• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନକ ପରେ ପୁଣି MKCG ଛାତରୁ ଖସିଲା ସିଲିଂ । ବ୍ରହ୍ମପୁରରେ MKCG ମେଡିକାଲ ୱାର୍ଡ ଛାତରୁ ଖସିଲା ସିଲିଂ । ସୁପର ସ୍ପେଶାଲିଷ୍ଟ ବ୍ଲକର ତୃତୀୟ ମହଲାରେ ସିଲିଂ ଖସିଥିବା ଜଣାପଡିଛି । ତୃତୀୟ ମହଲାରେ ଥିବା ଏଣ୍ଡକ୍ରାଇନୋଲୋଜି ବିଭାଗରୁ ଖସିଛି ସିଲିଂ । ତେବେ କେହି ରୋଗୀ କିମ୍ବା ତାଙ୍କ ସଂପର୍କୀୟ ଆହତ ହୋଇ ନଥିବା ସୂଚନା ମିଳିଛି । ଗତକାଲି ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରୁ ସିଲିଂ ଖସିଥିଲା ।

ଗତକାଲି ମଧ୍ୟ ବ୍ରହ୍ମପୁର MKCG ମେଡିକାଲରେ ଏଭଳି ଅଘଟଣ ଘଟିଥିଲା । ଖସିପଡିଥିଲା ସିଲିଂ । ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରୁ ସିଲିଂ ଖସିଥିଲା । ପୂର୍ବରୁ ଏହି ମହଲାରେ ଥିବା ୟୁରୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା । ଆଉ ଏବେ ଦୁଇ ଦୁଇ ଥର ସିଲିଂ ଖସିବା ପରେ ଏହାର ନିର୍ମାଣ ନେଇ ପ୍ରଶ୍ନ ଉଠିଛି । ନିମ୍ନ ମାନର କାମ ହୋଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ମେଡିକାଲରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମଧ୍ୟ ସିଲିଂ ଖସିବା ପରେ ଭୟଭୀତ ଅଛନ୍ତି ।