• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Puri Srimandir
ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର

୪ ମାସର ବ୍ୟବଧାନ ପରେ ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ।

indian Army
ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ତାଙ୍କ ପରିବାରକୁ ସୁରକ୍ଷା ଦେବ କିଏ ?

ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ସୀମାରେ ଦିନ ରାତି ଜଗୁଛନ୍ତି ଯବାନ । ହେଲେ ଏପଟେ ନିଜ ପରିବାର ଅସୁରକ୍ଷିତ । ଏକ ଜମିଜମା ବିବାଦକୁ ନେଇ ପଡ଼ୋଶୀଙ୍କ ନିର୍ଯାତନା ଓ ପୋଲିସ ବିରୋଧରେ ନାଲିଆଖି ଅଭିଯୋଗ ଆଣିଛନ୍ତି ଜଣେ ଯବାନ ।

Master Canteen Statue
ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନାନ୍ତର ବେଳେ ଭାଙ୍ଗିଲା ମୂର୍ତ୍ତୀ, ଅଠା ମାରି ଯୋଡ଼ିଲା ପ୍ରଶାସନ !

ମାଷ୍ଟରକ୍ୟାଣ୍ଟିନସ୍ଥିତ ଐତିହ୍ୟ ଘୋଡ଼ା ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ମୂର୍ତ୍ତି ସ୍ଥାନାନ୍ତର ବେଳେ ଭାଂଗିଗଲା ନର୍ତ୍ତକୀ ମୂର୍ତ୍ତି । ଏହାର ପ୍ରତିବାଦ କରି ଆଜି ଘୋ଼ଡା ଏବଂ ଯୋଦ୍ଧା ମୂର୍ତ୍ତି ତଳେ ବିକ୍ଷୋଭ ଏବଂ ଧାରଣା ଦିଆଯାଇଥିଲା ।

Brass Artisans
କରୋନା ଯୋଗୁଁ ବଜାର ମାନ୍ଦା, ପିତ୍ତଳ ବ୍ୟବସାୟ ଠପ୍ : ଚିନ୍ତାରେ କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁର ପିତ୍ତଳ କାରିଗର

କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁରେ ପ୍ରାୟ ୨ ହଜାର ଲୋକେ ବାସ କରୁଥିବା ବେଳେ ୫୦ରୁ ଅଧିକ ପରିବାର ପିତ୍ତଳ ବାସନ ପ୍ରସ୍ତୁତରେ ନିରନ୍ତର ଲାଗିଛନ୍ତି । ରଡ଼ ନିଆଁରେ ପିତଳକୁ ଆଉଟି ଗରା ପ୍ରସ୍ତୁତରେ ଲାଗିଛନ୍ତି କାରିଗର । ନିଆଁ ପାଖରେ ଅହରହ ପରିଶ୍ରମ ପରେ ପ୍ରସ୍ତୁତ ହେଉଛି ଚିକଚିକ୍ କରୁଥିବା ଗରା

Kalamatia Sahid Peetha
ରାକ୍ଷୀ ଆସିଲେ ମନେ ପଡ଼େ ବରୀର ସହିଦ୍‌ ପୀଠ କଳାମାଟିଆ, ଗୋଟିଏ ଦିନରେ ସହୀଦ ହୋଇଥିଲେ ୪ ଯୁବକ

ସ୍ୱାଧୀନତା ସଂଗ୍ରାମର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ ଅଂଚଳ । ୧୯୪୨ ମସିହା ଅଗଷ୍ଟ ମାସ ୨୬ତାରିଖ ଗହ୍ମା ପୁର୍ଣ୍ଣମୀ ଦିନ ବରୀ କଳାମାଟିଆଠାରେ ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ। ଏହାସହ ଅନେକ ସଂଗ୍ରାମୀ ଆହତ ମଧ୍ୟ ହୋଇଥିଲେ। ରକ୍ତରଂଜିତ ହୋଇଥିଲା କଳାମାଟିଆ ମାଟି

