ଝିମାଇ କିର୍ଷାନୀ... ଘର ଖଣ୍ଡେ ଲାଗି ବାରମ୍ବାର ଦଉଡ଼ିବା ପରେ ତାଙ୍କୁ ଘର ଖଣ୍ଡିଏ ମିଳିଲା । ପ୍ରଶାସନ ଦୁଇ କିସ୍ତିରେ ତାଙ୍କୁ ଟଙ୍କା ବି ଦେଲା । ହେଲେ ଟଙ୍କା ପାଇଲେନି କି ଘର କରିପାରିଲେନି ଝିମାଇ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଅର୍ଥାତ୍ ଆବାସ ଯୋଜନାରେ ହୋଇଛି ଭୟଙ୍କର କେଳଙ୍କାରୀ । କାରଣ ଟଙ୍କା ତ ଆସିଛି ହେଲେ ୟାଙ୍କ ପାଖରେ ପହଞ୍ଚିନାହିଁ ।
ଜିନିଷ ରହି ନଷ୍ଟ ହେବା ଅପେକ୍ଷା କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ଗଜପତିର ମୋହନା ସମେତ ଆର.ଉଦୟଗିରି ଓ ନୂଆଗଡ ବ୍ଲକରେ ପ୍ରଚୁର ମାତ୍ରାରେ ଫଳିଛି ପଣସ କଠା । ଆଉ କିଲୋ ପିଛା ମାତ୍ର ୧୫ ଟଙ୍କା ଦରରେ ବାହାର ରାଜ୍ୟର ବେପାରୀଙ୍କୁ ପଣସ ବିକ୍ରି କରୁଛି ଚାଷୀ । ଚାଷୀଙ୍କଠାରୁ ୧୫ ଟଙ୍କାରେ କିଣି ଦୁଇ ତିନିଗୁଣା ଚଢା ଦରରେ ଖାଉଟିଙ୍କୁ ବିକ୍ରି କରୁଛନ୍ତି ଚାଷୀ ।
ଫଳିଲେ ହଇରାଣ, ନହେଲେ ଚିନ୍ତା । ଏତେ ମାତ୍ରାରେ ପଣସ ଫଳିଛି ନେବାକୁ ଲୋକ ନାହାନ୍ତି...ନଷ୍ଟ ହେବା ଭୟରେ କିଲୋକୁ ୧୫ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ
ହଲ୍ ମାର୍କିଂ ବିଶେଷଜ୍ଞଙ୍କ ମତରେ, ନୂଆ ବ୍ୟବସ୍ଥାରେ ବିକ୍ରି ହେବାକୁ ଥିବା ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ । ଗୋଟିଏ ବିଆଇଏସ୍ ଲୋଗୋ, ସୁନା ଗହଣା ଶୁଦ୍ଧତାର ଚିହ୍ନ ଓ HUID । HUIDରେ ୬ଟି ଆଲ୍ଫାନ୍ୟୁମେରିକ୍ ନମ୍ବର ବିଶିଷ୍ଟ କୋଡ୍ ରହିବ । ଏହି କୋଡ୍ ମାଧ୍ୟମରେ BIS CARE ଆପ୍ ଜରିଆରେ ସୁନା ଗହଣାର ଶୁଦ୍ଧତା, ଏହାର ନିର୍ମାତା ଓ ହଲ୍ ମାର୍କିଂ କରିଥିବା ସଂସ୍ଥା ଓ ବିକ୍ରି କରିଥିବା ଗହଣା ପ୍ରତିଷ୍ଠାନ ସମ୍ପର୍କରେ ସବୁ ଜାଣିପାରିବେ ଗ୍ରାହକ ।
ବୋତଲ, ଲେବୁଲ, ଷ୍ଟିକର ସବୁ ଅସଲି, ହେଲେ ମାଲ ଏକଦମ୍ ନକଲି । ସମ୍ବଲପୁର ରାଣୀଖିଣ୍ଡା ଅଞ୍ଚଳରେ ଡୁପ୍ଲିକେଟ୍ ମଦ ପ୍ରସ୍ତୁତିର ଏକ ବଡ଼ ୟୁନିଟ୍ ଉପରେ ଚଢାଉ କରିଛି ଅବକାରୀ ଗୁଇନ୍ଦା ବିଭାଗ । ରେଡ୍ ବେଳେ ସେଠାରୁ ନାମୀଦାମୀ ବ୍ରାଣ୍ଡର ବିପୁଳ ପରିମାଣର ଠିପି, ବୋତଲ, ଲେବୁଲ ସହ ଅବକାରୀ ବିଭାଗର ସିଲ୍ ଷ୍ଟିକର ବି ଜବତ କରିଛି । ଏ ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡ୍ ଫେରାର ହୋଇଯାଇଛି ।
