ରାଜ୍ୟରେ ଗତ ୪ ବର୍ଷରେ ବଜ୍ରପାତ ଯୋଗୁଁ ୧୬୨୧ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତଜନିତ ମୃତ୍ୟୁ ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଏପରି ଉତ୍ତର ରଖିଛନ୍ତି। ୨୦୧୮ରୁ ଏଯାଏଁ ମୋଟ ୧୬୨୧ଟି ବଜ୍ରପାତ ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।
ନିକଟରେ ନାସାର ଅନ୍ତରୀକ୍ଷ ଯାତ୍ରୀ ମେଗନ ମେକଆର୍ଥର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଆପଣମାନେ ଏହି ଭିଡିଓରେ ଦେଖିପାରିବେ ଯେ ସ୍ପେସ୍ରେ ଜଣେ ଅନ୍ତରୀକ୍ଷ ଯାତ୍ରୀ କିପରି ତାଙ୍କ ଚୁଟିକୁ ଧୋଉଛନ୍ତି। ପୃଥିବୀପୃଷ୍ଠରେ ଆମେ ଯେଉଁ କାମକୁ ଖୁବ ସହଜରେ କରିଦେଉଛେ ସେହି କାମ ଅନ୍ତରୀକ୍ଷରେ କରିବା କେତେ କଷ୍ଟ ଏଥିରୁ ଜଣାପଡୁଛି। ସ୍ପେସ୍ରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ପୃଥିବୀ ତୁଳନାରେ ନାହିଁ କହିଲେ ଚଳେ।
୮ ବର୍ଷର ବାଳକ, ସ୍କୁଲ ୟୁନିଫର୍ମ ପିନ୍ଧି ଚଲାଉଛି ଇ-ରିକ୍ସା । ପଛରେ ବସିଛନ୍ତି ୨ ଜଣ ଯାତ୍ରୀ। ହାଇଦ୍ରାବାଦ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ନିଅଣ୍ଟିଆ ବର୍ଷା ପାଇଁ କେଉଁଠି ମରୁଡ଼ି ପରିସ୍ଥିତି ତ ଆଉ କେଉଁଠି ତଳି ନଷ୍ଟ ହେବାକୁ ବସିଲାଣି। ଯଦି ଆଗକୁ ବର୍ଷା ପରିମାଣ ନ ବଢ଼େ, ତା’ହେଲେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା କରିଛନ୍ତି ଚାଷୀ।
ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବର୍ଷା ଅଭାବ ଜନିତ ଚାଷ କ୍ଷତି ପାଇଁ ବିଷ ପିଇଥିବା ନେଇ ମୃତ ଚାଷୀଙ୍କ ପୁଅ କହିଛନ୍ତି।
ଆୟୁକାଳର ପାଖାପାଖି ୧୯୪୫ ଦିନ(୫ ବର୍ଷ ୪ମାସ) ପୂର୍ବରୁ ଜୀବନ ସରିଯିବ ଅର୍ଥାତ୍ ଜୀବନ ଥାଉ ଥାଉ ଆମେ ମୃତ୍ୟୁକୁ ନିମନ୍ତ୍ରଣ କରିବା। କ୍ୱାଲିଟି ଲାଇଫ୍ ଇଣ୍ଡେକ୍ସକୁ ନେଇ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଆମେରିକାର ଚିକାଗୋ ବିଶ୍ୱବିଦୟାଳୟ।
ଟୋକିଓ ଅଲିମ୍ପିକସ ଚାଲିଥିବା ବେଳେ ଦୂତି ଚାନ୍ଦଙ୍କ ଚରିତ୍ର ଓ ଫଳାଫଳକୁ ନେଇ ୱେବ ଚାନେଲମାନେ ବିଭିନ୍ନ ପ୍ରକାର ଖବର ପ୍ରସାରଣ କରି ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୁତି ଚାନ୍ଦ ଅଭିଯୋଗ କରିଛନ୍ତି। ସମ୍ମାନରେ ଆଞ୍ଚ ଆସିଛି, ଖେଳରେ ପ୍ରଭାବିତ ହୋଇଥିବା ସେ କହିଛନ୍ତି।
ଗୁଣି ଗାରେଡ଼ି ସନ୍ଦେହରୁ ଗୋଟିଏ ପରିବାର ଲୋକଙ୍କୁ ମାଡ଼ ମାରିବା ସହ ଗ୍ରାମବାସୀମାନେ ସେମାନଙ୍କୁ ବାସନ୍ଦ କରି ଦେଇଥିବା ସୂଚନା ମିଳିଛି। ଫଳରେ ଭୟରେ ଉକ୍ତ ପରିବାର ଅନ୍ୟତ୍ର ରହୁଥିବା ବେଳେ ନିଜ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ମାରିପାରିବ ? ଏହି କଥାର ସତ୍ୟତା ଆଜି ଦେଖିବାକୁ ମିଳିଛି ଟାଟା ଷ୍ଟେଶନରେ।
ନନ୍ଦନକାନନରେ ବାଘ ଆତଙ୍କ । ସଫାରି ଭିତରେ ଜାଲି ଛିଣ୍ଡାଇ ପଳାଇ ଗଲା ବାଘ । ଏହି ଖବର ପ୍ରଚାର ହେବା ପରେ ଆତଙ୍କ ଖେଳି ଯାଇଥିଲା। ହେଲେ ଶେଷରେ ବାଘ ଧରାପଡ଼ିଥିବା ସୂଚନା ମିଳିଛି।
