Advertisment

ଲୋକଙ୍କୁ ନଦେଇ ମାଟି ତଳେ ପୋତି ଦେଲେ ଶହ ଶହ ଆଧାର କାର୍ଡ

ପୋଷ୍ଟ ମାଷ୍ଟର ଆଧାର କାର୍ଡ ଲୋକଙ୍କୁ ନ ଦେଇ କିଛି ଆଧାର କାର୍ଡକୁ ମାଟିରେ ପୋତି ଦେବା ସହ ଆଉ କିଛି ଆଧାର କାର୍ଡକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Hundreds of Aadhaar cards found dumped in Gajapati,

Hundreds of Aadhaar cards found dumped in Gajapati,

ଲୋକଙ୍କୁ ନଦେଇ ମାଟି ତଳେ ପୋତି ଦେଲେ ଶହ ଶହ ଆଧାର କାର୍ଡ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଏଭଳି ଅଭିଯୋଗ ହୋଇଛି। ଜିରାଙ୍ଗ ପଞ୍ଚାୟତ ଡରାବ ଗାଁରେ ମାଟି ତଳୁ ଶତାଧିକ ସଂଖ୍ୟାରେ ଆଧାର କାର୍ଡ ମିଳିଛି। 

Advertisment

ସୂଚନା ଅନୁସାରେ, ଆଧାର କାର୍ଡ ପାଇଁ ଲୋକେ ମୋହନା ଜନସେବା କେନ୍ଦ୍ରରେ ଆବେଦନ କରିଥିଲେ। ସେମାନଙ୍କ ଆଧାର କାର୍ଡ ପୋଷ୍ଟ ଅଫିସ ଜରିଆରେ ଆସିଥିଲା। ହେଲେ ପୋଷ୍ଟ ମାଷ୍ଟର ଆଧାର କାର୍ଡ ଲୋକଙ୍କୁ ନ ଦେଇ କିଛି ଆଧାର କାର୍ଡକୁ ମାଟିରେ ପୋତି ଦେବା ସହ ଆଉ କିଛି ଆଧାର କାର୍ଡକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗାଁର ଜଣେ ବ୍ୟକ୍ତି ଏହା ଦେଖିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଗାଁ ଲୋକେ ଆସି ମାଟି ଖୋଳି ଆଧାର କାର୍ଡ ସବୁ ବାହାର କରିଥିଲେ। 

ଲୋକଙ୍କ ନାଁରେ ଆସୁଥିବା ଆଧାର କାର୍ଡକୁ ଲୋକଙ୍କୁ ନ ଦିଆଯାଇ ଏହି ଭଳି ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ଗାଁର ବହୁ ହିତାଧିକାରୀଙ୍କ ଅଧାର କାର୍ଡ ନ ଥିବାରୁ ଭତ୍ତା ଓ ଚାଉଳ ପାଇବାରୁ ବଞ୍ଚିତ ହେଉଥିବା ଥିବା ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ପୋଷ୍ଟମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି।  

Advertisment
Aadhaar Card
Advertisment
Advertisment