• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଯୁଆଡ଼େ ଦେଖିବେ ସିଆଡ଼େ ଖାଲି ପଣସ ଆଉ ପଣସ । ହେଲେ ବିକ୍ରି ହେଉନି । ଏତେ ଗୁଡାଏ ପଣସ ଫଳୁଛି ଯେ କିଣିବାକୁ ଗ୍ରାହକ ନାହାନ୍ତି । ବାଡ଼ିରେ ଫଳିଥିବା ଫଳକୁ ସଂରକ୍ଷିତ କରି ରଖିବାକୁ କୋଲ୍ଡ ଷ୍ଟୋରେଜ୍‌ ବି ନାହିଁ । ତେଣୁ ବାଧ୍ୟ ହୋଇ ବାହାର ରାଜ୍ୟର ବେପାରୀଙ୍କୁ କମ୍‌ ଦରରେ ପଣସ କଠା ବିକ୍ରି କରୁଛନ୍ତି ଚାଷୀ ।

ନିଜ ରାଜ୍ୟରେ କେହି ପଚାରୁନାହାନ୍ତି, ବାହାର ରାଜ୍ୟରେ ପ୍ରବଳ ଚାହିଦା । ଚାହିଦା ଏତେ ଯେ ଦିଲ୍ଲୀ, ମୁମ୍ବାଇ ପରି ମେଟ୍ରୋସିଟିକୁ ଅପର୍ଯ୍ୟାପ୍ତ ଭାବରେ ରପ୍ତାନୀ ହେଉଛି ପଣସ କଠା । ହେଲେ ଉଚିତ୍‌ ଦାମ ପାଉନାହାନ୍ତି ଚାଷୀ । ହେଲେ ଉପାୟ ବି କିଛି ନାହିଁ । ଜିନିଷ ରହି ନଷ୍ଟ ହେବା ଅପେକ୍ଷା କମ୍‌ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । 

ଗଜପତିର ମୋହନା ସମେତ ଆର.ଉଦୟଗିରି ଓ ନୂଆଗଡ ବ୍ଲକରେ ପ୍ରଚୁର ମାତ୍ରାରେ ଫଳିଛି ପଣସ କଠା । ଆଉ କିଲୋ ପିଛା ମାତ୍ର ୧୫ ଟଙ୍କା ଦରରେ ବାହାର ରାଜ୍ୟର ବେପାରୀଙ୍କୁ ପଣସ ବିକ୍ରି କରୁଛି ଚାଷୀ । ଚାଷୀଙ୍କଠାରୁ ୧୫ ଟଙ୍କାରେ କିଣି ଦୁଇ ତିନିଗୁଣା ଚଢା ଦରରେ ଖାଉଟିଙ୍କୁ ବିକ୍ରି କରୁଛନ୍ତି ଚାଷୀ ।

ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଚାଷୀଙ୍କ ଠାରୁ ସିଧା ସଳଖ ପଣସ କିଣିବା କିମ୍ବା ପଣସ ସଂରକ୍ଷଣ ସୁବିଧା ସହ ପଣସ କୌଣସି ପ୍ରୋସେସିଂ ୟୁନିଟ ନାହିଁ । ତେଣୁ କମ୍‌ ଦାମରେ ପଣସ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଜାଣି ଆଶ୍ଚର୍ଯ୍ୟ ହେବେ କି ଏତେ ଉତ୍ପାଦନ ପରେ ବି ଚାଷୀଙ୍କୁ ମିଳୁନି କୌଣସି ପ୍ରୋତ୍ସାହନ । ଯାହାକୁ ନେଇ ଚାଷୀ ବି ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷୀଙ୍କ ଅସୁବିଧା ଏବଂ ଅଭାବୀ ବିକ୍ରି ସମ୍ପର୍କରେ ଜିଲ୍ଲା ଉଦ୍ୟାନ କୃଷି ସହକାରୀ ଉପ-ନିର୍ଦ୍ଦେଶକ କହୁଛନ୍ତି, ଆଗାମୀ ଦିନରେ ଜିଲ୍ଲାରେ ମିଶନ ପଣସ ଆରମ୍ଭ ହେବା ସହିତ ପ୍ରୋସେସିଂ ୟୁନିଟ୍‌ ଖୋଲିବ ।

(ମୋହନାରୁ ମିହିର ଜତି)