ଖାଇବାକୁ ନ ପାଇ ଭୋକ ଉପାସରେ ଛଟପଟ ହୋଇ ଏକ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ମା’ପୁଅ। ପଡୋଶୀଙ୍କ କିଞ୍ଚିତ ସହାୟତରେ ଚଳି ଯାଉଥିଲେ ମା’ପୁଅ। ହେଲେ ଧୀରେ ଧୀରେ ମା’ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ପରେ ନଖାଇ ନପିଇ ଗୋଟିଏ ଘରେ ଦୁହେଁ ପଡ଼ି ରହିଥିଲେ।
ପ୍ରାୟତଃ ଏପରି ଅନେକ ଘଟଣା ଦେଶ ଦୁନିଆରେ ସାମ୍ନାକୁ ଆସେ ଯାହା ଜାଣିବା ପରେ ମଧ୍ୟ ବିଶ୍ୱାସ କରି ହୁଏନି। ସେହିପରି ଏକ ଘଟଣା ହେଲା ଜଣେ ମହିଳା ଚାକିରି ଛାଡି ଅଳିଆ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଦେଖୁ ଦେଖୁ ଏହି ମହିଳା କିଛି ଦିନ ମଧ୍ୟରେ କୋଟିପତି ହୋଇଯାଇଛନ୍ତି। ଏହି ମହିଳାଙ୍କ କାହାଣୀ ଶୁଣିବା ପରେ ସେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ।
ପୃଥିବୀ ପୃଷ୍ଠରେ ଏକମାତ୍ର ଜୀବ ହେଉଛି କଇଁଛ ଯିଏ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାଏ। ଏହାର କେତେକ ପ୍ରଜାତି ୧୫୦ ବର୍ଷରୁ ଅଧିକ ମଧ୍ୟ ଜୀଇଁଥାନ୍ତି। ତେବେ ଏହାର ପଛରେ କ’ଣ ରହିଛି କାରଣ? କ’ଣ ରହିଛି ବାୟୋଲୋଜିକାଲ୍ ପ୍ରୋସେସ୍ ଯେଉଁ କାରଣରୁ କଇଁଛ ଦୀର୍ଘ ଜୀବନ ବଞ୍ଚିପାରେ?
ସେପ୍ଟେମ୍ବର ଶେଷ ଯାଏ ଶନି, ରବି ଦର୍ଶନ ବନ୍ଦ ଘୋଷଣା ହୋଇଥିଲା। ସରକାର ସଟଡାଉନ ହଟାଇବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।ତେବେ ଗଣେଶ ପୂଜା ଦିନ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ପୂର୍ବ ଘୋଷଣା ଅନୁସାରେ ୧୦ରେ ଦର୍ଶନ ମନା କରାଯାଇଥିବା ନେଇ ଉନ୍ନୟନ ପ୍ରଶାସକ କହିଛନ୍ତି।
ବିଜେପି ଟିମ ପକ୍ଷରୁ ୪ଟିମ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖି ଆସିଛି। ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମୁଲତବି ପରେ ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଗୃହକାର୍ଯ୍ୟ। ମରୁଡି ସ୍ଥିତି ନେଇ ଗୃହରେ ଆଲୋଚନା ହୋଇଥିଲା। ବିରୋଧୀଙ୍କ ମୁତଲବି ନୋଟିସ ପରେ ଏହା ଉପରେ ଆଲୋଚନା ହୋଇଥିଲା।
ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଶତାଧିକ ଯୁବକ ବୁଧବାର ଅଯୋଧ୍ୟାସ୍ଥିତ ମୁଖ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଛନ୍ତି । କଥାଟା ହେଉଛି ଯେ, ଗତ ଦୁଇ ବର୍ଷ ହେବ ସେନାରେ ନିଯୁକ୍ତି ନହେବା କାରଣରୁ ଯୁବକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।
ମେଡିକାଲ୍ ପରିସରରେ ଥିବା ଏକ ୪ ମହଲା ବିଲ୍ଡିଂରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଭଳି ଘଟଣା ଘଟିଛି। ଏଠାରେ ଥିବା ୪ ମହଲା ବିଶିଷ୍ଟ ଏକ କୋଠାର ପଛପଟେ ଥିବା ପାଇପ ଲାଇନ ଦେଇ ସମ୍ପୃକ୍ତ ଯୁବକ ୬୦ ଫୁଟ ଉପରକୁ ଚଢ଼ି ଯାଇଥିଲେ।
