କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସେ ଆସୋସିଏଟ ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ। ଆଇଏମଏ କଟକ ଶାଖାର ଆଜୀବନ ସଦସ୍ୟ ଥିଲେ ଡାକ୍ତର ପଣ୍ଡା। ତାଙ୍କ ପରଲୋକ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଵୋଲି ଆଇଏମଏ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।
ଏହି କଟକଣା ପ୍ରତିବାଦରେ କଟକରେ ଆସନ୍ତା ୧୩ ତାରିଖ ଦିନ ବନ୍ଦ ଡାକରା ଦେଇଛି ବିଜେପି। ସେହିପରି ନିୟମର ପୁନର୍ବିଚାର ପାଇଁ ରାଜଧାନୀରେ ବି ବିଭିନ୍ନ ପୂଜା କମିଟି ଦାବି କଲେଣି। ଏମିତିକି ଆଜି କେତେକ ପୂଜା କମିଟିର ସଦସ୍ୟ ପୋଲିସ କମିଶନରଙ୍କୁ ଭେଟି ମଧ୍ୟ ଦାବି ଜଣାଇଛନ୍ତି। ନିୟମ ପରିବର୍ତ୍ତନ ନହେଲେ ସେମାନେ ମଧ୍ୟ ଭୁବନେଶ୍ୱର ବନ୍ଦ ଡାକରା ପାଇଁ ପ୍ରସ୍ତୁତ ହେଉଥିବା ଭସାଣ କମିଟି ପକ୍ଷରୁ କୁହାଯାଇଛି।
କଙ୍କଡା ଧର, ୫ ହଜାର ନିଅ। କଙ୍କଡ଼ା ଧରିବା ପାଇଁ ଏଭଳି ଅଭିନବ ପ୍ରତିଯୋଗିତା ଦେଖିବାକୁ ମିଳିଛି ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ଧାରୀ ଗାଁରେ। ଏଥିରେ ୩୫ ଜଣ ପ୍ରତିଯୋଗୀ ଭାଗ ନେଇ ନିକଟସ୍ଥ ନାଳରୁ କଙ୍କଡ଼ା ଧରିଥିଲେ। ଅଧିକ କଙ୍କଡ଼ା ଧରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟବସ୍ଥାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଏବେ ରାଜ୍ୟ ସରକାର ମ୍ୟୁନ୍ସିପାଲ ଆଇନ ସଂଶୋଧନ କରିବା ପରେ ନିର୍ବାଚନର ବାଟ ଫିଟିଛି, କିନ୍ତୁ ବିରୋଧୀଙ୍କ ପ୍ରଶ୍ନ ହେଲା, ସରକାର ତ ଆଗରୁ ହିଁ ଆଇନରେ ସଂଶୋଧନ କରି ନିର୍ବାଚନ କରାଇ ପାରିଥାନ୍ତେ। ଏତେ ଦିନ ଧରି ତାହା କାହିଁକି କରୁନଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ମାୟା ସଭ୍ୟତା ବିଷୟରେ ଆପଣମାନେ ନିଶ୍ଚିତ ଅଳ୍ପ ବହୁତେ ଜାଣିଥିବେ। ଏହି ରହସ୍ୟମୟ ସଭ୍ୟତାକୁ ନେଇ ଦେଶ ଦୁନିଆରେ ଅନେକ ଦାବି ରହିଛି। ଅନେକ ଲୋକ କୁହନ୍ତି ଯେ ମାୟା ସଭ୍ୟତାର ସଂପର୍କ ଏଲିୟନ୍ସ ସହିତ ଥିଲା। ତେବେ ଏହି କଥା କେତେ ସତ ଓ କେତେ ଗୁଜବ ସେ ବିଷୟରେ ଜାଣିବା।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। କିନ୍ତୁ ସବୁଠୁ ଚିନ୍ତା ବଢାଇଛି ପାଣିପାଗ ବିଭାଗର ପୂର୍ବାନୁମାନ। ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ସତରେ କ’ଣ ଆତ୍ମା ଅଛି? ଭୂତ-ପ୍ରେତ କ’ଣ ସତରେ ଅଛନ୍ତି? ଏହି ପ୍ରଶ୍ନର ଠୋସ୍ ଉତ୍ତର ଆଜିଯାଏ ମିଳିନି। କିନ୍ତୁ ଧର୍ମ କୁହେ ଯେ ଆତ୍ମା ଅଛି। ଏହାର ଅସ୍ତିତ୍ୱ କେବଳ ଆମ ଭିତରେ ହିଁ ବିଦ୍ୟମାନ। କିନ୍ତୁ ଧର୍ମର ଏହି ଦାବିକୁ ବିଜ୍ଞାନ ସ୍ୱୀକାର କରୁନି। ବିଜ୍ଞାନର କହିବା କଥା ଆଜିଯାଏ ଏହି ରହସ୍ୟର କୌଣସି ବୈଜ୍ଞାନିକ ପ୍ରମାଣ ମିଳିପାରିନି। ଏନେଇ ଏହାର ଅସ୍ଥିତ୍ୱକୁ ସ୍ୱୀକାର କରାଯାଇ ପାରିବ ନାହିଁ। ଶତାବ୍ଦୀର ସବୁଠାରୁ ଲୋକପ୍ରିୟ ବୈଜ୍ଞାନିକ ଆଲ୍ବର୍ଟ ଆଇନ୍ଷ୍ଟାଇନଙ୍କୁ ଯେତେବେଳେ ଭୂତ୍-ପ୍ରେତ ବିଷୟରେ ପଚରା ଯାଇଥିଲା, ସେ କହିଥିଲେ ଯେ ଉର୍ଜା ଏହି ବ୍ରହ୍ମାଣ୍ଡରୁ ନଷ୍ଟ ହୋଇ ନ ଥାଏ।
ଆଗକୁ ଆସୁଛି ବିଘ୍ନ ବିନାଶକଙ୍କ ପୂଜା। କରୋନା କଟକଣା ମଧ୍ୟରେ ଏଥର ପୂଜା ପାଇଁ ପୂର୍ବ ଭଳି ଉତ୍ସାହ ନାହିଁ । ଗତବର୍ଷ ବି କଟକଣା ପାଇଁ ପାର୍ବଣରେ ମୂର୍ତ୍ତି ବ୍ୟବସାୟ ମାନ୍ଦା ଥିଲା ଓ ଚଳିତବର୍ଷ ମଧ୍ୟ ବ୍ୟବସାୟକୁ ନେଇ ସନ୍ଦିହାନ ମୂର୍ତ୍ତି କାରିଗର । ସେପଟେ ମାଟି ମୂର୍ତ୍ତି ସ୍ଥାନରେ ଆନ୍ଧ୍ରରୁ ଆସୁଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସରେ ପ୍ରସ୍ତୁତ ଗଣେଷ ମୂର୍ତ୍ତିର ଚାହିଦା ବଢ଼ିଛି ।
ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରିର ଆଉ ଏକ ନମୂନା ଦେଖିବାକୁ ମିଳିଛି। ଓଡିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ର୍ନିମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଥିବା ଖବର ମିଳିଛି
ତେବେ ମନ୍ତ୍ରୀଙ୍କ ଏହି ଉତ୍ତର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ କିଛି ଦିନ ତଳେ ମୋ ସାଇକେଲ୍ ଯୋଜନାରେ ରାଜଧାନୀର ଥିବା ଅନେକ ସାଇକେଲ କବାଡ଼ିଆଙ୍କୁ ବିକ୍ରି କରାଯାଇଥିଲା ବୋଲି ଖବର ଆସିଥିଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍ ନିର୍ମାଣ ହୋଇଥିଲା, ଷ୍ଟାଣ୍ଡ ବସିଥିଲା
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଯୁକ୍ତିରେ ଦୁର୍ନୀତିକୁ ନେଇ ଆଜି ରାଜଧାନୀ ପଡ଼ୁଛି ଉଠୁଛି। ଦୁର୍ନୀତିକୁ ବିରୋଧ କରି ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିଛି ।
ନିପଟ ମଫସଲ ଗାଁ ଝିଅ ପାଇଁ ରୋଜଗାରର ମାଧ୍ୟମ ସାଜିଲା ସୋସିଆଲ ମିଡିଆ । ପାଠ ପଢି ଘରେ ବସିଥିବା ବେଳେ ୟୁଟ୍ୟୁବ ଅର୍ପିତା ପ୍ରିୟଦର୍ଶିନୀଙ୍କୁ ନୂତନ ପରିଚୟ ଦେଇଛି ଏବଂ ସେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଆମ୍ବଡହରା ପଥର ଖଣିରୁ ବେଆଇନ ଖନନ । ଲିଜ୍ ଅବଧି ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଉଠାଉ ନଥିବା ଅଭିଯୋଗ ହୋଇଛି।