ନୂଆ SRC ଭାବେ ଅତିରିକ୍ତ ଦାୟିତ୍ୱ ସତ୍ୟବ୍ରତ ସାହୁଙ୍କୁ ଦିଆଯାଇଛି । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସତ୍ୟବ୍ରତ ସାହୁ । ଓଡ଼ିଆ ଭାଷା, ସାହିତ୍ୟ, ବିଭଗର ACS ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।
ରେଡ୍ ବେଳେ ଘଟଣାସ୍ଥଳରୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ୧୦ ହଜାର ଠିପି, ୪୫୨ ବୋତଲ, ୪୫୦ ଲିଟର ସ୍ପିରିଟ୍, ବ୍ଲେଣ୍ଡେଡ୍ ସ୍ପିରିଟ୍ ଭଳି ସାମଗ୍ରୀ ସହ ଗୋଟିଏ ପଂଚିଂ ମେସିନ୍ ଓ ଓଡ଼ିଶା ଅବକାରୀ ବିଭାଗର ଡୁପ୍ଲିକେଟ୍ ଆଡେସିଭ୍ ଲେବୁଲ ବି ଜବତ କରିଛି ।
ନକଲି ସାର୍ଟିଫିକେଟରେ ଅସଲି ଚାକିରୀ । ଡାକଘରେ ଡୁପ୍ଲିକେଟ୍ କର୍ମଚାରୀ । ଧରାପଡ଼ିଛନ୍ତି ଏକାଧିକ ୪୨୦ ପୋଷ୍ଟରମାଷ୍ଟର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପୋଷ୍ଟଅଫିସର ପୋଷ୍ଟ ମାଷ୍ଟର ହେଉଛନ୍ତି ଜଗନ୍ନାଥ ପୋଢ଼ । ସାମ୍ନାକୁ ଆସିଛି ବାବୁଙ୍କ ଜାଲିଆତି । ପାଟଣାଗଡ ମରୁଆଁ ପୋଷ୍ଟ ଅଫିସର ସହକାରୀ ପୋଷ୍ଟମାଷ୍ଟର କୋକିଳ ମେହେରଙ୍କ ବି ଦେଖାନାହିଁ ।
ଫଗୁଣ ମାସ ଆଗମନ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ନ୍ତି ଆଦିବାସୀ । ବଣ ଜଙ୍ଗଲ ମୂଲକରେ ଜୀବନ ସାଉଁଟୁ ଥିବା ଏହି ସଂପ୍ରଦାୟର ଲୋକେ ଲାଗିପଡ଼ନ୍ତି ମହୁଲ ସଂଗ୍ରହରେ । ହାଡ ଭଙ୍ଗା ପରିଶ୍ରମ କରି ସଂଗ୍ରହ କରୁଥିବା ଏହି ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ଉଚିତ୍ ବ୍ୟବସ୍ଥା କରାଯାଉ ନଥିବାରୁ ଶୋଷଣର ଶିକାର ହେଉଥିବା ସବୁବେଳେ ଅଭିଯୋଗ ହେଉଛି..
ଲଙ୍କା ଚାଷ କରି ଲକ୍ଷପତି । ଦୃଢ଼ ଇଛାଶକ୍ତି ବଳରେ ନିଜେ ଲକ୍ଷ ପତି ହେବା ସହ ଅନ୍ୟ ପରିବାରଙ୍କୁ ଦେଖାଇଛନ୍ତି ରୋଜଗାର ପନ୍ଥା..
ଗଛକୁ ଜୀବନସହ ଜଳ ସଞ୍ଚୟର ନୂଆ ଉପାୟ ବାହାର କରିଦେଲେ ସବୁଜ ବାହିନୀ ...ଗଛରେ ଲାଗିଲା ସାଲାଇନ୍..
ପୋଖରୀରେ ବିଷ ପକାଇ ମାରିଦେଲେ ମାଛ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ମାଛ ଚାଷ କରିଥିଲେ।
ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିବ। ଘଡ଼ଘଡ଼ି, ବର୍ଷା ଏବଂ ଝଡ଼ ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି।
ପେଟି ଧରି ଇଏ କ’ଣ ଏମିତି ଧାଇଁଛନ୍ତି, ଆଙ୍କର କଣ ହେଲାକି ?
