Advertisment

ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ୩ ଜୀବନ

ହଳଦିଆପଦରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଲେଭଲ୍‌ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ସେମାନଙ୍କୁ ଟ୍ରେନ୍ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Three killed After Hit By Train

Three killed After Hit By Train

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ହଳଦିଆପଦରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଲେଭଲ୍‌ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ସେମାନଙ୍କୁ ଟ୍ରେନ୍ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ଜିଆର୍‌ପି ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ୩ ଜଣଙ୍କୁ ବିଶାଖାପାଟନମ୍‌-ଟାଟାନଗର ଏକ୍ସପ୍ରେସ୍‌ ଧକ୍କା ଦେଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ହଳଦିଆପଦର ଲେଭଲ୍‌ କ୍ରସିଂ ଦେଇ ବିଶାଖାପାଟନମ୍‌-ଟାଟାନଗର ଏକ୍ସପ୍ରେସ୍‌ ଅତିକ୍ରମ କରୁଥିଲା। ଏହି ସମୟରେ ଶ୍ରମିକ ଶ୍ରେଣୀର କିଛି ଲୋକ ରେଳ ଧାରଣା କଡ଼େ କଡ଼େ ଚାଲି ଯାଉଥିଲେ ଓ ଲେଭଲ୍‌ କ୍ରସିଂ ଅତିକ୍ରମ କରୁଥିବା ବେଳେ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ।

Advertisment

ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୭ରୁ ୮ଜଣ ରେଳ ଧାରଣା କଡ଼େ କଡ଼େ ଚାଲି ଯାଉଥିଲେ। ତେବେ ଟ୍ରେନ୍‌ ଧକ୍କାରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିବା ପରେ ଅନ୍ୟମାନେ ରେଳ ଧାରଣା ପାର୍‌ ହୋଇ ପଳାଇ ଯାଇଥିବା ଜଣାପଡ଼ିଛି। ଖବର ପାଇ ଜିଆର୍‌ପି ପୋଲିସ୍‌ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। 

Odisha Accident Hit By Train
Advertisment
Advertisment