/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628664073.jpg)
reopening of Puri Jagannath temple
ପୁରୀ: ରାତି ପାହିଲେ ଶ୍ରୀକ୍ଷେତ୍ରବାସୀଙ୍କ ଦର୍ଶନ ପାଇଁ ଖୋଲିବ ଶ୍ରୀମନ୍ଦିର। ଆସନ୍ତାକାଲି ସକାଳ ୭ଟାରୁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ ପୁରୀ ସହରବାସୀ।କୋଭିଡ୍ କଟକଣା ଭିତରେ ଆବଶ୍ୟକ ପରିଚୟ ପତ୍ର ଓ ପ୍ରମାଣପତ୍ର ଦେଖାଇ ସେମାନେ ଯାଇପାରିବେ। ଓ୍ୱାଡର୍ଓାରୀ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍, ୮ଟି କିଓସ୍କ୍ ସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି, ପରିଚୟପତ୍ର ଓ ପ୍ରମାଣପତ୍ର ଆଦି ଯାଞ୍ଚ ବ୍ୟବସ୍ଥା କରାଯାଇଛି।
୮ ପ୍ଲାଟୁନ୍ ଫୋର୍ସ ସହ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ଦିନ ୧୦ଟା ୩୦, ପୁଣି ୧୧ଟାରୁ ୨ଟା ୩୦ ଏବଂ ଶେଷରେ ଅପରାହ୍ଣ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଏଥିପାଇଁ ପୌରପାଳିକା ପକ୍ଷରୁ ସବୁ ପରିବାରକୁ ଚିରିକୁଟି ବଣ୍ଟନ କରାଯାଇଛି। ଗୋଟିଏ ଚିରିକୁଟିରେ ପରିବାରର ୬ ସଦସ୍ୟ ଶ୍ରୀମନ୍ଦିର ପ୍ରବେଶ କରିପାରିବେ। ଆସନ୍ତା ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ହୋଇପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)