• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଖୁବୀଶୀଘ୍ର ଭାରତୀୟ ନୌବାହିନୀରେ ସାମିଲ ହେବାକୁ ଯାଉଛନ୍ତି ଦେଶର ପ୍ରଥମ ବ୍ୟାଚ୍ ଅଗ୍ନିବୀର । ନୌସେନାରେ ୩ ହଜାର ଅଗ୍ନିବୀର ଯୋଗ ଦେଇ ଦେଶ ମାତୃକାର ସେବାର ସୁଯୋଗ ପାଇବେ । ତା’ପୂର୍ବରୁ ଏହି ଅଗ୍ନିବୀରମାନେ ଓଡ଼ିଶାର INS ଚିଲିକାରେ ନେଇଛନ୍ତି ୧୬ ସପ୍ତାହର ଟ୍ରେନିଂ ।

ଚିଲିକାର ଗଭୀର ଜଳରେ ନୀଳ ଢେଉ ଚିରି ଆଗକୁ ଯାଉଛନ୍ତି ଭାରତର ନୂଆ ସୁରକ୍ଷା କବଚ । ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଥିବା ପ୍ରଥମ  ବ୍ୟାଚ୍ ଅଗ୍ନିବୀର । ଆଉ କିଛି ଦିନ ଭିତରେ ନୌସେନାରେ ସାମିଲ ହେବା ପୂର୍ବରୁ ଏବେ ଆଇଏନଏସ ଚିଲିକାରେ ନିଜକୁ ପ୍ରସ୍ତୁତ କରୁଛନ୍ତି ୨ ହଜାର ୫୯୭ ଅଗ୍ନିବୀର । 

ନୌସେନାରେ ଯୋଗ ଦେବା ପରେ ସେମାନଙ୍କ କର୍ତ୍ତବ୍ୟ କଣ ରହିବ, କେମିତି କାମ କରିବେ ତା’ର ଟିକିନିଖି ତାଲିମ ନେଇଛନ୍ତି ଅଗ୍ନିବୀର । ଗତ ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ଟ୍ରେନିଂ ଏଇ ମାସ ଶେଷ ସପ୍ତାହରେ ସରୁଛି । ତା’ପରେ ପାସିଂ ଆଉଟ୍ କରି ନୌସେନାରେ ଯୋଗ ଦେବା ପରେ ସେଠାରେ ପୁଣି ଅଧିକ ତାଲିମ ନେବେ ପ୍ରାୟ ୩ ହଜାର ଅଗ୍ନିବୀର । ତେବେ ଦେଶସେବା ପୂର୍ବରୁ ୧୬ ସପ୍ତାହର ଏ କଷ୍ଟସାଧ୍ୟ ଟ୍ରେନିଂ ସେମାନଙ୍କ ମନରେ ଢେର ଉତ୍ସାହ ଓ ଜୋସ ଭରିଥିବା କହଛନ୍ତି ପ୍ରତ୍ୟକ ଅଗ୍ନିବୀର ।

ଆଇଏନଏସ ଚିଲିକାରେ ନୌସେନାରେ ଯୋଗ ଦେବାକୁ ଥିବା ପ୍ରଥମ ବ୍ୟାଚରେ ୨ ହଜାର ୫୯୭ ଅଗ୍ନିବୀରଙ୍କ ମଧ୍ୟରୁ ୨୭୩ ଜଣ ଯୁବତୀ ରହିଛନ୍ତି। ଯୁବକଙ୍କ ଭଳି ସେମାନେ ବି ନେଇଛନ୍ତି ସବୁ ପ୍ରକାର ତାଲିମ । ଜୁନ ୨୦୨୨ରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରିଥିଲେ। ଆଉ ସେପ୍ଟେମ୍ବର ଆରମ୍ଭରୁ ଚାଲିଲା ନିଯୁକ୍ତି ପ୍ରକ୍ରିୟା । ଖୁବଶୀଘ୍ର ଭାରତୀୟ ନୌସେନାରେ ଯୋଗ ଦେବେ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ । ସେଥିଲାଗି ଆସନ୍ତା  ୨୮ ରେ ହେବାକୁ ଅନୁଷ୍ଠିତ ହେବାକୁ ଥିବା ପାସିଂ ଆଉଟ୍ ପରେଡ୍‌ରେ ଯୋଗ ଦେବେ ନୌସେନା ମୁଖ୍ୟ ଆଡମିରାଲ୍ ଆର୍ ହରିକୁମାର ।

(ରିପୋର୍ଟର - ଚିଲିକାରୁ ସୁନନ୍ଦନ ମିଶ୍ର ଓ ବଳରାମ ଲେଙ୍କା)