ପରେ ଏଠାରେ କ୍ରସର ୟୁନିଟ୍ ସ୍ଥାପନ କରି ଲିଜଧାରୀ ପାଖାପାଖି ୧୫୦ ଫୁଟ୍ ଗଭୀରର ଏକ ପଥର ଖଣି କରି କୋଟି କୋଟି ଟଙ୍କାର ପଥର ବାହାର କରିଛନ୍ତି । କିନ୍ତୁ ଲିଜ୍ ଅବଧି ୨୦୨୧ ଫେବୃଆରୀ ୫ରେ ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଅନ୍ୟତ୍ର ସ୍ଥାନାନ୍ତର କରିନଥିବା ଅଭିଯୋଗ ହୋଇଛି
କୋରାପୁଟ ଭଳି ଉପାନ୍ତ, ଆଦିବାସୀ ବହୁଳ, ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଅନେକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ପାହାଡ଼ ପର୍ବତ ଘେରା କୋରାପୁଟର ବିଭିନ୍ନ ଅଞ୍ଚଳରୁ ରୋଗୀ ବୋହି ବୋହି ଖରାପ ହେବା ପରେ ଏବେ ଅଚଳ ହୋଇ ପଡ଼ି ରହିଛି ଅନେକ ଗାଡ଼ି ।
ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ପକ୍ଷରୁ ଆଗତ ମୋସନ ଉପରେ ବିଧାନସଭାରେ ହୋଇଛି ସରଗରମ ଆଲୋଚନା। ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି- ଓଡ଼ିଶା ବାରମ୍ବାର ମରୁଡ଼ି ସ୍ଥିତିର ସମ୍ମୁଖୀନ ହେଉଥିଲେ ବି ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁନାହାନ୍ତି।
ହିନ୍ଦୁ ଧର୍ମରେ ବିବାହ ପରେ ଏକ ସଧବା ସ୍ତ୍ରୀ ଜୀବନରେ ଶଙ୍ଖା, ସିନ୍ଦୁର, ବିନ୍ଦି, ମେହେନ୍ଦୀ ଆଦି ସ୍ୱତନ୍ତ୍ର ସ୍ଥାନ ନେଇଥାଏ। ଏହି ସବୁ ଜିନିଷ ଜଣେ ବିବାହିତା ନାରୀର ସଧବାର ପ୍ରତୀକ ହୋଇଥାଏ। ସ୍ତ୍ରୀ ନିଜ ସ୍ୱାମୀର ଦୀର୍ଘ ଜୀବନ ପାଇଁ ଷୋଳ ବ୍ରତ ରଖିଥାଏ, ପୂଜା ପାଠ କରିଥାଏ। କିନ୍ତୁ ଏଠାରେ ଯେଉଁ କଥା କୁହାଯିବ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଏମିତି କିଛି ସମୁଦାୟ ଅଛନ୍ତି ଯେଉଁଠାରେ ପତି ଜୀବିତ ଥାଉ ଥାଉ ପତ୍ନୀ ସବୁ ବର୍ଷ କିଛି ସମୟ ପାଇଁ ବିଧବା ହୋଇ ଜୀଇଥାଏ।
ଆଜି ସକାଳେ ମାଆଙ୍କ ପାଇଁ ବିଭିନ୍ନ ସାମାଜିକ ସଂଗଠନ ଆଣ୍ଠେଇ ପ୍ରତିବାଦ କରିଥିଲେ। ବର୍ଷାରେ ଓଦା ହୋଇ ରାସ୍ତା ଉପରେ ଆଣ୍ଠୁ ମାଡି ବସି କଟକ ବାଦାମବାଡ଼ି ଛକରେ ସାମାଜିକ ସଂଗଠନର କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନକୁ ଗୁହାରି କରିଥିଲେ। ଆସନ୍ତା ଦୁର୍ଗାପୂଜାରେ ମାଆଙ୍କ ମୂର୍ତ୍ତି ୪ ଫୁଟ୍ରୁ ଅଧିକ କରିବାକୁ ସେମାନେ ଦାବି କରିଥିଲେ।
ବିଜ୍ଞାପନରେ ଦର୍ଶାଇଛନ୍ତି ସ୍ଥାନୀୟ ଶିଳ୍ପୋଦ୍ୟୋଗୀଙ୍କ ପ୍ରତିବାଦ ସତ୍ତ୍ୱେ ଯେ ରାଜ୍ୟରେ ଉତ୍ପାଦିତ ୬୦ ପ୍ରତିଶତ ଲୁହା ପଥର ଅଲଗା ରାଜ୍ୟକୁ ପଠାଯାଉଛି। ରାଜ୍ୟରେ ଲୁହାପଥର ଦର ଆକାଶଛୁଆଁ ହୋଇଥିବାରୁ ଖଣି ବ୍ୟବସାୟୀ ଲାଭବାନ ହେଉଛନ୍ତି। ହେଲେ ଲୁହା ପଥର ଅଭାବରୁ ରାଜ୍ୟରେ ସ୍ପଞ୍ଜ ଆଇରନ ୟୁନିଟ ବନ୍ଦ ହୋଇଗଲାଣି।
