/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679550202.jpg)
Baba Bhenga
ଭାରତକୁ ନେଇ ବାବା ଭେଙ୍ଗା କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ । କହିଛନ୍ତି ଭାରତକୁ ଆସୁଛି ବଡ଼ ବିପଦ । ଏଭଳି ଭବିଷ୍ୟବାଣୀକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ଆରମ୍ଭ ହେଲାଣି । କାରଣ ବାବା ଭେଙ୍ଗା ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଯେଉଁସବୁ ଭବିଷ୍ୟବାଣୀ କରିଛନ୍ତି, ତାହା ସତ ହୋଇ ଆସିଛି । ତେଣୁ ଏବେ ଭାରତକୁ ନେଇ ତାଙ୍କର ଭବିଷ୍ୟବାଣୀ ପରେ ଚିନ୍ତା ବଢ଼ିଛି । ସାରା ବିଶ୍ୱରେ ଯେକୌଣସି ସ୍ଥାନରେ ବିପଦ ଆସିଲେ ଭାରତ ପ୍ରଥମେ ସହଯୋଗର ହାତ ବଢ଼ାଇଥାଏ । ଆଉ ଏବେ ଭାରତକୁ ଆସୁଛି ବଡ଼ ବିପଦ !
ଅଧିକ ପଢ଼ନ୍ତୁ: ୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ; ହେବ ତୃତୀୟ ବିଶ୍ୱଯୁଦ୍ଧ!
ତୁର୍କୀ ଏବଂ ସିରିୟାରେ ବଡ଼ ଧରଣର ଭୁ-କମ୍ପ ହୋଇଛି । ଏହାଦ୍ୱାରା ଅନେକ କ୍ଷତି ହୋଇଛି । ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ବଡ଼ ବଡ଼ କୋଠା ସବୁ ଭୁଶୁଡ଼ିଯାଇଛି । ତୁର୍କୀ ଏବଂ ସିରିୟା ପରେ ଏବେ ଏସିଆରେ ସେହିଭଳି ଏକ ବଡ଼ ଧରଣର ଭୁ-କମ୍ପ ହେବ ବୋଲି ଆଶଙ୍କା କରାଯାଇଛି ।
ତୁର୍କୀ ଏବଂ ସିରିୟାରେ ହୋଇଥିବା ଭୁ-କମ୍ପର ଭବିଷ୍ୟବାଣୀ କରିଥିବା ଫ୍ରେଙ୍କ ହଗରବିଟ୍ସ ମଧ୍ୟ ଏବେ ଭାରତ ବିଷୟରେ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଭାରତ-ପାକିସ୍ତାନ-ଆଫ୍ଗାନିସ୍ତାନକୁ ମଧ୍ୟ ଏକ ବଡ଼ ଭୁ-କମ୍ପର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ବାବା ଭେଙ୍ଗା ମଧ୍ୟ ୨୦୨୩ରେ ହେବାକୁ ଥିବା ପ୍ରାକୃତିକ ବିପର୍ଯ୍ୟୟର ଭବିଷ୍ୟବାଣୀ କରିଥିଲେ । ବାବା ଭେଙ୍ଗା କହିଛନ୍ତି ଏସିଆର କୌଣସି ଦେଶରେ ପରମାଣୁ ବିସ୍ଫୋରଣ ହେବାର ସମ୍ଭାବନା ରହିଛି । ଏହି କାରଣରୁ ଭାରତକୁ ଏକ ବଡ଼ କ୍ଷତି ସହିବାକୁ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)