Mayurbhanj
ଅସୁରକ୍ଷିତ ଜାତୀୟ ରାଜପଥ : ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା

ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥର ଏହି ବାଙ୍ଗିରୀପୋଷି ଘାଟିରେ ଗତ ୭ ବର୍ଷରେ ୫୨ ଜଣଙ୍କ ପ୍ରାଣହାନି ହୋଇଛି, ଆହତ ହୋଇଛନ୍ତି ଶତାଧିକ । ୨ ଦିନ ତଳେ ଘାଟିର ଶହେ ଫୁଟ ରାସ୍ତା ତଳକୁ ଖସିପଡିଥିଲା ମାଲ ବୋଝେଇ ଟ୍ରକ

polasara
ଗୋବରରେ ଭଳିକି ଭଳି ଖେଳନା ତିଆରି କରୁଛନ୍ତି ମହିଳା : ବଜାର ଅଭାବରୁ ହୋଇ ପାରୁନି ବିକ୍ରି

ଗୋବରରେ ଖେଳନା ତିଆରି କରୁଛନ୍ତି ମହିଳା । ଦେଖିଲେ ଆଖି ଲାଖି ରହିଯିବ । ଗୋବରରେ ଯେ ଏତେ ସୁନ୍ଦର ଖେଳନା ତିଆରି କରିହୁଏ, ତାହା ବିଶ୍ୱାସ କରିହେବନି । ଗ୍ରାମାଞ୍ଚଳରେ ଯେଉଁଠି ଗୋବରକୁ ଘର ଲିପିବାରେ ବ୍ୟବହାର କରାଯାଏ, ସେଠାରେ କିଛି ମହିଳା ଏହାକୁ ସଂଗ୍ରହ କରି ପିମ୍ପୁଡି ମରା ପାଉଡର, ପାଉଁଶ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତି ।

Odia Soldier  Seeks Justice For Parents
ଦରଦଭରା ଯବାନଙ୍କ କାହାଣୀ: ଯେଉଁଠି ଜଣେ ଯବାନଙ୍କ ପରିବାର ଅସୁରକ୍ଷିତ, ସେଠି ଜୀବନ ରଖି କ’ଣ ଲାଭ ?

ସୀମା ଜଗି ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ଏପଟେ ନିଜ ଗାଁରେ ଅସୁରକ୍ଷିତ ପରିବାର। ପରିସ୍ଥିତି ଏପରି ଯେ ଯବାନଙ୍କ ବାପାମା’ ନିର୍ଯାତିତ ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବାକୁ ବାହାରିଲେଣି। ପରିବାର ପାଇଁ ଜମ୍ମୁ ଓ କଶ୍ମୀରରୁ ଭିଡିଓ କରି ସୁରକ୍ଷା ଭିକ୍ଷା କରିଛନ୍ତି ଯବାନ ନନୀଗୋପାଲ ମହାପାତ୍ର।

ganjam
ସରିଗଲା ସ୍ଵାର୍ଥ..ହଜିଗଲା ମାନବିକତା : କାମ ଶେଷ ପରେ ପର କରିଦେଲା ମାଲିକ, ରାସ୍ତା କଡ଼ରେ କଟୁଛି ଦିନ . . .

ଗଞ୍ଜାମ ଜିଲ୍ଲା ଛତ୍ରପୁର ଉଜ୍ଜଳେଶ୍ୱରୀ ମନ୍ଦିର ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱ ନିକଟରେ ଅସହାୟ ହୋଇ ପଡ଼ିରହିଛି ବୃଦ୍ଧ ଘୋଡ଼ା । ମଣିଷ ଯେ ଏତେ ସ୍ୱାର୍ଥପର ତାହାର ଆଉ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳୁଛି। ମାଲିକ ଜୀବନ ସାରା ଘୋଡ଼ାକୁ ବ୍ୟବହାର କରି ଟଙ୍କା ରୋଜଗାର କରୁଥିଲା, ତାର ପରିବାର ପ୍ରତିପୋଷଣ କରୁଥିଲା।

