Advertisment

କାନ ଧରି ଭୁଲ୍‌ ମାଗିଲେ, ଗୋଟିଏ ଦିନ ନିର୍ଜଳା ଉପବାସ କଲେ...

ପିକ୍ଅପ୍ ଭ୍ୟାନ୍‌ରେ ଗଦା ହୋଇଥିବା ବାଉଁଶ, କାଠ ଓ କପଡ଼ା ଉପରେ ଅଳିଆ ବୋହିଲା ଭଳି ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଲଦି ନିଆ ଯାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

author-image
Rajalaxmi Sahoo
Disrespect to Lord Jagannath – Tent house owner seeks forgiveness from deity

Disrespect to Lord Jagannath – Tent house owner seeks forgiveness from deity

ଓଡ଼ିଆ ଜାତି, ଓଡ଼ିଆ ପ୍ରାଣର ଠାକୁର ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଛି। ପିକ୍ଅପ୍ ଭ୍ୟାନ୍‌ରେ ଗଦା ହୋଇଥିବା ବାଉଁଶ, କାଠ ଓ କପଡ଼ା ଉପରେ ଅଳିଆ ବୋହିଲା ଭଳି ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଲଦି ନିଆ ଯାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ମହାପ୍ରଭୁଙ୍କୁ ଏଭଳି ଅସମ୍ମାନ, ଅଣଦେଖା କରି ନେବାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଛୋଟଠୁ ବଡ଼ ସମସ୍ତେ ଏହାକୁ ନିନ୍ଦା କରିଛନ୍ତି।

Advertisment

ଏପରିକି ସମ୍ପୃକ୍ତ ପିକ୍ଅପ୍ ଭ୍ୟାନ୍‌କୁ ଅଟକାଇ ଜଣେ ସମାଜସେବୀ ତାଗିଦ କରିଥିଲେ ବି ସେ ଅଟକି ନଥିଲେ। ମହାପ୍ରଭୁଙ୍କୁ ଏଭଳି ଭାବେ ବୋହିକି ନେବାକୁ ବିରୋଧ କରି ସମାଜସେବୀ ଜଣକ ସମ୍ପୃକ୍ତ ପିକ୍ଅପ୍ ଭ୍ୟାନକୁ ଅଟକାଇ ଚାଳକ ଓ ହେଲ୍‌ପର୍‌ଙ୍କୁ ବୁଝାଇବାରୁ ସେ ଠାକୁରଙ୍କୁ ନେଇ ଭଲରେ ରଖି ଯାଇଥିଲେ। ତେବେ ମୋବାଇଲ୍‌ରୁ ମୋବାଇଲ୍ ଘୁରି ବୁଲୁଥିବା ଏ ଘଟଣାଟି ବାଲେଶ୍ୱରରୁ ଜଳେଶ୍ୱର ଯିବା ରାସ୍ତାରେ ହଳଦୀପଦା ଅଞ୍ଚଳର ବୋଲି ଜଣାପଡ଼ିଛି।

ଜଳେଶ୍ୱରର ଜଣେ ଟେଣ୍ଟ ମାଲିକ ବାଲେଶ୍ୱର ସହରରେ ଗୋଟିଏ ଗଣେଶ ମଣ୍ଡପରେ ଟେଣ୍ଟ କରିଥିଲେ। ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ଥାପନା କରାଯାଇଥିଲା। ଆଉ ଗଣେଶ ବିସର୍ଜନ ପରେ ଟେଣ୍ଟ ଖୋଲି ନେବା ବେଳେ ମହାପ୍ରଭୁଙ୍କୁ ଏପରି ଭାବେ ପିକ୍ଅପ୍ ଭ୍ୟାନରେ ଲଦି ନେଉଥିବା ଦେଖିବାକୁ ମିଳିଥିଲା।ଏଭଳି ଘଟଣା ପାଇଁ ଜଳେଶ୍ୱରର ଟେଣ୍ଟ ମାଲିକ ଗୌତମ ପ୍ରଧାନ କ୍ଷମା ପ୍ରାର୍ଥନା କରିଛନ୍ତି। 

Advertisment

ଜଳେଶ୍ୱରର ଜଗନ୍ନାଥ ମନ୍ଦିରକୁ ଯାଇ ଠାକୁରଙ୍କ ଆଗରେ କାନ ଧରି ସେ ଏବଂ ମହାପ୍ରଭୁଙ୍କୁ ପିକ୍ ଅପ୍ ଭ୍ୟାନ୍‌ରେ ଆଣିଥିବା କର୍ମଚାରୀ ଭୁଲ୍ ମାଗିଛନ୍ତି। ଗୌତମ କହିଛନ୍ତି ଯେ, ତାଙ୍କ ଅନୁପସ୍ଥିତିରେ କର୍ମଚାରୀମାନେ ଏଭଳି ଭୁଲ୍ କରିଛନ୍ତି। ଏଥିପାଇଁ ସେ ଗୋଟିଏ ଦିନ ନିର୍ଜଳା ଉପବାସରେ ରହି ଠାକୁରଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। କେବଳ ଏତିକି ନୁହେଁ, ତାଙ୍କର ଭୁଲ୍ ଯୋଗୁ ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ଯେଉଁ ଆଘାତ ଲାଗିଛି, ସେଥିଲାଗି ମଧ୍ୟ ସେ କ୍ଷମା ପ୍ରାର୍ଥନା କରିଥିବା କହିଛନ୍ତି।

Lord Jagannath
Advertisment
Advertisment