• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକ ଦୁଆରେ ବସି ପତ୍ନୀର ମାନ୍ୟତା ମାଗୁଥିବା ଦୀପିକା ଧାରଣା ଆଜିକୁ ମିଶାଇ ୧୦ ଦିନରେ ପହଞ୍ଚିଥିବାବେଳେ, ଆଜି ଏହା ଅଲଗା ମୋଡ଼ ନେଇଛି । ବଡ଼ବଜାର ଥାନାରେ ଏହି ଘଟଣାର ସମାଧାନ ପାଇଁ ପୋଲିସ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ଡାକିଥିଲା । ତେବେ ମାମଲାର ଅନ୍ତ ଥାନାରେ ନୁହେଁ ବରଂ କୋର୍ଟରେ ହୋଇପାରିବ ବୋଲି ପୋଲିସ କହିଥିବା ପ୍ରମିଳା ତ୍ରିପାଠୀ ଗଣମାଧ୍ୟମ ଆଗରେ କହିଛନ୍ତି ।

ତେବେ ଏହା ପୂର୍ବରୁ ଆଜି ଅପରାହ୍ନରେ ଦୀପିକାଙ୍କ ଧାରଣାସ୍ଥଳରେ ଉତ୍ତେଜନାତ୍ମକ ସ୍ଥିତି ଦେଖିବାକୁ ମିଳିଥିଲା । ଦୀନେଶଙ୍କ ପରିବାର ଲୋକଙ୍କ ସହ ଆଉ କିଛି ଲୋକ ଆସି ଦୀପିକା ବସିଥିବା ଟେଣ୍ଟ ଭାଙ୍ଗି ଦେବା ସହ ଗାଳିଗୁଲଜ ଓ ଧମକ ଦେଇଥିବା ଅଭିଯୋଗ ହୋଇଛି । ଦୀପିକା ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହିତ କିଛି ସ୍ଥାନୀୟଲୋକଙ୍କ ପାଟିତୁଣ୍ଡ ହୋଇଛି । ଏପରିକି ତାଙ୍କ ତଣ୍ଟି ଚିପିବାକୁ ଉଦ୍ୟମ କରିଥିବା ଦୀପିକା ଅଭିଯୋଗ କରିଛନ୍ତି। ସେପଟେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲି ଦୀନେଶ କହିଛନ୍ତି ଯେ, ସେ ଏ ଘଟଣା ସମ୍ପର୍କରେ କିଛି ବି ଜାଣନ୍ତିନି । କୋର୍ଟ ଯାହା ନିଷ୍ପତ୍ତି ନେବେ ସେ ତାକୁ ମାନିବେ।

ସେହିପରି ଦୀନେଶଙ୍କ ମାଆ କହିଛନ୍ତି-ସେ ଦୀପିକାଙ୍କୁ ଚିହ୍ନନ୍ତିନି କି ଜାଣନ୍ତିନି । ତେବେ ତାଙ୍କ ପୁଅ ନାଁରେ ଯେଉଁ ମାମଲା ହୋଇଛି, ସେଥିରୁ କୋର୍ଟଙ୍କ ନ୍ୟାୟକୁ ସେ ଅପେକ୍ଷା କରିଛନ୍ତି । ଏପଟେ ଦୀପିକା କହିଛନ୍ତି-ସ୍ତ୍ରୀର ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ତାଙ୍କ ଧାରଣା ଜାରି ରହିବ । ଦୀନେଶ ତାଙ୍କୁ ପତ୍ନୀର ମାନ୍ୟତା ଦେବା ସହ ପୁଅକୁ ଗ୍ରହଣ ନକରିବା ଯାଏଁ ପ୍ରେମିକଙ୍କ ଦୁଆରୁ ହଟିବେ ନାହିଁ । ତେବେ ଆଜିର ଘଟଣା ଉପରେ ପୋଲିସ୍‌ର ପ୍ରତିକ୍ରିୟା ମିଳିନାହିଁ ।