MPC college
ଓଡ଼ିଶାର ବକିଂହାମ ପାଲେସ: ବାହାରେ ଚକ୍‌ଚକ୍‌, ଭିତରେ ନଷ୍ଟ

ପ୍ରତାପଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜରେ ଶିକ୍ଷାର ବିକାଶ ଲାଗି ଏହି କୋଠାରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ କଲେଜ ପ୍ରତିଷ୍ଠା କରିଥିଲେ। ସେବେଠାରୁ ଆଜିଯାଏ ଏହି କୋଠାରେ ଏମ୍‌ପିସି କଲେଜ ଚାଲିଛି। ହେଲେ କୋଠାଟି ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି। ଏମିତି ସ୍ଥିତି ହୋଇଛି ଯେ, ସରକାରଙ୍କ ପକ୍ଷରୁ ଏହି କଲେଜ କୋଠାର ୫ଟି ଅଂଶକୁ ବିପଦଜନକ ବୋଲି ଘୋଷଣା ମଧ୍ୟ କରାଯାଇଛି। 

roads Turn Into Death Traps
ଅକାଳରେ ଚାଲି ଯାଉଛି ଜୀବନ, ଏହି ରାସ୍ତା ଦେଇ ଯିବାକୁ ଡରୁଛନ୍ତି ଲୋକେ

ଅସୁରକ୍ଷିତ ଜାତୀୟ ରାଜପଥ। ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ହେଉ କିମ୍ବା ମୟୂରଭଞ୍ଜ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, ଏଗୁଡିକ ଏବେ ମରଣଯନ୍ତା ପାଲଟିଛି। ଗାଡ଼ି ଚଳାଇବାକୁ ଡରୁଛନ୍ତି ଡ୍ରାଇଭର, ଯା’ଆସ କରିବାକୁ ଭୟ କରୁଛନ୍ତି ଲୋକେ।

Awas Yojna Scam
ସାତ ପ୍ରାଣୀ କୁଟୁମ୍ବକୁ ନେଇ ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ଗରିବ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ହେଲେ ରାୟଗଡା ପୌର ପରିଷଦ ଅଞ୍ଚଳରେ ଏହି ଯୋଜନା ଏବେ ପ୍ରହସନ ପାଲଟିଛି। ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ପକ୍କା ଘରଟିଏ ହୋଇଛି ସାତସପନ। ବର୍ଷବର୍ଷ ଧରି ବାସହୀନ ଗରିବ ଲୋକ ଘର ଖଣ୍ଡିଏ ପାଇବା ପାଇଁ ବାରମ୍ବାର ପୌର କାର୍ଯ୍ୟାଳୟକୁ ଦୌଡୁଥିଲେ ବି କିଛି ଫଳ ମିଳୁନି।

Crowd for Fertilizer
ସାର ନେବାକୁ ଲ୍ୟାମ୍ପ୍‌ସ୍‌ରେ ଭଙ୍ଗାରୁଜା, ନିର୍ଦ୍ଦେଶକ ସହ ଧସ୍ତାଧସ୍ତି

ଏପରିକି ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକଙ୍କୁ ଧସ୍ତାଧସ୍ତି କରିବା ସହ ଚେୟାର ଟେବୁଲ ଭଙ୍ଗାରୁଜା କରିଥିଲେ। ଚାଷୀ ପରେ ଝରିଗାଁ ତହସିଲଦାର, ଉମରକୋଟ ଏସଡିପିଓ ଓ ଝରିଗାଁ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି। ଆଗକୁ ଅଧିକ ସାର ଆସିଲେ ଚାଷୀଙ୍କୁ ଦିଆଯିବ ବୋଲି ଝରିଗାଁ ତହସିଲଦାର କହିଛନ୍ତି।

