Advertisment

ଆସୁଛି ଆଉ ଏକ ପଶ୍ଚିମା ଝଡ଼ ! ୨୬ ତାରିଖରୁ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା...

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିବ। ଘଡ଼ଘଡ଼ି, ବର୍ଷା ଏବଂ ଝଡ଼ ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି।

author-image
Rajalaxmi Sahoo
Western disturbance to cause moderate-to-heavy rainfall in Odisha from March 26

Western disturbance to cause moderate-to-heavy rainfall in Odisha from March 26

ପୁଣି ତାଣ୍ଡବ ରଚିବ ପଶ୍ଚିମା ଝଡ଼ ! ଆସୁଛି ଆଉ ଏକ ପଶ୍ଚିମା ଝଡ଼। ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିବ। ଘଡ଼ଘଡ଼ି, ବର୍ଷା ଏବଂ ଝଡ଼ ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ସେହିପରି ୨୭ ତାରିଖରୁ ବର୍ଷାର ବିସ୍ତୃତି ବଢିପାରେ। 

Advertisment

୨୭ରେ ୧୧ ଉପକୂଳ ଜିଲ୍ଲା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ କୁଆପଥର ବର୍ଷା ହେବା ମଧ୍ୟ ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

୨୬, ୨୭ ଓ ୨୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରିଛି। ପଶ୍ଚିମା ଝଡ଼ର ପ୍ରଭାବରେ ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ ଅମଳକ୍ଷମ ଫସଲକୁ କାଟି ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। 

Rain In Odisha Rainfall Alert
Advertisment
Advertisment