• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଭୁବନେଶ୍ୱରରୁ ବିଦେଶର ୭ ସହରକୁ ଉଡ଼ିବ ତ ବିମାନ? 


  • ଭିଜିଏଫ୍ ଜରିଆରେ ବିମାନ ଚଳାଚଳ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

  • ରାଜ୍ୟ ସରକାର ଭିଜିଏଫ୍  ଯୋଗାଇବାକୁ ରାଜି ହେବେ ତ?

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣିଥରେ ବିଦେଶକୁ ଉଡ଼ିବ ବିମାନ  ! ଏମିତି ସ୍ୱପ୍ନ ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଭାଏବଲ୍ ଗ୍ୟାପ୍ ଫଣ୍ଡ ବା ଭିଜିଏଫ୍ ଜରିଆରେ ବିମାନ ଚଳାଚଳ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ତେବେ ଏ ସ୍ବପ୍ନ କେତେ ଦୂର ବାସ୍ତବ ହେବ, ସେନେଇ ଆରମ୍ଭ ହୋଇଛି ଅଙ୍କକଷା।

ଭୁବନେଶ୍ୱରରୁ ବିଦେଶର ୭ ସହରକୁ ଉଡ଼ିବ ତ ବିମାନ? ଯଦି ଉଡ଼ିବ, ଏହା କେତେ ସଫଳ ହେବ? ଉଡ଼ାଣ ଲାଗି ରାଜ୍ୟ ସରକାର ଭାଏବଲ୍ ଗ୍ୟାପ୍ ଫଣ୍ଡ ଯୋଗାଇବାକୁ ରାଜି ହେବେ ତ ? ଆନ୍ତର୍ଜାତିକ ଉଡାନ୍ ସ୍କିମ୍‌ରେ ସାମିଲ ହେବାକୁ ନିକଟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ବିଭିନ୍ନ ମହଲରେ ଚାଲିଛି ଏମିତି ଚର୍ଚ୍ଚା ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଭୁବନେଶ୍ୱରରୁ ଦୁବାଇ, ଆବୁଧାବି, ବ୍ୟାଙ୍କକ୍, କ୍ୱାଲାଲୁମ୍ପୁର, କଲମ୍ବୋ, ସିଙ୍ଗାପୁର ଓ କାଠମାଣ୍ଡୁୃକୁ ବିମାନ ଚଳାଇପାରିବେ । ତେବେ ଏଥିଲାଗି ରାଜ୍ୟ ସରକାରଙ୍କୁ ଶତ ପ୍ରତିଶତ ଭିଜିଏଫ୍ ଯୋଗାଇବାକୁ ହେବ । ଏନେଇ ରାଜ୍ୟ ସରକାର ସହମତି ଦେଲେ, ଏସବୁ ରୁଟ୍‌ରେ ବିମାନ ଚଳାଚଳ ଉଦ୍ଦେଶ୍ୟରେ ବିମାନ ସଂସ୍ଥାଙ୍କ ଲାଗି ବିଡ୍ ଖୋଲାଯିବ।

ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍କନାଭ ବେହେରା କହିଛନ୍ତି ଯେ, କିଛି ଦିନ ତଳେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଆସିଛି । ଏଥିରେ କେନ୍ଦ୍ର ପକ୍ଷରୁ ବିଭିନ୍ନ ସର୍ତ୍ତ ରଖାଯାଇଛି । ସରକାର ଏ ସମ୍ପର୍କରେ ଆଲୋଚନା ପରେ ଆବଶ୍ୟକତା ଆଧାରରେ ଉପଯୁକ୍ତ ନିଷ୍ପତ୍ତି ନେବେ।

ଏପଟେ ଓଡ଼ିଶାରୁ ବିଦେଶକୁ ଆନ୍ତର୍ଜାତିକ ଉଡାଣ ଲାଗି ରହିଥିବା ସୁଯୋଗକୁ କେନ୍ଦ୍ର ସରକାର ଚିହ୍ନଟ କରିଥିବାରୁ ଟୁର୍ ଅପରେଟର ଓ ହୋଟେଲ ଶିଳ୍ପରେ ଭରିଛି ଉତ୍ସାହ। ନିଶ୍ଚିତ ଭାବେ ଓଡ଼ିଶା ସରକାର ଏହାକୁ ଗ୍ରହଣ କରିବେ। ତେବେ କେଉଁ ସବୁ ରୁଟ୍‌ରେ ଭିଜିଏଫ୍ ଦେଲେ ଫାଇଦା ମିଳିବ, ତାହାକୁ ସରକାରଙ୍କୁ ବିଚାର କରି ପଦକ୍ଷେପ ନେବା ଉଚିତ ।ସିଙ୍ଗାପୁର ଓ ଦୁବାଇ ଭଳି ରୁଟ୍‌ରେ ବିମାନ ଚଳାଚଳ କଲେ ଓଡ଼ିଶାକୁ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ।
FLIGHT_DESTINATION_PKG_SK