Advertisment

ରାସ୍ତାରେ ଅଟକାଇ ‘ମୋ ବସ୍‌’କୁ ପିଟି ଭାଙ୍ଗି ଦେଲେ

କେହି କିଛି ବୁଝିବା ଆଗରୁ ଯୁବକ ଜଣକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ହଠାତ୍‌ ଡ୍ରାଇଭର ବସିଥିବା ସିଟ୍‌ର କାଚ ଡୋର୍‌କୁ ଏକ ଲୁହା ରଡ୍‌ରେ ବାଡ଼େଇ ଭାଙ୍ଗିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mo Bus vandalised on Jatani-Sundarpada road

Mo Bus vandalised on Jatani-Sundarpada road

ରାସ୍ତାରେ ଅଟକାଇ ‘ମୋ ବସ୍‌’କୁ ପିଟି ଭାଙ୍ଗି ଦେଲେ। ଲୁହାରଡ୍‌ରେ ବସ୍‌ କାଚ ଭାଙ୍ଗିବା ସହ ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ଗତକାଲି ସୁନ୍ଦରପଦା ଜଟଣୀ ରାସ୍ତାରେ ଜଣେ ଯୁବକ ଏଭଳି ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। 

Advertisment

ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ବାହାରିଥିବା ‘ମୋ ବସ୍‌’ର 22 A  ରୁଟ୍‌ ବସ୍‌କୁ ଓଇସି ଛକ ନିକଟରେ ଜଣେ ଯୁବକ ଅଟକାଇଥିଲେ। କେହି କିଛି ବୁଝିବା ଆଗରୁ ଯୁବକ ଜଣକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ହଠାତ୍‌ ଡ୍ରାଇଭର ବସିଥିବା ସିଟ୍‌ର କାଚ ଡୋର୍‌କୁ ଏକ ଲୁହା ରଡ୍‌ରେ ବାଡ଼େଇ ଭାଙ୍ଗିଥିଲେ। ଏହାସହ ଡ୍ରାଇଭରଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ। ବସ୍‌ କାଚ ଭାଙ୍ଗି ଯିବାରୁ ଏଥିରେ ଡ୍ରାଇଭର ଜଣକ ଆହତ ହୋଇଛନ୍ତି। ଏନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି। 

କ’ଣ ପାଇଁ ଯୁବକ ଜଣକ ବସ୍‌ ଅଟକାଇ ରାସ୍ତା ଉପରେ ଏଭଳି ହଙ୍ଗାମା କରିଥିଲେ, ତାହା ଜଣାପଡ଼ିନି। ରାସ୍ତା ସଙ୍କୀର୍ଣ୍ଣ ଥିବାରୁ ବସ୍‌ଟି ରାସ୍ତା ଉପରେ ଠିଆ ହୋଇ ଲୋକ ଉଠାଉଥିଲା। ଫଳରେ ପଛକୁ ପଛ ଗାଡି ଅଟକି ରହିଥିଲା।  ଆଉ ଏହି ସମୟରେ ଯୁବକ ଜଣଙ୍କ ଆସି ଗଣ୍ଡଗୋଳ କରିଥିବା ସୂଚନା ମିଳିଛି।  

Advertisment
Mo Bus Mo Bus Vandalise
Advertisment
Advertisment