Panchayat Polls
ଏଣିକି ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି

ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ପ୍ରିଜାଇଡିଂ  ଅଫିସର୍, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ଡ କରିବେ। ତାପରେ ତାକୁ ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ଆଉ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ କାଉଣ୍ଟିଂ ହେବ। 

former hockey coach
ଦିନେ ଜାତୀୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିଲେ, ଆଜି ଅଲୋଡ଼ା ହୋଇଯାଇଛନ୍ତି ଏହି ପୂର୍ବତନ ହକି କୋଚ୍‌

ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ହକିକୁ  ନେଇ ଲୋକଙ୍କ ମନରେ କ୍ରେଜ୍‌ ଦେଖା ଦେଇଥିବା ବେଳେ ସରକାରଙ୍କ ବି ଶୁଭଦୁଷ୍ଟି ଏହା ଉପରେ ପଡ଼ଛି। ହେଲେ ଆଜି ବି ଅନେକ ଖେଳାଳି ଓ କୋଚ୍‌ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅପରିଚିତ ଭାବେ ଜୀବନ କାଟୁଛନ୍ତି।

KOTIA
କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ପଞ୍ଚାୟତ ଭବନ ଓ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପୁଣି ପ୍ରବେଶ । ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ । ଫାଟୁସିନେରୀରେ ପଞ୍ଚାୟତ ଭବନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

Elephant Corridor
ରାଜ୍ୟରେ ୧୪ଟି ହାତୀ କରିଡର ପାଇଁ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ରାଜ୍ୟରେ ରହିଥିବା ହାତୀଙ୍କ ସୁରକ୍ଷା ଲାଗି ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ, ହାତୀଙ୍କ ଚଲାପଥ ସୁରକ୍ଷିତ କରିବାକୁ ଖୁବଶୀଘ୍ର ୧୪ଟି ହାତୀ କରିଡର ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ । ୨ ମାସ ମଧ୍ୟରେ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି ।

cofee
କୋରାପୁଟର କଫି କିଣିବ ଟାଟା କମ୍ପାନୀ, ଉତ୍ସାହିତ ଚାଷୀ

ଦେଶବିଦେଶରେ ମହକିବ କୋରାପୁଟ କଫି । ଟାଟା କମ୍ପାନୀ ଏହାକୁ କିଣିବା ପାଇଁ ଆଗ୍ରହ ଦେଖାଇବାପରେ ବେସ୍ ଉତ୍ସାହିତ ଅଛନ୍ତି କୋରାପୁଟର ଚାଷୀ । ବିଶେଷ କରି ଆଦିବାସୀ କଫି ଚାଷୀମାନଙ୍କ ମଧ୍ୟରେ ଦେଖାଦେଇଛି ଆନନ୍ଦ ଓ ଉତ୍ସାହ । କୋରାପୁଟ କଫିର ଚାହିଦା ବଢିବା ସହ ଆଦିବାସୀ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧୁରିବାର ଆଶା ମଧ୍ୟ ଦେଖାଦେଇଛି ।

bhadrak
ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶାରେ ଚାଷୀ : ଭଦ୍ରକ ବସନ୍ତିଆ ଅଞ୍ଚଳର ଯୁବ ସଫଳ ଚାଷୀ ଭାବେ ଜଣାଶୁଣା ଉଦୟନାଥ

ଭଦ୍ରକ ବନ୍ତ ବ୍ଳକ ଅଧିନସ୍ତ ବସନ୍ତିଆ ପଞ୍ଚାୟତ ସିଲନ୍ଦୀ ଗାଁର ଉଦୟନାଥ କର । ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶା ଚାଷ । ତାହା ପୁଣି ଭଳିକି ଭଳି ଚାଷ । ଜମିରେ ଗଛ ତ ଲଗାଇଛନ୍ତି । ତାସହ ମାଛଚାଷ, କୁକୁଡ଼ା ଚାଷ, ଜିଆ ଚାଷ, ଧଳା ଘୁଷୁରୀ, ଠେକୁଆ ଚାଷ କରିଛନ୍ତି । ଏପରିକି ଗୋପାଳନ ସହ ଦୁଗ୍ଧ ଚାଷ କରି ବେଶ୍ ଦୁଇ ପଇସା ଉପାର୍ଜନ କରୁଛନ୍ତି ଉଦୟନାଥ

