ଅସୁରକ୍ଷିତ ଜାତୀୟ ରାଜପଥ। ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ହେଉ କିମ୍ବା ମୟୂରଭଞ୍ଜ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, ଏଗୁଡିକ ଏବେ ମରଣଯନ୍ତା ପାଲଟିଛି। ଗାଡ଼ି ଚଳାଇବାକୁ ଡରୁଛନ୍ତି ଡ୍ରାଇଭର, ଯା’ଆସ କରିବାକୁ ଭୟ କରୁଛନ୍ତି ଲୋକେ।
ଗରିବ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ହେଲେ ରାୟଗଡା ପୌର ପରିଷଦ ଅଞ୍ଚଳରେ ଏହି ଯୋଜନା ଏବେ ପ୍ରହସନ ପାଲଟିଛି। ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ପକ୍କା ଘରଟିଏ ହୋଇଛି ସାତସପନ। ବର୍ଷବର୍ଷ ଧରି ବାସହୀନ ଗରିବ ଲୋକ ଘର ଖଣ୍ଡିଏ ପାଇବା ପାଇଁ ବାରମ୍ବାର ପୌର କାର୍ଯ୍ୟାଳୟକୁ ଦୌଡୁଥିଲେ ବି କିଛି ଫଳ ମିଳୁନି।
ଏପରିକି ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକଙ୍କୁ ଧସ୍ତାଧସ୍ତି କରିବା ସହ ଚେୟାର ଟେବୁଲ ଭଙ୍ଗାରୁଜା କରିଥିଲେ। ଚାଷୀ ପରେ ଝରିଗାଁ ତହସିଲଦାର, ଉମରକୋଟ ଏସଡିପିଓ ଓ ଝରିଗାଁ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି। ଆଗକୁ ଅଧିକ ସାର ଆସିଲେ ଚାଷୀଙ୍କୁ ଦିଆଯିବ ବୋଲି ଝରିଗାଁ ତହସିଲଦାର କହିଛନ୍ତି।
ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ପ୍ରିଜାଇଡିଂ ଅଫିସର୍, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ଡ କରିବେ। ତାପରେ ତାକୁ ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ଆଉ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ କାଉଣ୍ଟିଂ ହେବ।
ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ହକିକୁ ନେଇ ଲୋକଙ୍କ ମନରେ କ୍ରେଜ୍ ଦେଖା ଦେଇଥିବା ବେଳେ ସରକାରଙ୍କ ବି ଶୁଭଦୁଷ୍ଟି ଏହା ଉପରେ ପଡ଼ଛି। ହେଲେ ଆଜି ବି ଅନେକ ଖେଳାଳି ଓ କୋଚ୍ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅପରିଚିତ ଭାବେ ଜୀବନ କାଟୁଛନ୍ତି।
ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପୁଣି ପ୍ରବେଶ । ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ । ଫାଟୁସିନେରୀରେ ପଞ୍ଚାୟତ ଭବନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ
ରାଜ୍ୟରେ ରହିଥିବା ହାତୀଙ୍କ ସୁରକ୍ଷା ଲାଗି ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ, ହାତୀଙ୍କ ଚଲାପଥ ସୁରକ୍ଷିତ କରିବାକୁ ଖୁବଶୀଘ୍ର ୧୪ଟି ହାତୀ କରିଡର ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ । ୨ ମାସ ମଧ୍ୟରେ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି ।
