/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660134733.jpg)
Toys Making
ଏକ ଲୟରେ ମନଧ୍ୟାନ ଦେଇ ତିଆରି କରୁଛନ୍ତି କଣ୍ଡେଇ । ଆଉ ଏହି କଣ୍ଢେଇ ତିଆରି କରି ମାସକୁ ଏବେ ଏମାନେ ରୋଜଗାର କରୁଛନ୍ତି ୧୫ ରୁ ୨୦ ହଜାର ଟଙ୍କା । ମହିଳାମାନେ ଏତେ ସୁନ୍ଦର ସୁନ୍ଦର କଣ୍ଢେଇ ତିଆରି କରୁଛନ୍ତି ଯେ ଲୋକ ଘରୁ ଆସି ନେଇଯାଉଛନ୍ତି କଣ୍ଢେଇ।
ଦିନ ଥିଲା ଏଇ ମହିଳାମାନେ ବେକାର ଆଉ ବେରୋଜଗାର ଥିଲେ । କଣ୍ଢେଇ ତିଆରି କରୁଥିବା ମହିଳାଙ୍କ ମଧ୍ୟରୁ ଅନେକ ଦାଦନ ଖଟିବାକୁ ଯାଉଥିଲେ । ଆଉ କିଛି କୁଲିମଜୁରୀ କାମ ଧନ୍ଦା ବି କରୁଥିଲେ । କିନ୍ତୁ ଏବେ ଏମାନଙ୍କ ସମସ୍ୟା ଦୂର ହୋଇଯାଇଛି । ଏମାନେ ଏବେ ଆଉ ବେକାର କି ବେରୋଜଗାରିଆ ନାହାନ୍ତି । ଏମାନେ ଏବେ ସ୍ୱାବଳମ୍ବୀ ହୋଇଛନ୍ତି ।
ଏହି ମହିଳାମାନେ ହେଉଛନ୍ତି ନୂଆପଡା ମାଆ ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । ଏନଏସି ସହ ଯୋଗାଯୋଗ କରିବା ପରେ SHG ଗ୍ରୁପ କରି ସଫ୍ଟ ଟୟେ ତିଆରି ପାଇଁ ତାଲିମ ବି ନେଲେ । ଆଉ ଏବେ ସେଇ କଣ୍ଢେଇ ତିଆରି କରି ମାସିକ ୧୫ ରୁ୨୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ନିଜେ ତ ରୋଜଗାର କରୁଛନ୍ତି ଆଉ ପାଖ ଅଂଚଳର ଅନେକ ମହିଳା ଓ ବେକାର ଯୁବକ-ଯୁବତୀଙ୍କୁ ବି ରୋଜଗାର ଦେଉଛନ୍ତି । ଖାଲି ସଫ୍ଟ ଟୟେ ନୁହେଁ ଏହାସହ ପା-ପୋଛ, ତକିଆ କଭର ଆଦି ତିଆରି ବି କରୁଛନ୍ତି । ତେବେ ଚାହିଦାକୁ ନଜରରେ ରଖି ଏମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବଜାର କରିବାକୁ ଏନଏସି ନିଷ୍ପତ୍ତି ନେଇଛି ।
ତେବେ ଯିଏ ଦିନେ ଟଙ୍କା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲା ଆଜି ସିଏ ହିଁ ନିଜେ ଆତ୍ମନିର୍ଭର ହୋଇପାରିଛି। ମୋଟ୍ ଉପରେ ସଫ୍ଟ ଟୟେ ବଦଳାଇ ଦେଇଛି ଏମାନଙ୍କ ଜୀବନ।
ରିପୋର୍ଟର- ମାୟାଧର ସରାଫ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)