 gas cylinder blast in khordha
ରୋଷେଇବେଳେ ଫାଟିଗଲା ଗ୍ୟାସ ସିଲିଣ୍ଡର

ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ ଏକ ଅଘଟଣ ଘଟି ଯାଇଛି। ରୋଷେଇ ଗ୍ୟାସ ଟାଙ୍କି ଫାଟି ପୋଡ଼ିହୋଇ ୭ ଆହତ  ହୋଇଛନ୍ତି।

Fakir Mohan Senapati
ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ୍ ଲଗାଇଲେ କୋର୍ଟ

ବ୍ୟାସକବିଙ୍କ ପ୍ରତିଟି ଲେଖା କାଳଜୟୀ ଓ ପ୍ରାସଙ୍ଗିକ। ଏବେ ବି ଅନେକ କିଛି ତାଙ୍କ ହାତ ଲେଖା ଅପ୍ରକାଶିତ ଅବସ୍ଥାରେ ରହିଛି। ଯାହା ପ୍ରକାଶନ ପାଇଁ ୨୦୧୯ ମସିହାରେ ତାଙ୍କ ଅଣନାତୁଣୀ ପ୍ରଫେସର ମୀନାକ୍ଷୀ ଦତ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।

konark
ନିୟତିର ନିର୍ଦ୍ଦୟ ନିଷ୍ପତ୍ତି : ବୁଢ଼ୀ ମା’ ମୁଣ୍ଡରେ ମାନସିକ ଅନଗ୍ରସର ଭେଣ୍ଡା ପୁଅର ବୋଝ

ସବୁ ବାପାମା ଚାହାନ୍ତି ପୁଅଟିଏ ହେଲେ ପରିଣତ ବୟସରେ ଆଶା ବାଡିଟିଏ ସାଜିବ । ହେଲେ କୁସୁମ ଦେଇଙ୍କ ପାଇଁ ବିଧିର ବିଧାନ ଥିଲା ଓଲଟା । ପରିଣତ ବୟସରେ ମାନସିକ ବିକୃତ ଭେଣ୍ଡା ପୁଅ ପାଇଁ ସେ ଆଶା ବାଡି ସାଜିଛନ୍ତି । ପରିବାର କହିଲେ ବୃଦ୍ଧା ମାଟିଏ ଓ ପୁଅ ଟିଏ । ପୁଅ ନୀଳକଣ୍ଠ ୧୦ ବର୍ଷ ବୟସର ହୋଇଥିବା ବେଳେ ବାପା ଛାଡି ଚାଲିଗଲେ ।

ପିଇଓ ରାମଚନ୍ଦ୍ର ନାୟକ
ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି, ପିଇଓଙ୍କୁ ମାଡ଼ ମାରିଲେ

ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି।

Boy Death
ଅନଲାଇନ୍‌ କ୍ଲାସ୍‌ ପାଇଁ ଆସିଲାନି ନେଟୱର୍କ, ପାହାଡରୁ ଖସି ଚାଲିଗଲା ଜୀବନ

ଅନଲାଇନ କ୍ଲାସ ଚିଲିକା ମାଛ ଆକାଶ କଂୟା ସଦୃଶ ହୋଇଛି। ଦାରିଦ୍ର୍ୟ ଓ ଅନୁନ୍ନତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ଅପହଞ୍ଚ। ଅଧିକାଂଶ ଅଞ୍ଚଳରେ ପିଲା ଅନଲାଇନ୍‌ କ୍ଲାସ କଣ ଜାଣିନାହାନ୍ତି। ତେଣୁ ଏହି ଅନଲାଇନ୍‌ କ୍ଲାସ ଏବଂ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। 

bhadrak mla's car accident
ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍‌ ବିଧାୟକଙ୍କ କାର୍‌କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି।