Advertisment

କଡ଼ା ପଦକ୍ଷେପ ! ଦୁର୍ନୀତି ଅଭିଯୋଗରେ ୯ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଏବେ ସୁଦ୍ଧା ଏହି ୯ ଜଣଙ୍କୁ ମିଶାଇ ୧୭୩ ଅଧିକାରୀଙ୍କ ପ୍ରତି ହେଲାଣି କାର୍ଯ୍ୟାନୁଷ୍ଠାନ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Secretariate

Secretariate

ପୁଣି ରାଜ୍ୟ ସରକାର ନେଲେ କଡ଼ା ପଦକ୍ଷେପ । ଦୁର୍ନୀତି ଅଭିଯୋଗରେ ୯ ଜଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ ଅପାରଗତା ପାଇଁ ୯ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ, ୨ ଜଣଙ୍କୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର । ଏହାସହ ୨ ଜଣଙ୍କ ପେନସନ୍ ବନ୍ଦ ମଧ୍ୟ କରିଛନ୍ତି ।

Advertisment

 ୬ ଜଣ ଇଂଜିନିୟର, ଜଣେ ଓଏଏସ୍ ଅଫିସରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ଜଣେ ସିଡିଭିଓ ଓ ଜଣେ ସାମାଜିକ ଶିକ୍ଷା ସଂଗଠକଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ସୁଦ୍ଧା ଏହି ୯ ଜଣଙ୍କୁ ମିଶାଇ ୧୭୩ ଅଧିକାରୀଙ୍କ ପ୍ରତି ହେଲାଣି କାର୍ଯ୍ୟାନୁଷ୍ଠାନ ।

ପୂର୍ବରୁ ମଧ୍ୟ ୧୬୪ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଏବେ ଆଉ ୯ ଜଣଙ୍କ ବିରୋଧରେ ସମାନ ପଦକ୍ଷେପ ଗ୍ରହଣ କରାଯାଇଛି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୫ ଜଣ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ଆଶିଷ କୁମାର ଦାଶ। କଣ୍ଟ୍ରାକ୍ଟରମାନଙ୍କ ଠାରୁ ବେଆଇନ ଭାବେ ସେ ୧୦.୨୩ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।

Advertisment

ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଘର ଉପରେ ଚଢଉ କଲା ପରେ ୮.୬୩ କୋଟି ଟଙ୍କାର ସଂପତ୍ତି ଓ ୧.୪ କୋଟି ଟଙ୍କାର ନଗଦ ଟଙ୍କା ଭିଜିଲାନ୍ସ ଠାବ କରିଥିଲା । ବେଆଇନ ଓ ଦୁର୍ନୀତି କାମ କରିଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଡନ-୧ର ପୂର୍ବତନ ଏକଜିକ୍ୟୁଟିଭ ଇଞ୍ଜିନିୟର ମାନସ ରଂଜନ ମହାନ୍ତିଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହାସହ ତାଙ୍କ ପାଖରୁ ୩,୯୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରାଯାଇଥିଲା। ତାଙ୍କ ବିରୁଦ୍ଧରେ ଦୁଇଟି ବିଭାଗୀୟ ତଦନ୍ତ ମଧ୍ୟ ଚାଲିଥିଲା।

State Government
Advertisment
Advertisment