• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଫଗାନିସ୍ତାନ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା

  • ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରି ସେଠି ଅସ୍ଥିରତା ପାଇଁ ଚାହୁଁଥିଲା

  • ଆମେରିକା ସୈନ୍ୟ ପ୍ରତ୍ୟାହାର କରିବାରୁ ସେମାନେ ସଫଳ ହେଉଛନ୍ତି

  • ଏହା ପୁରା ବିଶ୍ୱ ଉପରେ ପ୍ରଭାବ ପକାଇବ

ଭୁବନେଶ୍ୱର : ଆତଙ୍କବାଦୀଙ୍କୁ ସମର୍ଥନ କରି ବହୁତ ବର୍ଷ ହେଲା ଆଫଗାନିସ୍ତାନରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିଲା ପାକିସ୍ତାନ । ଆମେରିକାର ସୈନ୍ୟ ପ୍ରତ୍ୟାହାର କରିବା ଓ ତାଲିବାନ କାବୁଲ କବଜା କରିବା ପରେ ସେମାନଙ୍କ ଇଚ୍ଛା ପୂରଣ ହୋଇଛି । ହେଲେ ତାଲିବାନୀ ହାତକୁ ଆଫଗାନିସ୍ତାନର କ୍ଷମତା ଯିବା ପରେ ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିଛି । ଆଫଗାନିସ୍ତାନର ଦୟନୀୟ ସ୍ଥିତିକୁ ନେଇ ଏପରି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ପୂର୍ବରୁ ଆଫଗାନିସ୍ତାନରୁ ଯାଇ ଆମେରିକା, ୟୁରୋପ ସହ କାଶ୍ମୀରରେ ଆଙ୍କବାଦୀମାନେ ଆତଙ୍କୀ କାର୍ଯ୍ୟକଳାପ କରିଥିବାର ଅନେକ ନଜିର ରହିଛି । ଆଫଗାନିସ୍ତାନ ପରି ଅନ୍ୟ ଦେଶରେ ଏଭଳି ସ୍ଥିତି ଏବେ ଦେଖାଦେବାର ଆଶଙ୍କା ରହିଛି । ତେବେ ଏହାର ମୁକାବିଲା ଲାଗି ଭାରତ ପୂରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ଭାରତୀୟ ସେନା ଓ ଏୟାରଫୋର୍ସ ସମସ୍ତ ପ୍ରସ୍ତୁତ ଅଛନ୍ତି ।

ବୈଜୟନ୍ତ ଆହୁରି କହିଛନ୍ତି, ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ଆଶ୍ରୟ ଦେବା ନେଇ ନୂଆଦିଲ୍ଲୀ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏପରିକି କାବୁଲରୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗୁରୁଗ୍ରନ୍ଥ ସାହିବକୁ ଭାରତକୁ ଅଣାଯାଇଛି । ଭାତର ଇତିହାସରେ ଏପରି ଅନେକ ଥର ହୋଇଥିଲା । ବିପଦରେ ପଡ଼ିଥିବା ଲୋକଙ୍କୁ ଭାତର ସବୁବେଳେ ଶରଣ ଦେଇଛି ।

ଏଭଳି ସ୍ଥିତି ପାଇଁ ଦୁଇ ବର୍ଷ ତଳେ ସିଏଏ ଆଇନ୍ ଲାଗୁ ହୋଇଥିଲା । ଏହାକୁ ସେତେବେଳ କିଛି ଲୋକ ବିରୋଧ କରିଥିଲା ଏବେ ସେମାନେ କହୁଛନ୍ତି ସଂଖ୍ୟାଲଘୁଙ୍କୁ ଆଣି ଦେଶରେ ଆଶ୍ରୟ ଦିଆଯାଉ । କିଛି ବ୍ୟକ୍ତି ରାଜନୈତିକ ଦୃଷ୍ଟିକୋଣରୁ ଦେଶର ହିତ ବିରୋଧରେ ଯାଆନ୍ତି ଏବଂ କୁହନ୍ତି । ତେଣୁ ଏଭଳି କରିବା ଠିକ୍ ନୁହଁ । ଏକାଠି ରହିଲେ, କେହି ଦେଶକୁ ପ୍ରବେଶ କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

ସେପଟେ କୋଭିଡ ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ ରହିଛି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ଟିକାକରଣକୁ ପ୍ରୋତ୍ସାହନ କରାଯିବା ଦରକାର । ଆମ ଦେଶର ଜନସଂଖ୍ୟାର ଅଧା ଲୋକ ଟିକା ନେଇସାରିଲେଣି । ଦୁଇ ଦିନ ତଳେ ଦିନକରେ ୧ କୋଟି ଲୋକଙ୍କୁ ଟିକା ଦିଆଯାଇଥିଲା, ଏହା ଏକ ମାଇଲ ଖୁଣ୍ଟ । ଆମେରିକା ଭଳି ବିକଶିତ ଦେଶ କୋଭିଡ ଟିକାକରଣରେ ଯେଭଳି ସ୍ଥିତିରେ ଅଛନ୍ତି ଆମେ ବି ସେହି ସ୍ଥିତିରୁ ଅଛୁ । ଏତେ କମ୍ ସମୟରେ ଦେଶରେ ଟିକାର ବିକାଶ ହେବା ଆମ ପାଇଁ ଗର୍ବର କଥା ।