Advertisment

ଫାଟୁସିନେରୀରେ ମୁହାଁମୁହିଁ ସ୍ଥିତି: କାହାରିକୁ ପୁରାଇ ଦେବୁନି କହିଲେ ତାରା

ସାଂସଦ ଜୟରାମ ପାଙ୍ଗି ତଥା ଜିଲ୍ଲାର ଅନ୍ୟାନ୍ୟ ରାଜନୈତିକ ନେତୃବୃନ୍ଦ ତଥା ଆମ କୋଟିଆ ସଂଗଠନର ସଦସ୍ୟ ଏହି ବାରିକେଡ୍ ଲଗାଯାଇଥିବା ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତିର ତଦାରଖ କରୁଥିବା ଦେଖାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଫାଟୁସିନେରୀରେ ମୁହାଁମୁହିଁ ସ୍ଥିତି: କାହାରିକୁ ପୁରାଇ ଦେବୁନି କହିଲେ ତାରା

Kotia

ଜୟପୁର: କୋରାପୁଟ କୋଟିଆ ପଂଚାୟତ  ଫାଟୁସିନେରୀରେ ମୁହାଁମୁହିଁ ସ୍ଥିତି। ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସହ ପାର୍ବତିପୁରମ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ଓଡିଶା ମାଟିରେ ଆନ୍ଧ୍ରର ଏପରି କାର୍ଯ୍ୟକ୍ରମକୁ ଜିଲ୍ଲାର ରାଜନୈତିକ ନେତୃବୃନ୍ଦ ତୀବ୍ର ବିରୋଧ କରିଥିବା ବେଳେ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ଏହି କାର୍ଯ୍ୟକ୍ରମ ସ୍ଥଳୀକୁ ଆନ୍ଧ୍ରପ୍ରଦେଶ ଆଡୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଇନାହିଁ।

Advertisment

ଫାଟୁସିନେରୀ ଓ ଆନ୍ଧ୍ରପ୍ରଦେଶର ନନ୍ଦା ଗ୍ରାମ ମଧ୍ୟରେ ଥିବା ରାସ୍ତାକୁ ଓଡିଶା ପୋଲିସ ଦ୍ୱାରା ବାରିକେଡ୍ ଯୋଗେ ଅବରୋଧ କରାଯାଇଥିଲା। ସାଂସଦ ଜୟରାମ ପାଙ୍ଗି ତଥା ଜିଲ୍ଲାର ଅନ୍ୟାନ୍ୟ ରାଜନୈତିକ ନେତୃବୃନ୍ଦ ତଥା ଆମ କୋଟିଆ ସଂଗଠନର ସଦସ୍ୟ ଏହି ବାରିକେଡ୍ ଲଗାଯାଇଥିବା ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତିର ତଦାରଖ କରୁଥିବା ଦେଖାଯାଇଛି। ଆଇନଶୃଙ୍ଖଳାକୁ ବ୍ୟାଘାତ କରୁଥିବା କାର୍ଯ୍ୟକୁ ସଂଗଠିତ କରିବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

ଏନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ଆମେ ରକ୍ତ ଓ ଜୀବନ ଦେଇଦେବୁ ପଛେ ଆନ୍ଧ୍ରକୁ ଓଡ଼ିଶାରେ ପୁରାଇ ଦେବୁନି। ଆନ୍ଧ୍ର ସବୁବେଳେ ମନମାନି କରୁଛି, ଏହା ଆଜି ପ୍ରମାଣିତ କରୁଛି। ବିଳମ୍ବରେ ହେଲେବି ମାଟି ପାଇଁ ଆମେ ଏକାଠି ହୋଇଛୁ। 

Advertisment
Odisha News Border Dispute In Kotia
Advertisment
Advertisment