ଦେଶବିଦେଶରେ ମହକିବ କୋରାପୁଟ କଫି । ଟାଟା କମ୍ପାନୀ ଏହାକୁ କିଣିବା ପାଇଁ ଆଗ୍ରହ ଦେଖାଇବାପରେ ବେସ୍ ଉତ୍ସାହିତ ଅଛନ୍ତି କୋରାପୁଟର ଚାଷୀ । ବିଶେଷ କରି ଆଦିବାସୀ କଫି ଚାଷୀମାନଙ୍କ ମଧ୍ୟରେ ଦେଖାଦେଇଛି ଆନନ୍ଦ ଓ ଉତ୍ସାହ । କୋରାପୁଟ କଫିର ଚାହିଦା ବଢିବା ସହ ଆଦିବାସୀ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧୁରିବାର ଆଶା ମଧ୍ୟ ଦେଖାଦେଇଛି ।
ଭଦ୍ରକ ବନ୍ତ ବ୍ଳକ ଅଧିନସ୍ତ ବସନ୍ତିଆ ପଞ୍ଚାୟତ ସିଲନ୍ଦୀ ଗାଁର ଉଦୟନାଥ କର । ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶା ଚାଷ । ତାହା ପୁଣି ଭଳିକି ଭଳି ଚାଷ । ଜମିରେ ଗଛ ତ ଲଗାଇଛନ୍ତି । ତାସହ ମାଛଚାଷ, କୁକୁଡ଼ା ଚାଷ, ଜିଆ ଚାଷ, ଧଳା ଘୁଷୁରୀ, ଠେକୁଆ ଚାଷ କରିଛନ୍ତି । ଏପରିକି ଗୋପାଳନ ସହ ଦୁଗ୍ଧ ଚାଷ କରି ବେଶ୍ ଦୁଇ ପଇସା ଉପାର୍ଜନ କରୁଛନ୍ତି ଉଦୟନାଥ
ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ ଏକ ଅଘଟଣ ଘଟି ଯାଇଛି। ରୋଷେଇ ଗ୍ୟାସ ଟାଙ୍କି ଫାଟି ପୋଡ଼ିହୋଇ ୭ ଆହତ ହୋଇଛନ୍ତି।
ବ୍ୟାସକବିଙ୍କ ପ୍ରତିଟି ଲେଖା କାଳଜୟୀ ଓ ପ୍ରାସଙ୍ଗିକ। ଏବେ ବି ଅନେକ କିଛି ତାଙ୍କ ହାତ ଲେଖା ଅପ୍ରକାଶିତ ଅବସ୍ଥାରେ ରହିଛି। ଯାହା ପ୍ରକାଶନ ପାଇଁ ୨୦୧୯ ମସିହାରେ ତାଙ୍କ ଅଣନାତୁଣୀ ପ୍ରଫେସର ମୀନାକ୍ଷୀ ଦତ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।
ସବୁ ବାପାମା ଚାହାନ୍ତି ପୁଅଟିଏ ହେଲେ ପରିଣତ ବୟସରେ ଆଶା ବାଡିଟିଏ ସାଜିବ । ହେଲେ କୁସୁମ ଦେଇଙ୍କ ପାଇଁ ବିଧିର ବିଧାନ ଥିଲା ଓଲଟା । ପରିଣତ ବୟସରେ ମାନସିକ ବିକୃତ ଭେଣ୍ଡା ପୁଅ ପାଇଁ ସେ ଆଶା ବାଡି ସାଜିଛନ୍ତି । ପରିବାର କହିଲେ ବୃଦ୍ଧା ମାଟିଏ ଓ ପୁଅ ଟିଏ । ପୁଅ ନୀଳକଣ୍ଠ ୧୦ ବର୍ଷ ବୟସର ହୋଇଥିବା ବେଳେ ବାପା ଛାଡି ଚାଲିଗଲେ ।
ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି।
ଅନଲାଇନ କ୍ଲାସ ଚିଲିକା ମାଛ ଆକାଶ କଂୟା ସଦୃଶ ହୋଇଛି। ଦାରିଦ୍ର୍ୟ ଓ ଅନୁନ୍ନତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ଅପହଞ୍ଚ। ଅଧିକାଂଶ ଅଞ୍ଚଳରେ ପିଲା ଅନଲାଇନ୍ କ୍ଲାସ କଣ ଜାଣିନାହାନ୍ତି। ତେଣୁ ଏହି ଅନଲାଇନ୍ କ୍ଲାସ ଏବଂ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।
ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍ ବିଧାୟକଙ୍କ କାର୍କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି।
କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ବା କିସ୍ରେ ହେବନି ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ । ନିଜେ ଏକଥା ସ୍ପଷ୍ଟ କରିଛି ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନ ବା WAU ।
ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ ସହ ବ୍ରୋଞ୍ଜ ଜିତିଥିବା ପୁରୁଷ ହକି ଟିମ୍ ଓ ସେମି ଫାଇନାଲ୍କୁ ଯାଇଥିବା ମହିଳା ହକି ଟିମ୍କୁ ସ୍ୱାଗତ କରିଛି ଓଡ଼ିଶା ।
