/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660240139.jpg)
Ratna Bhandar
ଖୋଲିବ କି ଶ୍ରୀମନ୍ଦିର ରତ୍ନଭଣ୍ଡାର ? କାରଣ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି। ଚଳିତ ମାସ ୮ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ। ୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା।
Advertisment
ତେବେ ଚାବି ହଜିଥିବା ଯୋଗୁଁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରିନଥିଲା। ତେବେ ପ୍ଲାଷ୍ଟର ଖରାପ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନଭଣ୍ଡାର ଖୋଲିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ। ରାଜ୍ୟ ଆଇନ୍ ବିଭାଗ ଏବଂ ଏଏସଆଇ ଡିଜିଙ୍କୁ ମଧ୍ୟ ଚିଠି ଲେଖାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)