Advertisment

ଖାଡ଼ା ଉପାସରେ ବାବା ଲିଙ୍ଗରାଜ

ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ପରେ ଗତକାଲି ବାବା ଲିଙ୍ଗରାଜଙ୍କ କୌଣସି ବି ନୀତିକାନ୍ତି ହୋଇନି। ଫଳରେ ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ଉଠି ପାରିନି ମହାଦୀପ।

author-image
Rajalaxmi Sahoo
Lord Lingaraj continues to remain hungry

Lord Lingaraj continues to remain hungry

ଭାଙ୍ଗିଲା ପରମ୍ପରା, ଭାଙ୍ଗିଲା ନୀତି। ଭୋକରେ ରହିଲେ ଶ୍ରୀଲିଙ୍ଗରାଜ, ଆଉ ହୋଇପାରିଲାନି କୌଣସି ନୀତିକାନ୍ତି। ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ପରେ ଗତକାଲି କୌଣସି ବି ନୀତିକାନ୍ତି ହୋଇନି। ଫଳରେ ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ମହାଦୀପ ଉଠି ପାରି ନଥିଲା। ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ଗତକାଲି ଭାଙ୍ଗିଛି।

Advertisment

ଯଦି, ଏପରି ବିବାଦ ଲାଗି ରହେ ତେବେ ଆଜି ବି କୌଣସି ନୀତିକାନ୍ତି ହେବନି। ଦୁଇ ଦିନ ପୂର୍ବେ ପଇତାଲାଗି ନୀତିକୁ ନେଇ ଉଭୟ ନିଯୋଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପଇତାଲାଗି ପାଇଁ ଉଭୟ ନିଯୋଗ ଅଡ଼ି ବସିଥିବା ଯୋଗୁ ଏଥିରେ ବିଭ୍ରାଟ ଦେଖା ଦେଇଛି। ହେଲେ ସବୁଠୁ ବଡ଼ କଥା ହେଉଛି, ସମାଧାନର ବାଟ ଦୁଇ ଦିନ ପରେ ବି ବାହାରି ପାରିନି। 

Lord Lingaraj Temple Lord Lingaraj
Advertisment
Advertisment