ଇଏ କଣ? କଂଟା ବାଡରେ କଣ ଚଢିଲେଣି ପିସିସି ସଭାପତି ଶରତ। ଦେଖୁନୁ, କେମିତି ସେପଟେ ବାଡରେ ବସିଲେଣି ପ୍ରସାଦ। ହଇରେ ନିରଞ୍ଜନ କୁଆଡେ ଗଲେ କି? ସିଏ ଯୋଉ ହେଭିୱେଟ୍ ନେତା, ତାଙ୍କ ଓଜନ କଣ ସମ୍ଭାଳିବ ଏଇ ବାଡ?