Advertisment

କ୍ଲିନିକ୍ ବିକ୍ରି ନାଁରେ ୪ କୋଟି ଟଙ୍କା ଠକେଇ

ବ୍ରହ୍ମପୁର ସହରର ଭାବାନଗରରେ ଥିବା ଆପୋଲୋ କ୍ଲିନିକ୍ ବିକ୍ରି ନାଁରେ ୪ କୋଟି ୬୪ ଲକ୍ଷ ଟଙ୍କା ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
3 arrested for duping over Rs 4 crore on pretext of selling Apolo clinic

3 arrested for duping over Rs 4 crore on pretext of selling Apolo clinic

କ୍ଲିନିକ୍ ବିକ୍ରି ନାଁରେ କୋଟି କୋଟି ଟଙ୍କା ଠକେଇ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଭାବାନଗରରେ ଥିବା ଆପୋଲୋ କ୍ଲିନିକ୍ ବିକ୍ରି ନାଁରେ ୪ କୋଟି ୬୪ ଲକ୍ଷ ଟଙ୍କା ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବୈଦ୍ୟନାଥପୁର ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ପରେ ସେମାନଙ୍କୁ ଜେଲ୍ ପଠାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ- ସଂଗ୍ରାମ କେଶରୀ ମହାନ୍ତି, ସି.ଏଚ୍. ବଦ୍ରି ପାତ୍ର ଓ ତାଙ୍କ ସ୍ତ୍ରୀ ନିଶି ପାତ୍ର। 

Advertisment

ସୂଚନା ଅନୁସାରେ ବ୍ରହ୍ମପୁର ବ୍ରହ୍ମା ନଗର ମୁଖ୍ୟ ରାସ୍ତାରେ ଆପୋଲୋ କ୍ଲିନିକ୍‌ ରହିଛି। ଏହାର ମାଲିକାନା ସ୍ପେସିମେନ୍ସ ଲିମିଟେଡ୍ ନାଁରେ ଥିବାବେଳେ ସତ୍ତ୍ୱାଧିକାର ସଂଗ୍ରାମ ଓ ରୁଷି ପ୍ରସାଦ ନାହାକଙ୍କ ନାଁରେ ଥିଲା। ପରେ ହସ୍ପିଟାଲ ନ ଚାଲିବାରୁ ତାକୁ ଓମ୍ ଆରୋଗ୍ୟ ହସ୍ପିଟାଲ ପ୍ରାଇଭେଟ୍ ଲିମିଟେଡ୍‌ର ମୁଖ୍ୟ ଡାକ୍ତର ରମେଶ ବାରତାଙ୍କୁ ବିକ୍ରି କରିବା ପାଇଁ ଠିକ୍ କରିଥିଲେ।

ତେବେ ବିକ୍ରି ବେଳେ ନିଶି ପ୍ରିୟଦର୍ଶିନୀ ନାମକ ଜଣେ ମହିଳାଙ୍କୁ ସେଥିରେ ନିର୍ଦ୍ଦେଶକ କଲେ ବିକ୍ରି ହେବ ବୋଲି କହିଥିଲେ। ଡାକ୍ତର ବାରତା ଏହାକୁ ମାନି ଆପୋଲୋ କ୍ଲିନିକ୍‌କୁ ୪ କୋଟି ୬୪ଲକ୍ଷ ଟଙ୍କା ଦେଇ କିଣିଥିଲେ।  କିନ୍ତୁ ପରେ ଡାକ୍ତର ବାରତାଙ୍କ ପରାମର୍ଶ ବିନା ନିଶି ପ୍ରିୟଦର୍ଶିନୀ ତାକୁ ନକଲି ଡକ୍ୟୁମେଣ୍ଟ କରି ସ୍ପେସିମେନ୍ସ ଲିମିଟେଡ୍‌କୁ ଲିଜ୍ ଆକାରରେ ଦେଇଥିଲେ।ଏନେଇ ଡାକ୍ତର ବାରତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Advertisment
Fraud
Advertisment
Advertisment