ଅକ୍ଷରମାଳାକୁ ବିଦ୍ୟାଦାତ୍ରୀ ସରସ୍ୱତୀ ଏବଂ ସଂଖ୍ୟାଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ ତା ଉପରେ ଚାଲିବା ଠିକ୍ ନୁହେଁ ବୋଲି ବିଭିନ୍ନ ସଂଗଠନ ଓ ବୁଦ୍ଧୀଜୀବୀ ମତ ରଖିଛନ୍ତି। ଖାଲି ସେତିକି ନୁହେଁ ଅଙ୍ଗନବାଡ଼ି କେନ୍ଦ୍ରର ସେହି କୋଠରୀ କାନ୍ଥରେ ଥିବା ଜାତୀୟ ପତାକାଟି ମଧ୍ୟ ଭୁଲ୍ କରି ଅଙ୍କା ଯାଇଥିବା ଦେଖିବାକୁ ମିଳିଥିଲା।
ଗାଁ ର ଚାରି କଡରେ ରହିଛି ବିଲ। କେନାଲ ଠାରୁ ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିଲ ଭିତରେ ପାଣି କାଦୁଅରେ ପଶିବାକୁ ପଡ଼ିବ। ମୋଟ୍ ଉପରେ କହିବାକୁ ଗଲେ, ଯାଜପୁର ପୌରପାଳିକାର ୧୪ ନଂ ୱାର୍ଡର ହରିପୁର ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ
ସାଂସଦ ଜୟରାମ ପାଙ୍ଗି ତଥା ଜିଲ୍ଲାର ଅନ୍ୟାନ୍ୟ ରାଜନୈତିକ ନେତୃବୃନ୍ଦ ତଥା ଆମ କୋଟିଆ ସଂଗଠନର ସଦସ୍ୟ ଏହି ବାରିକେଡ୍ ଲଗାଯାଇଥିବା ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତିର ତଦାରଖ କରୁଥିବା ଦେଖାଯାଇଛି।
ରାଜ୍ୟରୁ ହଟିବ ପୁରୁଣା ଗାଡ଼ି। ୧୫ ବର୍ଷରୁ ଅଧିକ ଅବଧିର ପୁରୁଣା ଅନ୍ଫିଟ୍ ଗାଡ଼ି ରାସ୍ତାରୁ ହଟିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଘୋଷଣା କରିଛନ୍ତି।
ବେଳାଭୂମି ବୁଲିବାକୁ ଆସି ପଡ଼ି ଯାଇଥିଲେ ମୃତ୍ୟୁ ଯନ୍ତାରେ। ହେଲେ ଦେବଦୂତ ସାଜିଲେ ହୋମଗାର୍ଡ। ସମୁଦ୍ରରେ ବୁଡି ଯାଉଥିବା ବେଳେ ଜଣେ ଯୁବକକୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛନ୍ତି ସେଠାରେ ଡ୍ୟୁଟି କରୁଥିବା ଜଣେ ହୋମଗାର୍ଡ ।
ଅଦରକାରୀ ଜିନିଷରୁ ତିଆରି ହେଉଛି ସୁନ୍ଦର ପ୍ରତିମୂର୍ତ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ପର୍ଯ୍ୟଟନ ବୁଠି ଲାଗିବ ଉନ୍ନତିର ଛାପ । ଭିଜନ-୨୦୨୩ ଯୋଜନା ମାଧ୍ୟମରେ ଆଗାମୀ ୨ବର୍ଷ ମଧ୍ୟରେ ଜିଲ୍ଳାର ସର୍ବାଙ୍ଗୀନ ଉନ୍ନତି କରାଯିବାନେଇ ରହିଛି କାର୍ଯ୍ୟକ୍ରମ । ସେହିକ୍ରମରେ ଅନୁଗୋଳ ସହରକୁ ସ୍ମାର୍ଟ ସିଟି ରୂପେ ସଜେଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି ।
୮ ପ୍ଲାଟୁନ୍ ଫୋର୍ସ ସହ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ଦିନ ୧୦ଟା ୩୦, ପୁଣି ୧୧ଟାରୁ ୨ଟା ୩୦ ଏବଂ ଶେଷରେ ଅପରାହ୍ଣ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ।
ସ୍ଥାନୀୟ ଲୋକ କହୁଛନ୍ତି, କୁଆଡ଼େ ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ। ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ବି ବେଶ୍ ଜମୁଛି। ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ ,ଆଠମଲ୍ଲିକ ,ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜକୁ ୧୦ ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୂତି ବାହାରିବା ସହ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ ପ୍ରକାଶ କରିଛନ୍ତି।