/odishatv-khabar/media/post_attachments/uploadimage/library/16_9/16_9_0/Farming_1660146511.jpg)
Farming
ବର୍ଷା ନାହିଁ, ଜମି ଫାଟି ଆଁ କଲାଣି । ଅଗଷ୍ଟ ଆସି ଅଧା ହେଲାଣି, ହେଲେ ଚାଷୀ ପୂରାପୂରି ହତାଶ। ଜଗତସିଂହପୁର ରାଢଙ୍ଗ ପଂଚାୟତରେ ଥିବା ଧାନବିଲର ଦୃଶ୍ୟ କହିଲେ ନସରେ । କିଛି ଖାଲୁଆ ଜମିରେ ପାଣି ରହିଥିବାରୁ ତଳି ରୁଆ ଚାଲିଛି । ହେଲେ ଅଧିକାଂଶ ସ୍ଥାନରେ ବର୍ଷା ଅଭାବ ଓ କେନାଲରେ ପାଣି ନଆସିବା କାରଣରୁ ଆରମ୍ଭ ହୋଇପାରିନି ଚାଷ କାମ ।
ଗତ ଜୁଲାଇ ମାସରେ ଭଲ ବର୍ଷା ହୋଇଥିବାରୁ ବିଲରେ ତଳି ପକାଇଥିଲେ ଚାଷୀ । ହେଲେ ସପ୍ତାହରୁ ଉର୍ଦ୍ଧ୍ୱ ହେବ କାଁ ଭାଁ କେଉଁଠି ବର୍ଷାକୁ ଛାଡିଦେଲେ ବଡ ବର୍ଷା ନାହିଁ । ସେପଟେ ସଠିକ୍ ସମୟରେ ଶାଖା କେନାଲ ସଫା ନହେବାରୁ ବିଲରେ ପହଞ୍ଚିପାରିଲାନି ପାଣି । ତେଣୁ ଯେଉଁ କିଆରିରେ କିଛି ମାତ୍ରାରେ ପାଣି ଅଛି ସେଇଠାରୁ ବାଲଟିରେ ଅନ୍ୟ କିଆରିକୁ ମଡା ଚାଲିଛି ପାଣି ।
ଖାଲି ଏତିକି ନୁହେଁ ବରଂ ସାରର ଘୋର ଅଭାବ ରହିଥିବା ଅଭିଯୋଗ କରିଛନ୍ତି ଚାଷୀ । ହିସାବ କହୁଛି, ଏ ବର୍ଷ ଜଗତସିଂହପୁର ଜିଲ୍ଳାରେ ୮୨ ହଜାର ୪ ଶହ ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ଏବଂ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ପ୍ରାୟ ୮ ହଜାର ହେକ୍ଟର ଜମିରେ ରୁଆ ଶେଷ ହୋଇଛି । ସେପଟେ ବର୍ଷା ଓ ସାର ଅଭାବ କଥାକୁ ସ୍ୱୀକାର କରିବା ସହ ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।
ରିପୋର୍ଟର- ଶଶାଙ୍କ ଶେଖର ପଣ୍ଡା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)