• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ପ୍ରାୟ ୭୪ ହଜାର ୬୨୦ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ । ଏହି ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍ । ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ମଂଜୁରୀ ପରେ ଏନେଇ ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଉଛି ଏହି ୧୦ଟି ପ୍ରକଳ୍ପରେ ନିଯୁକ୍ତି ସୁଯୋଗ ପାଇବେ ୨୪ ହଜାର ୦୪୭ ଜଣ । ରାୟଗଡ଼ା କାଶୀପୁରରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ କରିବ ଆଦାନୀ ଗ୍ରୁପ୍ । ଆଲୁମିନା ଓ ସିପିପି ପ୍ଲାଣ୍ଟରେ ନିବେଶ ହେବ ୪୧ ହଜାର ୬୫୩ କୋଟି ଟଙ୍କା ବୋଲି ସୂଚନା ମିଳିଛି ।

ତେବେ ଉଭୟ ପ୍ଲାଣ୍ଟରେ ମୋଟ ୭୭୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଛି । ସେହିଭଳି କଳିଙ୍ଗନଗରରେ ଷ୍ଟିଲ ଓ ସିପିପି ପ୍ଲାଣ୍ଟ କରିବ ଓଡ଼ିଶା ଆଲୟଜ୍ ଷ୍ଟିଲ୍ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣ ନିଯୁକ୍ତି ପାଇବେ ।