ପ୍ରାରମ୍ଭିକ ତଥ୍ୟ ଅନୁସାରେ ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧୦୪୩୧୨.୧୨ ଟଙ୍କା ଅଟା, ଯାହା ରାଜ୍ୟର ସମସ୍ତ ଘରୋଇ ଉତ୍ପାଦର (GSDP)ର ୧୭.୮୦ ପ୍ରତିଶତ । ସେହିପରି ଗତ ୧୦ ବର୍ଷ ଭିତରେ ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ଦୁଇ ଗୁଣାରୁ ଅଧିକ ବଢ଼ିଛି । ଚଳିତ ଆଥିକ ବର୍ଷ ଶେଷ ସୁଦ୍ଧା ମୋଟ ଋଣର ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି ।
ଜଗତସିଂହପୁର ଢିଙ୍କିଆରେ ସ୍ଥାନୀୟ ଲୋକଙ୍କ ବିରାଟ ମେଳି । ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ପୋସ୍କୋ ସମୟରୁ ଦାଏର ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଆଦି ୬ ଦଫା ଦାବି ନେଇ ଏକାଠି ହୋଇଥିଲେ ସେମାନେ । ୨୦୦୫ରୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏତେ ଦିନ ହେଲା ସରକାର ତାକୁ ଭୁଲି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।
ଆଜି ସୋମବାର । କ’ଣ ଅଛି ଆଜିର ରାଶିଫଳ ? ସମସ୍ୟାର ସମାଧାନ ପାଇଁ କ’ଣ ପ୍ରତିକାର କରିବେ ଜାଣନ୍ତୁ।
ଅଧିକାରୀମାନେ ନିଜର ମୁଖ୍ୟାଳୟ ଛାଡି ପାରିବେ ନାହିଁ। କୌଣସି ଅଧିକାରୀ ନିଜ ମୋବାଇଲ ବନ୍ଦ ନରଖିବାକୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଞ୍ଚାୟତ ଓ ବ୍ଲକସ୍ତରରେ କ୍ଷୁଦ୍ର, ମଧ୍ୟମ ଜଳସେଚନର ଡାଟାବେସ୍ ପ୍ରସ୍ତୁତ କରିବେ କ୍ଷେତ୍ର ଅଧିକାରୀ। ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ପାଇଁ ଯୋଜନା କରିବେ।
ନିୟମ କହୁଛି, ସ୍ଥିତି ଅନୁଧ୍ୟାନ ପରେ ମୋଟିଭେଟର, ଯନ୍ତ୍ରୀ ଓ ବିଆର୍ସି ଫାଇନାଲ୍ ବିଲ୍ କରିବା କଥା। କିନ୍ତୁ ନିର୍ମାଣାଧିନ ପାଇଖାନା ନାଁରେ ଏବଂ ହିତାଧିକାରୀଙ୍କ ଅଗୋଚରରେ ଫାଇନାଲ୍ ବିଲ୍ କରି ଉଠାଣ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କେବଳ ଭଦ୍ରକ ଓ ରାୟଗଡ଼ା ନୁହେଁ, ରାଜ୍ୟର ଏକାଧିକ ଜିଲ୍ଲାରେ ଏଭଳି ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି।
ପୂଜା କମିଟି ଗୁଡିକର ଦାବି- ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର ଲାଗୁ କରିଥିବା କଟକଣା ଯଥାର୍ଥ ନୁହେଁ। ଶ୍ରୀମନ୍ଦିର ସମେତ ଅନ୍ୟ ସବୁ ମନ୍ଦିରରେ ଯେଭଳି ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇଛି, ଦୁର୍ଗାପୂଜାରେ ମଧ୍ୟ ସମାନ ସୁବିଧା ମିଳିବାକୁ ସେମାନେ ଦାବି କରିଛନ୍ତି। ଏହାଛଡ଼ା ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣ ଭାବେ ଉଚ୍ଚ ମୂର୍ତ୍ତି ନିର୍ମାଣ ଲାଗି ସରକାର ଅନୁମତି ଦିଅନ୍ତୁ ବୋଲି ଦାବି ହୋଇଛି।