ବ୍ରିଜ୍ ତଳୁ ନବଜାତ ଶିଶୁପୁତ୍ର ଉଦ୍ଧାର। ବଲାଙ୍ଗିର ସହର ରେଲ୍ୱେ ଷ୍ଟେସନ ରାସ୍ତାରେ ଥିବା ୱେର୍ ହାଉସ ନିକଟସ୍ଥ ଏକ ବ୍ରିଜ ତଳୁ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।
ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ବି ରେକର୍ଡ କରାଯିବ । ବୟାନ ରେକର୍ଡ କରାଯିବ କହିଲେ ଏଡିଜି ସଂଜୀବ ପଣ୍ଡା କହିଛନ୍ତି ।
ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗୋଟେ କି ଦୁଇଟି ନୁହେଁ ଶହ ଶହ ଶିିକ୍ଷକଙ୍କ ନିଯୁକ୍ତି ବେଆଇନ୍ ଭାବେ ହୋଇଛି। ପ୍ରାୟ ୨୪ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଏହି ଅନିୟମିତତାର ଗୁମର ଏବେ ଫିଟୁଛି।
ମାନବ ମସ୍ତିଷ୍କକୁ ବୁଝିବା ଆମ ବୈଜ୍ଞାନିକମାନଙ୍କ ପାଇଁ ସବୁଠାରୁ କଠିନ ପାଠ। କିନ୍ତୁ ବୈଜ୍ଞାନିକମାନେ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର ମଧ୍ୟ କରିଛନ୍ତି। ଏହି ପ୍ରୟାସରେ ସେମାନେ ମାନବ ମସ୍ତିଷ୍କର ନିର୍ଣ୍ଣୟ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କାରକର ଅଧ୍ୟୟନ କରିଛନ୍ତି। ସାଧାରଣତଃ ବୈଜ୍ଞାନିକମାନେ ଅସ୍ଥିରତା, ନିଶା ଏବଂ ଅନ୍ୟାନ୍ୟ ମାନସିକ ବିକାର ମଧ୍ୟରେ ଉତ୍ତେଜନାର ସ୍ଥିତି ପାଇଛନ୍ତି।
ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି କୋହଳ ହେଲା କରୋନା କଟକଣା। କହିବାକୁ ଗଲେ ସେପଟେମ୍ବରରେ ଅନଲକ୍ ପ୍ରକ୍ରିୟାକୁ ଯାଇଛନ୍ତି ସରକାର। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟଡାଉନ୍ ଆଉ ରହିବ ନାହିଁ। ଦୋକାନବଜାର ଖୋଲିବା ସମୟକୁ ବି ବଢାଯାଇଛି । ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନବାଜର ଖୋଲା ରହିବ
ଆମ ପୃଥିବୀ ପୃଷ୍ଠରେ ଆଜି ବି ଏପରି ରହସ୍ୟମୟ ଘଟଣା ଅଛି ଯାହାର ଥଳ କୂଳ ବୈଜ୍ଞାନିକମାନେ ମଧ୍ୟ ପାଉ ନାହାନ୍ତି। ଏହିସବୁ ଘଟଣା ସହିତ ଜଡିତ ଅନେକ ରହସ୍ୟମୟ କାହାଣୀ ଆଜି ବି ଜନସମାଜରେ ପ୍ରଚଳିତ। ଏଥିରେ ଜଡିତ କିଛି ସ୍ଥାନ ଏତେ ଭୟଙ୍କର ଯେ ଲୋକେ ଏଠାକୁ ଯିବାକୁ ସାହସ କରନ୍ତି ନାହିଁ। ଏହିସବୁ ରହସ୍ୟ ପଛର ତଥ୍ୟକୁ ଜାଣିବା ନେଇ ବୈଜ୍ଞାନିକମାନେ ଅନେକ ଅନୁସନ୍ଧାନ କରିଛନ୍ତି, ହେଲେ ରହସ୍ୟ ଉପରୁ ପରଦା ଉଠି ନାହିଁ। ଏନେଇ ଏ ସ୍ଥାନ ଆଜି ବି କୌତୁହଳ ହୋଇ ରହିଛି।
ଏବେ ଟ୍ରେଣ୍ଡରେ ଅଛି ଟାଟୁ । ଯୁବ ପିଢିଠୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଦେହରେ ଟାଟୁ କରି ସଜେଇ ହେବାକୁ ବେଶ୍ ପସନ୍ଦ କରୁଛନ୍ତି । ମେଟ୍ରୋ ହେଉ କି ଛୋଟ ସହର ସବୁଠି ଅଛି ଟାଟୁର କ୍ରେଜ୍ ।
କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦାଠାରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଭାରିଗଦା ମେଗା ପ୍ରକଳ୍ପ ସ୍ଥଳକୁ ଯାଇ ଖରସ୍ରୋତା ସଂଗ୍ରାମ ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରାଜ୍ୟ ସରକାର ଜନଶୁଣାଣି ନକରି ଗୁପ୍ତରେ ପ୍ରକଳ୍ପ କରୁଛନ୍ତି।