ଚିଲିକାର ଗଭୀର ଜଳରେ ନୀଳ ଢେଉ ଚିରି ଆଗକୁ ଯାଉଛନ୍ତି ଭାରତର ନୂଆ ସୁରକ୍ଷା କବଚ । ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଥିବା ପ୍ରଥମ ବ୍ୟାଚ୍ ଅଗ୍ନିବୀର ।
ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ ବୋଲି ସୂଚନା ଦିଆଯାଇଛି ।
ସାମ୍ନାକୁ ଆସିଛି ଏକ ଚମତ୍କାର ଦୃଶ୍ୟ। ଚୁଲିରେ ନିଆଁ ହୁ… ହୁ… ହୋଇ ଜଳୁଛି। ଉପରେ ପଡିଛି ଲୁହା ପ୍ଲେଟ୍। ଏହା ଉପରେ ଆରାମରେ ବସିଛନ୍ତି ବାବା। ଲୋକେ ଆସୁଛନ୍ତି, ମୁଣ୍ଡିଆ ମାରୁଛନ୍ତି, ଆଶୀର୍ବାଦ ନେଉଛନ୍ତି।
ତୁର୍କୀ ଏବଂ ସିରିୟା ପରେ ଏବେ ଏସିଆରେ ସେହିଭଳି ଏକ ବଡ଼ ଧରଣର ଭୁ-କମ୍ପ ହେବ ବୋଲି ଆଶଙ୍କା କରାଯାଇଛି ।
ମହିଳାଙ୍କ ପାଇଁ ମହିଳାମାନେ ଅଣ୍ଟା ଭିଡିଛନ୍ତି.. ପିରିୟଡ ବେଳେ ଆଉ କପଡା ପିନ୍ଧିବୁନି କି କାହାକୁ ପିନ୍ଧିବାକୁ ଦେବୁନି.. ସେହି ଲକ୍ଷ୍ୟରେ ମହିଳାମାନେ ମିଶି ଗାଁ ମହିଳାଙ୍କ ଲାଗି ତିଆରି କରୁଛନ୍ତି ସାନିଟାରୀ ପ୍ୟାଡ୍..
ଅନେକ ପୋଷାକ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ହୋଇଥାଏ। ଆପଣ ହୁଏତ ଗୋଟିଏ ଜିନିଷ ଜାଣି ନଥିବେ ଯେ କିଛି ଆଇଟମ୍ ପୁରୁଷଙ୍କ ପାଇଁ ତିଆରି କରାଯାଇଥିଲା, ଯାହାକୁ ଏବେ ମହିଳାମାନେ ହିଁ ବ୍ୟବହାର କରୁଛନ୍ତି। ଆସନ୍ତୁ ଜାଣିବା ସେହିସବୁ ପୋଷାକ କ’ଣ…
ଫୁଲର ବଗିଚା ଭିତରେ ରହିଛି ଦୁଇଟି ଗାଁ । ଏହି ଗାଁକୁ ଥରେ ଗଲେ ଆଉ ଥରେ ଯିହାକୁ ମନ କହିବ ନିଶ୍ଚିତ । ଆସନ୍ତୁ ବୁଲିଯିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ସାଧୁସାହି ଓ ବ୍ରାହ୍ମଣଭୂଇଁ ଗାଁ...
୨ ସପ୍ତାହ ମଧ୍ୟରେ ଗ୍ରାମର ୫ ଜଣ ଚାଷୀଙ୍କର ୩୬ ମେଣ୍ଢାକୁ ଖାଇଲା ଅଜଣା ଜନ୍ତୁ ।
ବଦଳୁଥିବା ସମୟ ସହ ମଣିଷତ୍ୱ ବି ବଦଳୁଛି । ଯେଉଁଠି ରକ୍ତର ସମ୍ପର୍କ ଫିକା ପଡ଼ି ଯାଉଛି ସେହି ସମୟରେ ସମାଜକୁ ସ୍ନେହ ଶ୍ରଦ୍ଧା ଓ ଭାଇଚାରର ବାର୍ତ୍ତା ବାଣ୍ଟିବା ଭଳି ଏକ ଖବର ଆସିଛି ଭଦ୍ରକରୁ । ଏଠାରେ ଏକ ବୁଲା ଷଣ୍ଢର ମୃତ୍ୟୁ ଭୋଜିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା....
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ଝଟ୍କା। ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।
ଇଏ କଣ ଏମିତି ମିଡିଆକୁ ଆଡେଇ ମାଡିଯାଉଛନ୍ତି । କହିଲେଣି ମନାଅଛି ପ୍ଲିଜ ପ୍ଲିଜ୍ । ହେଲେ ସାମ୍ବାଦିକ ତ ତାଙ୍କ ପ୍ଲିଜକୁ ଖାତିର କରୁନାହାନ୍ତି... ଦେଖୁନ ତାଙ୍କ ପଛରେ ଗୋଡେଇଲେଣି...