Advertisment

ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍‌ ବିଧାୟକଙ୍କ କାର୍‌କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

bhadrak mla's car accident

ଭଦ୍ରକ: ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍‌ ବିଧାୟକଙ୍କ କାର୍‌କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ, ବିଧାୟକ ସଞ୍ଜୀବ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଧାୟକଙ୍କ ସହଯୋଗୀ ଓ ଗାଡ଼ି ଡ୍ରାଇଭର ମଧ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ବିଧାୟକ ସଞ୍ଜୀବ ମଲ୍ଲିକ ଓ ତାଙ୍କ ସହଯୋଗୀ ଏକ କାର୍‌ରେ ଭୁବନେଶ୍ୱରରୁ ଭଦ୍ରକ ଫେରୁଥିଲେ। ଏହି ସମୟରେ ଏକ ଟ୍ରକ୍‌ ଜାରକା ନିକଟରେ ବିଧାୟକଙ୍କ କାର୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ରାସ୍ତାରେ ଥିବା ଡିଭାଇଡର ଉପରକୁ ଚଢ଼ି ଯାଇଥିଲା। ଏଥିରେ ବିଧାୟକଙ୍କ କାର୍‌ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଛି।  ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।

Odisha Car Accident Bhadrak Mla Sanjinb Malick Bhdrak Mla Sanjinb Malick
Advertisment
Advertisment